ଜୟ ଶ୍ରୀ ଜଗନ୍ନାଥ
ଭୁବନେଶ୍ୱର -=(ଦର୍ଶନ ସମୀକ୍ଷା )
ପୁରୀ ବଡ ଦାଣ୍ଡରେ ଦେବ ଦୀପାବଳି ଦିନ ଲକ୍ଷାଧିକ ଦୀପାଞ୍ଜଳୀ ଉତ୍ସବ ପାଳନ ପାଇଁ ଓଆଇସିର ପ୍ରସ୍ତୁତି ବୈଠକ। ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟର (ଓଆଇସି)ର ସମସ୍ତ ସଦସ୍ୟା/ସଦସ୍ୟ, ଉପଦେଷ୍ଟା ମଣ୍ଡଳୀ ଓ ଶୁଭେଚ୍ଛୁ ବଂଧୁ ମାନଙ୍କ ସାହାଯ୍ୟ ଓ ସହଯୋଗରେ ବିଗତ ବର୍ଷ ମାନଙ୍କରେ ଦେବଦୀପାବଳି ଅବସରରେ ପୂରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଦୀପାଞ୍ଜଳୀ ଉସ୍ଥବ ମହାସମାରୋହରେ ପାଳିତ ହୋଇ ଆସୁଅଛି। ଜଗନ୍ନାଥ ସଂସ୍କୃତିର ଏହି ମହାନ ପରମ୍ପରାକୁ ଉଜ୍ଜୀବିତ ରଖି ପବିତ୍ର ଦୀପାଞଳୀ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଅନୁଷ୍ଠିତ ଓଆଇସିର ପ୍ରାକ ପ୍ରସ୍ତୁତି ବୈଠକ ଶୁକ୍ରବାର ତା ୧୭.୧୦.୨୫ ରିଖ ଅପରାହ୍ନ ଘ ୫ ଟିକା ସମୟରେ ଭୁବନେଶ୍ଵର ଇଉନିଟ ୫ ସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଇଣ୍ଟରନାସନାଲ ସେଣ୍ଟରର ବହୁ ସଦସ୍ୟା/ସଦସ୍ୟ ବୈଠକରେ ଯୋଗଦାନ କରି ଆୟୋଜିତ ହେବାକୁ ଥିବା ଆସନ୍ତା ଦେବ ଦୀପାବଳୀ ରେ ବିଶେଷ କାର୍ୟ୍ଯକ୍ରମର ସଫଳ ଆୟୋଜନର ରୂପରେଖ ବିଷୟରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ଓଡ଼ିଶା ଇଣ୍ଟରନାସନାଲ ସେଣ୍ଠର, ଭୁବନେଶ୍ୱର, ଏକ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ହିସାବରେ ବର୍ଷ ତମାମ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଅଛି। ପୂର୍ବ ବର୍ଷ ପରି ଚଳିତ ବର୍ଷ ଦେବଦୀପାବଳି ଅବସରରେ ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ଭୁବନେଶ୍ୱର ଆନୁକୁଲ୍ୟରେ ଆସନ୍ତା ନଭେମ୍ବର ମାସ ୨୦ ତାରିଖ ପୂରୀ ଶ୍ରୀମନ୍ଦିର ଭିତରେ ଏବଂ ସିଂହ ଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟରେ ବଡ଼ଦାଣ୍ଡରେ ଏକ ଲକ୍ଷ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
୨୦ ତାରିଖ ସକାଳ ୮ ଟା ସମୟରେ ମେଡ଼ିକାଲ ନିକଟ ବଡ଼ଦାଣ୍ଡରେ ହାତୀ ଆଖଡ଼ା ମଠ ଠାରେ ପବିତ୍ର ଅଗ୍ନିହୋତ୍ର ଯଜ୍ଞ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀଜଗନ୍ନାଥଙ୍କ ଏହି ମହାର୍ଘ କାର୍ଯ୍ୟ କ୍ରମରେ ବହୁ ସାଧୁ ସନ୍ଥ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଓଆଇସିର ଏକ ଦୀପଦାନ କାର୍ଯ୍ୟକାରୀ କମିଟି ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠନ ହେବାର ସ୍ଥିର କରାଗଲା। ଅନୁଷ୍ଠାନର ମାନେଜିଙ୍ଗ ଟ୍ରଷ୍ଟି ଭାବଗ୍ରାହୀ ଶାନ୍ତି,ଟ୍ରଷ୍ଟି କୁମୁଦିନୀ ପଣ୍ଡା, ଶ୍ରୀଯୁକ୍ତ ଉଦୟ କୁମାର ଶାନ୍ତି, ବରିଷ୍ଠ ସଦସ୍ୟ ପ୍ରଶାନ୍ନ କୁମାର ମିଶ୍ର,ଜୟନ୍ତୀ ମିଶ୍ର,ମନୋଜ କୁମାର ପାତ୍ର,କୈଳାଶ ମଲିକ, ଦିଲିପ ପାତ୍ର, ରଂଜନ କୁମାର ସାହୁ , କାର୍ଯ୍ୟକାରୀ କମିଟିର ବରିଷ୍ଠ କର୍ମକର୍ତ୍ତା ସତ୍ୟ ସୁନ୍ଦର ପଣ୍ଡା, କିଶୋର ପ୍ରଧାନ, ଶ୍ରୀଯୁକ୍ତ ପ୍ରମୋଦ କୁମାର ବିଶ୍ବାଳ ,ଦିନ ବନ୍ଧୁ ନାୟକ, ବୁଟୁ ବକ୍ସି,ପଦ୍ମଲୋଚନ ରଣା,ଅଜୟ ପଟ୍ଟନାୟକ,ଅଜୟ ସାମନ୍ତରାୟ, ଗଙ୍ଗାଧର ବିଶ୍ଵାଳ,ସୁକାନ୍ତ ରଥ, ସଭ୍ୟା ଇନ୍ଦିରା ମିଶ୍ର, ଡଃ ଅରୁନ୍ଧତୀ ତେଜ,ସୁମନ ଦାଶ, ପୂଜା ସ୍ଵାଇ, ସ୍ମିତା ମହାନ୍ତି, ସଂଯୁକ୍ତା ମହଲା, ସୁଭଦ୍ରା ମିଶ୍ର,ରିଭା ମହାନ୍ତି,ରୁବି ପଣ୍ଡା ଓ ଅନ୍ୟାନ୍ୟ ସଦସ୍ୟା ସଦସ୍ୟ ମାନେ ଉପସ୍ଥି ରହି ଦେବଦୀପାବଳୀ ଉସ୍ଥବ ର ସଫଳତା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।
ଭାବଗ୍ରାହୀ ଶାନ୍ତି
ମ୍ୟାନେଜିଙ୍ଗ ଟ୍ରଷ୍ଟି
ମୋ :-୭୮୯୪୪୨୭୪୦୫
Leave a Reply