ବଡ଼ବିଲରେ ” ଗଛ ଟିଏ ମା ପାଇଁ”, ବନ ମହୋତ୍ସବ ଏବଂ ଜୈବ ବିବିଧତା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଜଙ୍ଗଲରୁ ଜବରଦଖଲ ହଟାଇ ଏହି ଜୈବ ବିବିଧତା ପାର୍କ ସୃଷ୍ଟି କରାଯାଇଛି ।ପାଳିତ ହେଲା ଛସ୍ତରୀ ତମ ବନ ମହୋତ୍ସବ.

Spread the love

ପାଳିତ ହେଲା ଛସ୍ତରୀ ତମ ବନ ମହୋତ୍ସବ “ମା ପାଇଁ ଗଛ ଟିଏ “କେନ୍ଦୁଝର ବନ ମହୋତ୍ସବ ଏବଂ ଜୈବ ବିବିଧତା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦୁଝର ସାଂସଦ ଅନନ୍ତ ନାଏକ ତା-02-08-2025
ଦର୍ଶନ ସମୀକ୍ଷା, ବଡ଼ବିଲ

ବଡ଼ବିଲରେ ” ଗଛ ଟିଏ ମା ପାଇଁ”, ବନ ମହୋତ୍ସବ ଏବଂ ଜୈବ ବିବିଧତା ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଜଙ୍ଗଲରୁ ଜବରଦଖଲ ହଟାଇ ଏହି ଜୈବ ବିବିଧତା ପାର୍କ ସୃଷ୍ଟି କରାଯାଇଛି । ମଧ୍ୟାହ୍ନ ୧୨ଟାରେ ବଡ଼ବିଲ କଲେଜ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ଚାରା ରୋପଣ କରିଥିଲେ ।

କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ ଧାମଧେରେ ଏବଂ ବଡ଼ବିଲ ରେଞ୍ଜ ଅଫିସର ସଞ୍ଜୀବ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨. ୮ ହେକ୍ଟର ପରିମିତ ଅଂଚଳରେ ବ୍ୟାପ୍ତ ଏହି ପାର୍କରେ ବିଭିନ୍ନ ଔଷଧୀୟ, ଫଳ ଓ ଜଙ୍ଗଲ ଜାତୀୟ ୩୨୦୦ ଚାରା ରୋପଣ କରାଯାଇଛି । ସର୍ବସାଧାରଣଙ୍କ ପାଇଁ ଏହି ପାର୍କରେ ସ୍ମୃତି ଉଦ୍ୟାନ ଓ ୱାକିଂ ପାଥ୍ ନିର୍ମାଣ କରାଯିବା ସହ ସୋନ୍ଦର୍ଯ୍ୟକରଣ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଏବଂ କଲେଜ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ଚାରା ରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *