ନୟାଗଡ଼ //ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି।ନୟାଗଡ଼ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଯାଇଛି ପ୍ରଭୁଙ୍କର ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ,ସ୍ନାନ ପରେ ପରେ ଦର୍ଷା ଆରମ୍ଭ ହୋଇଥିଲା ଏବଂ ଯାହା କି ଏକ ଶୁଭ ସୂଚନା ବୋଲି ଭକ୍ତ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

Spread the love

ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି।
ନୟାଗଡ଼ (ଦର୍ଶନ ସମୀକ୍ଷା ) ୧୧.୬.୨୫- ନୟାଗଡ଼ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇଯାଇଛି ପ୍ରଭୁଙ୍କର ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ । ସହରର ବହୁ ପୁରାତନ ଏହି ନୟାଗଡ଼ ଜଗନ୍ନାଥ ମନ୍ଦିର। ଏଠାରେ ପୁରୀ ଜଗନ୍ନାଥ ମନ୍ଦିର କାଳୀ ବାର।ମାସରେ ତେରପର୍ବ ପାଳିତ ହୋଇ ଥାଏ। ତେବେ ଆଗକୁ ଶ୍ରୀଗୁଣ୍ଡିଚା ରଥ ଯାତ୍ରା ଆଉ ଅଳ୍ପ ଦିନ ବାକି ରହି ଥିବା ବେଳେ ଦେବୋତ୍ତର ବିଭାଗ ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ନିୟମିତ ଭାବେ ଚାଲୁ ରହିଛି। ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପ୍ରତ୍ୟୁଷରୁ ରାତି ୩ ଠାରୁ ତିନି ଠାକୁରଙ୍କୁ ମନ୍ଦିର ଭିତରୁ ସ୍ନାନ ମଣ୍ଡପକୁ ପହଣ୍ଡି କରା ଯାଇଥିଲା। ସକାଳେ ମଙ୍ଗଳ ଆଳତି କର ଯାଇଥିଲା। ୧୦ ଟା ସମୟରେ ମନ୍ଦିର ଭିତରେ ଥିବା କୂଅରୁ ୧୦୮ ଗରା ପାଣି ଅଣାଯାଇ ଜୀଉ ମାନଙ୍କୁ ମହା ସ୍ନାନ କରାଗଲା। ଏହାପରେ ଦ୍ୱିପ୍ରହର ଖେଚୁଡ଼ି ଧୂପ କରାଯାଇ ଶ୍ରୀ ଜୀଉ ମାନେ ବିଶ୍ରାମ କରିବେ। ସନ୍ଧ୍ୟାରେ ଭକ୍ତ ମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେବେ ବୋଲି ଏଠାରେ ଜଗନ୍ନାଥ ମନ୍ଦିରର ପରିଚାଳକ ସୁବାସ ଚନ୍ଦ୍ର ବରାଡ ଏବଂ କୁଳମଣି ବଡପଣ୍ଡାଙ୍କ ଠାରୁ ସୂଚନା ମିଳି ଥିଲା। ଏଥି ସହିତ ସନ୍ଧ୍ୟାରେ ବିଭିନ୍ନ କଣ୍ଠ ଶିଳ୍ପୀ ମାନଙ୍କ ଦ୍ବାରା ଆୟୋଜିତ ଭଜନ ସମାରୋହ କୁ ଲୋକେ ଉପଭୋଗ କରିଥିଲେ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶନ ପାଇଁ ଭକ୍ତ ମାନଙ୍କର ଧାଡ଼ି ଲାମ୍ବିଥିଲା । ପ୍ରକାଶ ଥାଉ କି ଆଜି ମନ୍ଦିରରେ ଶ୍ରୀଜୀଉଙ୍କର ସ୍ନାନ ପରେ ପରେ ଦର୍ଷା ଆରମ୍ଭ ହୋଇଥିଲା ଏବଂ ଯାହା କି ଏକ ଶୁଭ ସୂଚନା ବୋଲି ଭକ୍ତ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *