ପାଲଲହଡା // ଆଇଡ଼ିବିଆଇ ବ୍ୟାଙ୍କ ଖେମଳା ଶାଖା ପକ୍ଷ ରୁ ବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷା ଏବଂ ବିକାଶ ଯୋଜନା (CSR) ଅଧୀନ ରେ କରଡIପାଳ ପଞ୍ଚାୟତ ସ୍ଥିତ ସହରଗୁରୁଜାଙ୍ଗ ଗ୍ରାମ ରେ ଥିବା ଗୁରୁସୁଲେଇ ସରକାରୀ ଉଚ୍ଚ ବିଦ୍ୟାଳୟ କୁ 45 ଟି ଚେୟାର ଏବଂ 2 ଟି ଆଲମିରା ପ୍ରଦାନ କରାଯାଇଥିଲା

Spread the love

ବ୍ୟାଙ୍କ ପକ୍ଷ ରୁ ସ୍କୁଲ କୁ ଆସବାବ ପତ୍ର ଏବଂ ଅନ୍ୟାନ୍ୟ ଉପକରଣ ପ୍ରଦାନ I
ପାଲଲହଡା – (ଦର୍ଶନ ସମୀକ୍ଷା) ସୋମବାର ପାଲଲହଡା ବ୍ଲକ ଗୁରୁସୁଲେଇ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ଆଇଡ଼ିବିଆଇ ବ୍ୟାଙ୍କ ଖେମଳା ଶାଖା ପକ୍ଷ ରୁ ବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷା ଏବଂ ବିକାଶ ଯୋଜନା (CSR) ଅଧୀନ ରେ କରଡIପାଳ ପଞ୍ଚାୟତ ସ୍ଥିତ ସହରଗୁରୁଜାଙ୍ଗ ଗ୍ରାମ ରେ ଥିବା ଗୁରୁସୁଲେଇ ସରକାରୀ ଉଚ୍ଚ ବିଦ୍ୟାଳୟ କୁ 45 ଟି ଚେୟାର ଏବଂ 2 ଟି ଆଲମିରା ପ୍ରଦାନ କରାଯାଇଥିଲା, ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ବ୍ୟାଙ୍କ ର ଶାଖା ପରିଚାଳକ ପ୍ରୀତି ରଞ୍ଜନ ସେଠୀ ଏବଂ ଦେବଗଡ଼ ଜିଲ୍ଲା ବ୍ୟାଙ୍କ ଶାଖା ପରିଚାଳକ ଶକ୍ତି ପ୍ରସାଦ ମହାନ୍ତି ଯୋଗ ଦେଇ ଉକ୍ତ ଉପକରଣ ଗୁଡିକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଶୁଣ୍ଢୀ ଙ୍କୁ ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ ରେ କାଳନ୍ଦୀ ଚରଣ ବିଶ୍ୱାଳ, ପ୍ରଦୀପ କୁମାର ଗଡ଼ନାୟକ ଏବଂ ପ୍ରମୋଦ କୁମାର ନାଏକ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *