ବଡ଼ ସମ୍ବାଦ //ଅଶ୍ଲୀଳ ଇଙ୍ଗିତ କରୁଛନ୍ତି ସାହିତ୍ୟ ଶିକ୍ଷକ।ମୁହଁ ପୋଛି ହେବା ପାଇଁ ଛାତ୍ରୀଙ୍କୁ ମାଗୁଛନ୍ତି ଓଢ଼ଣୀ ।
ଜଣେ ଶିକ୍ଷକଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନବମ ଶ୍ରେଣୀ ଛାତ୍ରୀ। ଛାତ୍ରୀ ଜଣଙ୍କୁ ଶିକ୍ଷକ ବାରମ୍ଵାର ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ଜମ୍ବେଶ୍ଵର ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଏଭଳି ଅଭିଯୋଗ କରିଛନ୍ତି।ସ୍କୁଲର ଇଂରାଜୀ ସାହିତ୍ୟ ପଢ଼ାଉଥିବା ଶିକ୍ଷକ ମନୋଜ କୁମାର ବାରିକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ସେ।
ସ୍କୁଲରେ ଅଭିଯୋଗ ପରେ କେହି ନ ଶୁଣିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀ ଓ ତାଙ୍କ ପରିବାର। ଅସଦାଚରଣକୁ ନେଇ ମାନସିକ ଚାପରେ ଛାତ୍ରୀ ଥିବା ବାପାଙ୍କ ଅଭିଯୋଗ।ଚାପରେ ଥିବାରୁ ପାଞ୍ଚ ଦିନ ହେବ ଛାତ୍ରୀ ଜଣଙ୍କ ସ୍କୁଲ ଯାଉନଥିବା କହିଛନ୍ତି ବାପା।ସ୍କୁଲ ଯିବା ପରଠାରୁ ଦୁଇ ମାସ ହେଲାଣି ଶିକ୍ଷକ ମନୋଜ କୁମାର ବାରିକ ତାଙ୍କୁ ଅସଦାଚରଣ କରି ଆସୁଥିଲେ।
ସ୍କୁଲ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପରିବାର।ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରି ନଥିବା କହିଛନ୍ତି ଛାତ୍ରୀଙ୍କ ବାପା।ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଡିଇଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ।
Leave a Reply