Spread the love

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ୍ । କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିିଆଯାଇଛି । । ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଣିଥିଲେ ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ।

ନିର୍ବାଚନରେ ହାରିବା ପରେ ଦୀପାଳି ଆଣିଥିଲେ ଅଭିଯୋଗ । ଖୁବ କମ୍ ବ୍ୟବଧାନ ଭୋଟରେ ଟଙ୍କଧର ଦୀପାଳୀଙ୍କଠାରୁ ଜିତିବା ପରେ ଇଭିଏମ୍ ଟ୍ୟାମ୍ପରିଙ୍ଗ ନେଇ ଅଭିଯୋଗ ଆଣିବା ସହ ପୁଣି ଭୋଟ କାଉଣ୍ଟିଙ୍ଗ କରିବାକୁ ଇଲେକ୍ସନ୍ କମିଶନଙ୍କୁ ନିବେଦନ କରିଥିଲେ ଦୀପାଳି । ଏହାପରେ ଟଙ୍କଧର ନିଜ ସତ୍ୟପାଠରେ ନିଜ କ୍ରାଇମ୍ ରେକର୍ଡ ନେଇ କିଛି ଉଲ୍ଲେଖ କରିନଥିଲେ ବୋଲି ଦୀପାଳି ଅଭିଯୋଗ ବାଢି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave a Reply

Your email address will not be published. Required fields are marked *