Spread the love

ପଞ୍ଚମ ଦିନରେ ଆନ୍ଦୋଳନ

ବ୍ରହ୍ମପୁର ଗଣତାନ୍ତ୍ରିକ ଧାରଣାକୁ ଇଷ୍ଟ କୋଷ୍ଟ ଜିଏମ୍ ଙ୍କ ଅଣଦେଖା : ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁର:୧୩/୦୯/୨୦୨୪: ୧୬୩ ବର୍ଷର ପୁରୁଣା ତଥା ରାଜ୍ୟର ପ୍ରଥମ ରେଳ ଷ୍ଟେସନ ଓ ଜାତୀୟ ରେଳ ଷ୍ଟେସନ ବ୍ରହ୍ମପୁର ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ର ଧାରଣା କୁ ଇଷ୍ଟ କୋଷ୍ଟ ଜିଏମ୍ ଙ୍କ ଅଣଦେଖା। ସାମ୍ବାଦିକ ପଚାରିବାରୁ କହିଲେ ଆମେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରୋଗ୍ରାମ ଲାଗି ଆସିଛୁ, ଲୋକଙ୍କ ଦୁଃଖ ବୁଝିବାକୁ ନାହିଁ। ‘ ହମାରା ପେହେଲା କାମ ମୁଖ୍ୟମନ୍ତ୍ରୀ କା କାମ କୋ ସଫଳ ରୂପାୟନ କରନା ହେ ବ୍ରହ୍ମପୁର ରେଳ ଷ୍ଟେସନ କା ନେହି ‘ ।

୭ ଗୋଟି ଦାବି ଗୁଡ଼ିକୁ ଆଶାନୁରୂପ କାର୍ଯ୍ୟନୁଷ୍ଠାନ ସହ ଦକ୍ଷିଣ ଓଡ଼ିଶା ବାସୀଙ୍କ ଇଚ୍ଛା ଓ ଅଧିକାର କୁ ଚରିତାର୍ଥ କରିବେ ବୋଲି ଆଶା ରଖିଥିବା ୬୦ ରୁ ଉର୍ଦ୍ଧ ସଙ୍ଗଠନ କୁ ଅଣଦେଖା କରିଛନ୍ତି ଇଷ୍ଟ କୋଷ୍ଟ ଜିଏମ୍। ଏହା ଦକ୍ଷିଣ ଓଡ଼ିଶାର ଦେଢ଼ କୋଟି ଲୋକଙ୍କ ସ୍ୱାର୍ଥକୁ ଉପହାସ।

ଆଜିର ଏହି ପଞ୍ଚମ ଦିନ ଆନ୍ଦୋଳନ ରେ ୬୦ ରୁ ଉର୍ଦ୍ଧ ଗଣ ସଙ୍ଗଠନ ଯୋଗ ଦେଇ ଏହି ଆନ୍ଦୋଳନ କୁ ଆହୁରି ବ୍ୟାପକ କରିବା ପାଇଁ ମତ ପ୍ରକାଶ ପାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମର ଆଲୋଚନା ଚକ୍ରରେ ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟନୁଷ୍ଠାନ କମିଟିର ଆବାହକ ସହ ୬୦ ରୁ ଉର୍ଦ୍ଧ ପ୍ରମୁଖ ସଙ୍ଗଠନ ଅଂଶଗ୍ରହଣ କରି ଆଜିର ଆନ୍ଦୋଳନ କୁ ଆହୁରି ତୀବ୍ର ରୂପ ଦେଇଥିଲେ।

Leave a Reply

Your email address will not be published. Required fields are marked *