ବଡ଼ବିଲ ପୋଲିସ ର ବାଇକ ମେଳା
ତା -18-10-2025
ବଡ଼ବିଲ, -=(ଦର୍ଶନ ସମୀକ୍ଷା)
-କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ର ଏକ ସ୍ୱାଗତଯୋଗ୍ୟ ପ୍ରୟାସ ଜିଲ୍ଲା ଏସପି ଙ୍କ ନିର୍ଦେଶ ରେ ଆଜି ବଡ଼ବିଲ ଥାନାରେ ପଚାଶ ରୁ ଉର୍ଦ୍ଧ ଦୁଇ ଚକିଆ ଜାନ ଯାହା ବିଭିନ୍ନ ଛୋଟ ଛୋଟ ମକଦ୍ଦମା ରେ ଗାଡି ଗୁଡିକ ରହିଥିଲା ସେହି ଜାନ ଗୁଡିକକୁ ପୋଲିସ ଗାଡି ମାଲିକଙ୍କୁ ଡାକି ଗାଡି ହସ୍ତାନ୍ତର କରିଥିଲା

ଆଉ ଯୋଉ ଗାଡ଼ିମାଲିକ ପାଇ ନାହାନ୍ତି ଥାନାରୁ ଆସି ନିଜ ଗାଡିର କାଗଜ ପାତ୍ର ଦେଖାଇ ନେଇ ପାରିବେ ବୋଲି ଥାନା ଅଧିକାରୀ କହିଛନ୍ତି ଗାଡିଟି କୌଣସି ସଂଗୀନ ଅପରାଧ ରେ ନଥିବ ତାହାଲେ ହସ୍ତାନ୍ତର କରାଯିବ ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ସଡିପିଓ ଶ୍ରୀ ଦେବନ୍ଦ୍ର ନାଥ ପିଙ୍ଗୁଆ ଓ ଥାନା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ ଉପସ୍ଥିତ ରହିଥିଲେ ଓ ଆଗକୁ ମଧ୍ୟ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବା ଶହ କିଛି ମୋବାଇଲ ମଧ୍ୟ୍ୟ ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
Leave a Reply