ପାଳ ଗଦାରୁ ୯ଫୁଟର ଅଜଗର ସାପ ଉଧାର।ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗ୍ରାମ ପଞ୍ଚାୟତ ସଦର ମହକୁମା ଗୋଟିଏ ପାଳ ଗଦାରୁ ଗୋଟିଏ ୯ଫୁଟ ଲମ୍ବାର ଅଜଗର ସାପକୁ ବନ ବିଭାଗର ପରାମର୍ଶ କ୍ରମେ ବାବା ଏବଂ ରାଜେଶ ଦୋରାଙ୍କ ଚେଷ୍ଟାରେ ସାପକୁ ଉଧାର କରି ନିକଟ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡା ଯାଇଥିଲା-ମନୋଜ ଦେବ ପାଙ୍ଗି ମାଲକାନଗିରି

Spread the love

ପାଳ ଗଦାରୁ ୯ଫୁଟର ଅଜଗର ସାପ ଉଧାର।
ମାଲକାନଗିରି:ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗ୍ରାମ ପଞ୍ଚାୟତ ସଦର ମହକୁମା ଗୋଟିଏ ପାଳ ଗଦାରୁ ଗୋଟିଏ ୯ଫୁଟ ଲମ୍ବାର ଅଜଗର ସାପକୁ ବନ ବିଭାଗର ପରାମର୍ଶ କ୍ରମେ ବାବା ଏବଂ ରାଜେଶ ଦୋରାଙ୍କ ଚେଷ୍ଟାରେ ସାପକୁ ଉଧାର କରି ନିକଟ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡା ଯାଇଥିଲା। ଗ୍ରାମର କୈଳାସ ପାଳଙ୍କ ଘର ପଛ ପଟେ ଗୃହ ପାଳିତ ପଶୁ ମାନଙ୍କ ନିମନ୍ତେ ପାଳ ରଖା ଯାଇଥିଲା।ହେଲେ ରାତ୍ର ପ୍ରାୟ ୮ଘଣ୍ଟିକା ସମୟରେ ଘର ଲୋକେ ପାଳ ଆଣିବା ନିମନ୍ତେ ପାଳ ଗଦା ପାଖକୁ ଯାଇ ଆଣିବା ବେଳେ ଗୋଟିଏ ସାପ ଥିବା ଦେଖିଥିଲେ। ସାପକୁ ଦେଖି ଭୟବିତ ହୋଇ ପାଟି କରିବା ନିକଟ ଘର ଲୋକଙ୍କୁ ଡାକିବା ସହିତ ରାସ୍ତାରେ ଯାଉଥିବା ଲୋକଙ୍କୁ ଡାକି ଥିଲେ ଏବଂ ଗ୍ରାମରେ ଥିବା ବାବାଙ୍କୁ ଡାକିବା ସହିତ ବନ ବିଭାଗକୁ ଯୋଗା ଯୋଗ କରିଥିଲେ। କିନ୍ତୁ ବନବିଭାଗର ସମସ୍ତ ଅଧିକାରୀ ମାନେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଗ୍ରାମର ରାଜେଶ କୁମାର ଦୋରାଙ୍କୁ ବନ ବିଭାଗ ପଠାଇଥିଲେ। ଦୁଇ ଜଣଙ୍କୁ ପ୍ରାୟ ଅଧ ଘଣ୍ଟାରୁ ଅଧିକ ଚେଷ୍ଟା ପରେ ଅଜଗରଟିକୁ ବାହାରକୁ ବାହାର କରିବାରେ ସଫଳ ହୋଇଥିଲେ। ତାପରେ ସାପଟିକୁ ଗ୍ରାମର କିଛି ଦୂରରେ ଥିବା ଜଙ୍ଗଲରେ ନେଇ ସୁରକ୍ଷିତ ଭାବେ ଛାଡି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *