ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନର ରଥଯାତ୍ରାରେ ଭକ୍ତଙ୍କୁ ରନ୍ଧା ଖାଦ୍ଯ ବଣ୍ଟନ
ପୁରୀ, ୨/୭:(ଦର୍ଶନ ସମୀକ୍ଷା) ଆଧ୍ୟାତ୍ମିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ, ବ୍ରହ୍ମପୁର ତରଫରୁ ଚଳିତ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ସଂସ୍ଥାନର ପ୍ରତିଷ୍ଠାତା ପୂଜ୍ଯ ଗୁରୁଜୀ ଶ୍ରୀ ଶ୍ରୀ କ୍ରୀଷ୍ଣା ଭୈୟାଜୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ପୁରୀ ବଡଦାଣ୍ଡରେ ମହାପ୍ରସାଦ ସଦୃଶ ଅନ୍ନ, ଡାଲମା, ଖଟା ଓ ମିଠା ହାଲୁଆ ଇତ୍ୟାଦି ରନ୍ଧନ ଖାଦ୍ଯ ବଣ୍ଟନ କରାଯାଇଥିଲା। ଭକ୍ତ ଓ ଶ୍ରଦ୍ଦାଳୁ ଆନନ୍ଦର ସହ ପ୍ରସାଦ ସେବନ କରିବାର ଦୃଶ୍ଯ ବଡ ମନୋରମ ଥିଲା। ଗୁରୁଜୀଙ୍କ ଆନୁକୁଲ୍ଯରେ ହୋଇଥିବା ଏହି ମହାନ କାର୍ଯ୍ଯକ୍ରମରେ ରାମ ଜନ୍ମଭୂମି ଅଯୋଧ୍ୟା ଦିଗାମ୍ବର ଅନି ଆଖଡାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶ୍ରୀ ବୈଷ୍ଣୋ ଦାସ ମହାରାଜଜୀ, ବୃନ୍ଦାବନର ଶ୍ରୀ ଶ୍ରୀ ବିଶୁଦ୍ଧାନନ୍ଦ ମହାରାଜଜୀ, ଲଳିତାନନ୍ଦ ମହାରାଜଜୀ, ଉଜ୍ଜୟନୀରୁ ଶ୍ରୀ ଶ୍ରୀ ମଦନଦାସ ମହାରାଜଜୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଭକ୍ତଙ୍କ ପାଇ ରନ୍ଧନ ଖାଦ୍ଯ ସହିତ ଏକ ସ୍ବାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇ ଥିଲା।

ଏହି ଶିବିର ବରିଷ୍ଠ ମେଡିସିନ ଓ ହୃଦରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ଯ ନାରାୟଣ ଦାସ ଓ ଅନୁରାଧା ପଣ୍ଡାଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ପରିଚାଳନା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ହେବାରେ ଶୈଳେନ୍ଦ୍ର ଦାସ, ଗୈରି ଶଙ୍କର ପାତ୍ର, ପ୍ରିୟଙ୍କା ଦେବି, ସନ୍ଦୀପ ଦଳାଇ, ମହେନ୍ଦ୍ର ଦଳାଇଙ୍କ ଭୁମିକା ଅତି ଉଚ୍ଚକୋଟିର ଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଭୁଙ୍କ ତିନି ରଥ ନିର୍ମାଣ କରିଥିବା ସମସ୍ତ ମହାରଣା ଓ ଚିତ୍ର କାରିଗରଙ୍କୁ ଗୁରୁଜୀଙ୍କ ତତ୍ତ୍ବାବଧାନରେ ଅଯୋଧ୍ଯା ମହାରାଜ, ବୃନ୍ଦାବନରୁ ଆସିଥିବା ମହାରାଜଙ୍କ ଉପସ୍ଥିତିରେ ସ୍ଥାନୀୟ ଗୁରୁ ଭାଇ ପ୍ରିୟଦର୍ଶୀ ପଟ୍ଟନାୟକ(ପିକୁ ଭାଇ) ଓ ରମେଶ ବର୍ମାଙ୍କ କରକମଳରେ ଧୋତି ଓ ଗାମୁଛା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଥିଲା।
ଅନ୍ୟମାନଙ୍କ ମଧ୍ୟରେ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ପରିବାରର ସାଇ ପ୍ରସାଦ ପାତ୍ର, ଗଣେଷ ପ୍ରଧାନ, ଶ୍ରୀହରି ଦାସ, ଦୀପକ ପାଣିଗ୍ରାହୀ, ସନ୍ତୋଷ ମହାନ୍ତି, ଦ୍ବାରିକା ମହାନ୍ତି, ସଙ୍ଗୀତା ମହାନ୍ତି, ପୁଷ୍ପାଞ୍ଜଳି ପ୍ରଧାନ, ସମିର ମହାନ୍ତି, ଅଂଜୁ ମହାନ୍ତି, ସନ୍ଦୀପ ପାଣିଗ୍ରାହୀ, ଟୁନି ବିଶ୍ବାଳ, ଚନ୍ଦନ ସାହୁ, ଏଲ୍. କାମରାଜୁ ଦାସ, ବେଣୁ ଭାଇଙ୍କ ସମେତ ସମସ୍ତ ଗୁରୁ ଭାଇ ଓ ଭଉଣୀ ଏବଂ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ଶତାଧିକ ଗୁରୁ ଭାଇ ଓ ଭଉଣୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ହେବାରେ ସହାୟକ ହୋଇଥିଲେ।
Leave a Reply