ପ୍ରତାପ ନଗରୀ //ଟାଟା ମୋଟର୍ସ ପକ୍ଷରୁ ବହୁ ପ୍ରତିକ୍ଷିତ ହାରିଅର ଇଭିକୁ ଗ୍ରାହକ ମାନଙ୍କ ସୁବିଧା ପାଇଁ ପ୍ରତାପ ନଗରୀ ସ୍ଥିତ ଡିଲରସିପ୍ ଗୁଗ୍‌ନାନୀ ଅଟୋ କାରରେ ଶୁଭ ଉନ୍ମୋଚନ ହୋଇଯାଇଛି । ଏହି କାରକୁ ଗୁଗ୍‌ନାନୀ ଅଟୋ କାରର ରାଜନ ଗୁଗ୍‌ନାନୀ, ୟସନୀତ ଗୁଗନାନୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କ୍ଷେତ୍ରୀଯ ପ୍ରବନ୍ଧକ ଅସ୍ମିନ୍ ପ୍ରହରାଜ, ଟାଟା ମୋଟର୍ସର ଏରିଆ ମ୍ୟାନେଜର ଅଭିଷେକ ଚକ୍ରବର୍ତ୍ତୀ ଏବଂ ଆଇଡିବିଆଇ ବ୍ୟାଙ୍କର ମହାପ୍ରବନ୍ଧକ ମନୋଜ କୁମାର ସେନାପତି ମିଳିତ ଭାବେ ଉନ୍ମୋଚନ କରିଥିଲେ

Spread the love

ପ୍ରତାପ ନଗରୀରେ ଗୁଗ୍‌ନାନୀର ଟାଟା ହାରିଅର୍ ଇଭି ଉନ୍ମୋଚିତ

ଫୁଲନଖରା ୧/୮ (ଦର୍ଶନ ସମୀକ୍ଷା) ଟାଟା ମୋଟର୍ସ ପକ୍ଷରୁ ବହୁ ପ୍ରତିକ୍ଷିତ ହାରିଅର ଇଭିକୁ ଗ୍ରାହକ ମାନଙ୍କ ସୁବିଧା ପାଇଁ ପ୍ରତାପ ନଗରୀ ସ୍ଥିତ ଡିଲରସିପ୍ ଗୁଗ୍‌ନାନୀ ଅଟୋ କାରରେ ଶୁଭ ଉନ୍ମୋଚନ ହୋଇଯାଇଛି । ଏହି କାରକୁ ଗୁଗ୍‌ନାନୀ ଅଟୋ କାରର ରାଜନ ଗୁଗ୍‌ନାନୀ, ୟସନୀତ ଗୁଗନାନୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କ୍ଷେତ୍ରୀଯ ପ୍ରବନ୍ଧକ ଅସ୍ମିନ୍ ପ୍ରହରାଜ, ଟାଟା ମୋଟର୍ସର ଏରିଆ ମ୍ୟାନେଜର ଅଭିଷେକ ଚକ୍ରବର୍ତ୍ତୀ ଏବଂ ଆଇଡିବିଆଇ ବ୍ୟାଙ୍କର ମହାପ୍ରବନ୍ଧକ ମନୋଜ କୁମାର ସେନାପତି ମିଳିତ ଭାବେ ଉନ୍ମୋଚନ କରିଥିଲେ ।

ଏହି ନୂତନ କାରର ଅନେକଗୁଡିଏ ବୈଶିଷ୍ଟ୍ୟତା ରହିଛି ଯାହା ଅଟୋ ମୋବାଇଲ ଇଣ୍ଡଷ୍ଟ୍ରୀରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଏହି ବିଳାସପୂର୍ଣ୍ଣ ଏସୟୁର ଆକର୍ଷଣୀୟ ଡିଜାଇନ, ଅତ୍ୟାଧୁନିକ ଟେକ୍ନୋଲଜି ଏବଂ ଭାରତୀୟ ଗ୍ରାହାକକୁ ସୁହାଇଲା ଭଳି ଆଧୁନିକ ଷ୍ଟାଇଲ ଓ ସମସ୍ତ ସୁବିଧା ସହ ବଜାରରେ ପ୍ରବେଶ କରିଛି । ଏହି କାର୍ଯ୍ୟକ୍ରମରେ ଗୁଗନାନୀ ଉତ୍ସର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *