Spread the love

ଚଣ୍ଡିଗଡ଼: ହରିୟାଣା ରାଜନୀତିରେ ଏକ ବଡ଼ ଧମାକା ହୋଇଛି। ଚୌଧୁରୀ ଦେବୀଲାଲଙ୍କ ନାତି ଆଦିତ୍ୟ ଚୌତାଲା ବିଜେପି ଶିବିର ଛାଡି ଇଣ୍ଡିଆନ ନ୍ୟାସନାଲ ଲୋକଦଳରେ ଯୋଗ ଦେଇଛନ୍ତି। ଆଦିତ୍ୟ  ୨ ଦିନ ପୂର୍ବରୁ ହରିୟାଣା କୃଷି ମାର୍କେଟିଂ ବୋର୍ଡରୁ ଇସ୍ତଫା ଦେଇଥିଲେ। ଇଣ୍ଡିଆନ ନ୍ୟାସନାଲ ଲୋକଦଳ  ବିଧାୟକ ଅଭୟ ସିଂ ଚୌତାଲା ଆଦିତ୍ୟଙ୍କୁ ଦଳରେ ସାମିଲ କରାଇଛନ୍ତି।

ଇଣ୍ଡିଆନ ନ୍ୟାସନାଲ ଲୋକଦଳ ଟିକଟରେ ଆଦିତ୍ୟଙ୍କ ରାଜ୍ୟ ବିଧାନସଭା ନିର୍ବାଚନରେ ଲଢ଼ିବାର ସମ୍ଭାବନା ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।  

ଏହି ଅବସରରେ ଅଭୟ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ପରିବାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଜେପିର ବହୁ ବଡ଼ ବଡ଼ ନେତା ଇଣ୍ଡିଆନ ନ୍ୟାସନାଲ ଲୋକଦଳରେ ଯୋଗ ଦେବାକୁ ଆଗ୍ରହୀ ଅଛନ୍ତି। ସେମାନେ ଆମ ଯୋଗାଯୋଗରେ ରହିଛନ୍ତି। ଏହାକୁ ନେଇ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଚିନ୍ତା ବଢ଼ିବାରେ ଲାଗିଛି। 
ଆଦିତ୍ୟ ଚୌତାଲା ଚୌଧୁରୀ ଦେବୀଲାଲଙ୍କ ସାନପୁଅ ଜଗଦୀଶ ଚୌତାଲଙ୍କ ପୁଅ। ସେ ୨୦୧୪ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ୨୦୧୯ରେ ବିଜେପି ସରକାର ତାଙ୍କୁ ରାଜ୍ୟ ସମବାୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ ଲିମିଟେଡର ଚେୟାରମ୍ୟାନ୍ କରିଥିଲେ। ଦୁଇ ଦିନ ପୂର୍ବେ ଆଦିତ୍ୟ ଏହି ପଦରୁ ଇସ୍ତଫା ଦେଇଥିଲେ। ୨୦୧୯ ନିର୍ବାଚନରେ ​​ଆଦିତ୍ୟ ଡବୱାଲି ବିଧାନସଭାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ, ସେ କଂଗ୍ରେସ ପ୍ରାର୍ଥୀ ଅମିତ ସିହାଗଙ୍କଠାରୁ ପରାଜିତ ହୋଇଥିଲେ। 

ଆଦିତ୍ୟ ଅଭୟ ସିଂଙ୍କ ପତ୍ନୀ ତଥା ନିଜ ଭାଉଜ କାନ୍ତା ଚୌତାଲାଙ୍କୁ ୨୦୧୬ ପଞ୍ଚାୟତ ନିର୍ବାଚନରେ ପରାଜିତ କରିଥିଲେ।
ଆଦିତ୍ୟ ସିର୍ସା ଜିଲ୍ଲା ପରିଷଦର ଜୋନ୍-୪ ରୁ ଜିଲ୍ଲା ପରିଷଦ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ​​ଆଦିତ୍ୟ  ଜିତିଥିଲେ। ସେ ସବୁବେଳେ ଜେଜେପିର ବିପକ୍ଷରେ ଅଛନ୍ତି। ୨୦୨୨ମସିହାରେ ସେ ଜେଜେପି ନେତା ଦୁଷ୍ୟନ୍ତ ଚୌତାଲଙ୍କ ବିରୋଧରେ ଏକ ବଡ଼ ମନ୍ତବ୍ୟ ଦେଇଥିଲେ”

Leave a Reply

Your email address will not be published. Required fields are marked *