ପାକିସ୍ତାନ ସେନାକୁ ଘାରିଛି ଭାରତ ଭୟ । ସେନା ମୁଖ୍ୟଙ୍କୁ ଯବାନଙ୍କ ଚିଠି, ସୀମାକୁ ପଠାଇଲେ ଇସ୍ତଫା ଦେବାକୁ ଧମକ

Spread the love

ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଦେଖାଦେଇଛି । ଭାରତ ସିନ୍ଧୁ ନଦୀର ଜଳ ରୋକିବାକୁ ନେଇ ପାକିସ୍ତାନ ସଂସଦରେ ଏହା ଯୁଦ୍ଧ ବୋଲି କୁହାଯାଇଛି । ଏସବୁ ଭିତରେ ଭାରତର କାର୍ଯ୍ୟାନୁଷ୍ଠାନ ଦେଖି ପାକିସ୍ତାନ ସରକାର ସେନାରେ ସୈନ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ଆରମ୍ଭ କରିଛି । ସେପଟେ ପାକିସ୍ତାନରେ ଭାରତ ତୁଳନାରେ ଗୁଳିଗୋଳା କମ୍ ଥିବାରୁ ଏହାକୁ ନେଇ ଚିନ୍ତାରେ ରହିଛି ପାକିସ୍ତାନ । ଏହାରି ଭିତରେ ପାକିସ୍ତାନ ପାଇଁ ଆଉ ଏକ ଖରାପ ଖବର ଆସିଛି । ପାକିସ୍ତାନ ସେନା ସିଧା ସଳଖ ଭାରତ ବିପକ୍ଷରେ ଯୁଦ୍ଧ ଲଢିବାକୁ ମନା କରିଦେଇଛି ।

ପାକିସ୍ତାନ ତାର ପଞ୍ଜାବ ପ୍ରାନ୍ତରେ ସର୍ବାଧିକ ସେନା ମୁତୟନ କରିଥାଏ । ଯୁଦ୍ଧ ସମୟରେ ଏହି ସୈନିକଙ୍କୁ ସର୍ବାଧିକ ବ୍ୟବହାର କରାଯାଇଥାଏ । ହେଲେ ଏବେ ଯୁଦ୍ଧ ସ୍ଥିତି ଦେଖିବା ପରେ ଏହି ଯବାନ ମାନେ କହିଛନ୍ତି କି, ଯଦି ଆମକୁ ସୀମାକୁ ପଠାଯାଏ ତେବେ ଆମେ ଚାକିରିରୁ ଇସ୍ତଫା ଦେଇଦେବୁ । କେବଳ କହିନାହାଁନ୍ତି ସେନା ମୁଖ୍ୟ ସେମାନଙ୍କ କଥା ନଶୁଣିବାରୁ କିଛି ଯବାନ ଇସ୍ତଫା ମଧ୍ୟ ଦେଇଛନ୍ତି ।

କିଛିଦିନ ତଳେ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଥିଲା କି, ପାକିସ୍ତାନ ସେନାରୁ ଜଣଙ୍କ ପରେ ଜଣେ ଯବାନ ଇସ୍ତଫା ଦେବାରେ ଲାଗିଛନ୍ତି । ଏକ ରିପୋର୍ଟ ମୁତାବକ ପାକିସ୍ତାନ ସେନାରୁ ଏପର୍ଯ୍ୟନ୍ତ ୪୫ ହଜାର ଯବାନ ଓ ୨୫୦ ଜଣ ସେନା ଅଧିକାରୀ ନିଜ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଏହି କାରଣରୁ ପାକିସ୍ତାନ ଏବେ ଘରୋଇ ସଂସ୍ଥାରୁ ଯବାନ ଆଣିବା ଆରମ୍ଭ କରିଛି ।

ସେପଟେ ପାକିସ୍ତାନ ସରକାର ଏବେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ପୁଣି ନିଯୁକ୍ତି ଦେବା ଆରମ୍ଭ କରିଛି । ୮ ଜଣ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ସେନାର ବିଭିନ୍ନ ଗୁରତ୍ୱପୂର୍ଣ୍ଣ ପଦବୀରେ ପୁନଃ ନିଯୁକ୍ତି ଦିଆଯାଇଛି ।