ହୃଦଘାତରେ ସାମ୍ବାଦିକଙ୍କ ବିୟୋଗ
ଚଣ୍ଡିଖୋଲ,୩/୮(ଦର୍ଶନ ସମୀକ୍ଷା),ବଡଚଣା ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡ଼ାଗ୍ରମର ଯୁବ ସାମ୍ବାଦିକ ପ୍ରହଲ୍ଲାଦ ରାଉତ (୫୯)ଙ୍କ ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି। ସ୍ବର୍ଗତ ପ୍ରହଲ୍ଲାଦ ଗତକାଲି ରାତିରେ ରାତ୍ରୀ ଭୋଜନ କରି ଶୋଇବାକୁ ଯିବା ସମୟରେ ହଟାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ଥିଲେ। ତାଙ୍କୁ ସଂଗେସଂଗେ ପରିବାର ଲୋକେ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ।ଡାକ୍ତର ତାଙ୍କୁ ଘୋଷଣା କରିଥିଲେ। ଶବ ଗ୍ରାମରେ ପହଞ୍ଚିଲା ପରେ ଶୋକର ଛlୟା ଖେଳି ଯାଇଥିଲା। ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସର୍ଗତ ପ୍ରହଲ୍ଲାଦ ଙ୍କ ଶେଷ ଦର୍ଶନ କରି ଶବା ଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜି ସକାଳୁ ତାଙ୍କ ମର ଶରୀରକୁ ଏକ ଶୋଭା ଯାତ୍ରା ରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ଏକମାତ୍ର ପୁତ୍ର ପ୍ରଭାତ ମୁଖଗ୍ନୀ ଦେଇଥିଲେ।ସାମ୍ବାଦିକ ସ୍ବର୍ଗତ ପ୍ରହଲ୍ଲାଦ ରାଉତଙ୍କ ଆକସ୍ମିକ ବିୟୋଗରେ ସାମ୍ବାଦିକ ମହଲରେ ଶୋକ ର ଛାୟା ଖେଳି ଯାଇଛି।
Leave a Reply