ସ୍କୁଲ୍ କ୍ୟାବିନେଟ୍ର ଶପଥ ଗ୍ରହଣ ଉତ୍ସବ
ଫୁଲନଖରା, ୭/୮ (ଦର୍ଶନ ସମୀକ୍ଷା) ସ୍ଥାନୀୟ ଦିଲ୍ଲୀ ପବ୍ଲିକ ସ୍କୁଲ କଳିଙ୍ଗର ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗ ସ୍କୁଲ୍ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ବି ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୬ ତାରିଖ ଦିନ ଅନୁଷ୍ଠିତ କନିଷ୍ଠ ବିଭାଗ ଛାତ୍ରଛାତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବରେ ମନମ୍ ଫାଉଣ୍ଡେସନ୍ର ମୁଖ୍ୟ ମନୋବୈଜ୍ଞାନିକ ପରାମର୍ଶଦାତା ସୌମ୍ୟ ସୁଚରିତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନିକୁନି ପିଲାମାନଙ୍କ ନେତୃତ୍ୱ ଓ ଦକ୍ଷତା ଉପରେ ଅଭିଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ସେହିଭଳି ୭ ତାରିଖ ଦିନ ପୂର୍ବାହ୍ନରେ ରେ ଅନୁଷ୍ଠିତ ବରିଷ୍ଠ ବିଭାଗର ଭବ୍ୟ ଶପଥଗ୍ରହଣ ଉତ୍ସବରେ ଜାତୀୟ ବିପର୍ଯ୍ୟୟ ପରିଚାଳନା (ଏନ୍ଡିଆରଏଫ) ବାଟାଲିଆନ୍ କମାଣ୍ଡାଣ୍ଟ କମାଣ୍ଡର ନଗେନ୍ଦ୍ର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଗଦେଇ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ସମାଜସେବାର ମୁଖ୍ୟ ସ୍ରୋତରେ ସାମିଲ ହେବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରୋ-ଭାଇସ୍ ଚେୟାରପର୍ସନ ମାଲା ମିଶ୍ର, କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ସୁନୟନା ପାତ୍ରୋ ନବନିର୍ବାଚିତ ଛାତ୍ର ପ୍ରତିନିଧମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶୁଭବ୍ରତ ମୁଖାର୍ଜୀ ଆନୁଷ୍ଠାନିକ ଭାବରେ ଶପଥ ପାଠ କରାଇଥିଲେ ।
Leave a Reply