Spread the love

ସ୍ବାର୍ଥପର ଏହି ମଣିଷ ସମାଜ
ଚଳିବା କଷ୍ଟ ହେଲାଣି,
ଭାବିଚିନ୍ତି ଯଦି କଥା ନ କହିବ
ନଷ୍ଟ ହୋଇଯିବ ପୁଣି ।

ଭଲ ବନନ୍ତୁ ହେଲେ ଏତେ ବି ନୁହେଁ, ନିଜେ ନିଜ ପାଇଁ ହିଁ ଖରାପ୍ ହେଇଯିବେ ।

ଆମ ଜୀବନ ଶୈଳୀ ଯେତେ ଆଧୁନିକ ହେଉ ନା କାହିଁକି କିନ୍ତୁ ଏ ସମାଜ ବିଶ୍ବାସ ଓ ଭଲ ପାଇବାରେ ହିଁ ଚାଲିଛି ।

Words ସବୁ ଧୀରେ ଧୀରେ Dumb ପାଲଟି ଯାଆନ୍ତି,Liability ର ବୋଝ ଯେତେବେଳେ ଲଦି ହୋଇ ଯାଆନ୍ତି ।

କିଛି ପାଇଲେ ତ ସମସ୍ତେ ହସିବା ଜାଣିଛନ୍ତି କିନ୍ତୁ,ଯେଉଁ ମଣିଷ ବହୁତ କିଛି ହଜେଇ ଦେଇ ହସିବା ଜାଣିଥାଏ,ସେହି ମଣିଷ ହିଁ ବୁଝି ପାରିଥାଏ ଜୀବନର ମାନେ କଣ।

ଗୋଟିଏ ଶାନ୍ତ ସରଳ ମଣିଷକୁ ଯେତେ ଅପମାନ ଓ ଅସମ୍ମାନ ଦେଲେ ମଧ୍ଯ ସେ ସବୁକିଛି ହସି ହସି ସହି ଯାଏ।କାହିଁକି ନା ସେ ଜାଣିଥାଏ ସୁନାକୁ ଯେତେ ଖଣ୍ଡ କଲେ ମଧ୍ଯ ବଜାରରେ ତାର ଦାମ କେବେ କମି ନଥାଏ।

ମତେ ଅନ୍ୟ ମାନଙ୍କ ଭଳି ଅଭିନୟ କରି ଆସେନି ସେଥିପାଇଁ ବୋଧେ ଆଜି ମୁ ଏକା ହୋଇଗଲି କିନ୍ତୁ ଗୋଟେ କଥା ମନେ ରଖିଥିବେ ମୁ ଯେମିତି ସବୁବେଳେ ସେମିତି ଅନ୍ୟ ମାନଙ୍କ ପରି ରଙ୍ଗ ବଦଳେଇ ଆସେନି।

ଯୁଗ ବଦଳିଗଲା,ଏବେ ନିଜ ଚିନ୍ତାଧାରା ବଦଳେଇଦିଆ ଜୀବନ ରାସ୍ତାରେ ଆଗକୁ ଗଲା ବେଳେ ଟିକେ ପଛକୁ ଚାହ୍ନିକି ଦେଖ ଭୁଲ ରାସ୍ତାରେ ଯାଉନ ତ! ନଚେତ ଅନୁତାପ ହ୍ନି ସାର ହେବ।

ଜୀବନରେ ଯେତେ ପାରୁଚ୍ଛନ୍ତି ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ….

କାରଣ

ପ୍ରତି ସନ୍ଧ୍ୟାରେ କେବଳ ସୃର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ .. ବରଂ ତା ସହିତ ଆମ ମୂଲ୍ୟବାନ ଗୋଟିଏ ସୁନ୍ଦର୍ ଦିନ ସବୁଦିନ ପାଇଁ ସରିଯାଏ….


      

Leave a Reply

Your email address will not be published. Required fields are marked *

You Missed