ବଡ଼ବିଲ ଉତ୍ସବ ପଡିଆ, ଦ୍ରୌପଦୀ ବଲଭାବନ ପିଏଚଡି ସ୍ଥିତ ଐକ୍ୟକ୍ଷେତ୍ର ଠାରେ ସ୍ୱାଧୀନତା ଦିବସକୁ ଆନନ୍ଦ ଉଦ୍ଦିପନା ମଧ୍ୟରେ ପାଳନ କରାଯାଇଛି । ସକାଳ ୮ଟାରେ ସମାଜସେବୀ ବିଜୟ ମହାନ୍ତିଙ୍କ ତତ୍ତ୍ଵାବଧାନରେ ବଡ଼ବିଲ ତହାସିଲଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ

Spread the love

ଆନନ୍ଦ ଉଦ୍ଦିପନା ମଧ୍ୟରେ 79 ତମ ସ୍ୱାଧୀନତା ଦିବସ ପାଳିତ , ଦର୍ଶନ ସମୀକ୍ଷା :ବଡ଼ବିଲ
ତା-15-08-2025
ଆଜି ସାରା ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବଡ଼ବିଲ ଉତ୍ସବ ପଡିଆ, ଦ୍ରୌପଦୀ ବଲଭାବନ ପିଏଚଡି ସ୍ଥିତ ଐକ୍ୟକ୍ଷେତ୍ର ଠାରେ ସ୍ୱାଧୀନତା ଦିବସକୁ ଆନନ୍ଦ ଉଦ୍ଦିପନା ମଧ୍ୟରେ ପାଳନ କରାଯାଇଛି । ସକାଳ ୮ଟାରେ ସମାଜସେବୀ ବିଜୟ ମହାନ୍ତିଙ୍କ ତତ୍ତ୍ଵାବଧାନରେ ବଡ଼ବିଲ ତହାସିଲଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ । ପରେପରେ ଆଳାପ ଭବନ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ସେହିପରି ଭାବରେ ବଡ଼ବିଲ ଉତ୍ସବ ପଡିଆ ରେ ଜାତୀୟ ଦିବସ ପାଳନ ସମିତି ପକ୍ଷ ରୁ ଏକ ବିରାଟ ଭାବରେ ସ୍ୱାଧୀନତା ଦିବସ ପାଳନ କରାଯଇଥିଲା ଏହି କାର୍ଯ୍ୟକ୍ରମ ରେ ବଡ଼ବିଲ ପୌରପାଳିକା ର ଅଦକ୍ଷ ଶ୍ରୀ ଲଖଣ ମହାନ୍ତ ପତକା ଉତୋଳନ କରିଥିଲେ ଓ ସ୍କୁଲ ପିଲାମାନଙ୍କ ଦ୍ୱାରା ପ୍ୟାରେଡ କରାଯିବା ସହ ଦେଶତାତ୍ମକ ନୁର୍ତ୍ୟ କରାଯିବା ସହ ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ବିତରଣ କରାଯାଇଥିଲା ଏହାକୁ ଜାତୀୟ ଦିବସ ପାଳନ ସମିତି ର ସଭାପତି ଶ୍ରୀ ରାକେଶ କୁମାର ପଣ୍ଡା ଓ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ନାୟକ ମଞ୍ଚରେ ଓ ବଡ଼ବିଲ ପୂର୍ବତନ ପୌରାଅଦକ୍ଷ ଶ୍ରୀ ଦିଲ୍ଲୀପ କୁମାର ମିଶ୍ର, ପ୍ରତାପ କୁମାର ଦାସ, ଅଶୋକ ପ୍ରଜାପତି, ବାସୁଦେବ କର୍ମକାର, ଇନ୍ଦ୍ରଜିତ ଯାଦବ, ସଞ୍ଜୟ ନାୟକ, ରାମ କର୍ମକର୍ତା ଓ ବଡ଼ବିଲ ବିଭିନ୍ନ ସାମାଜିକ ଅନୁଷ୍ଠାନ ରହି ଅତି ସୁଚାର ରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *