ସୋର୍ଲକୋଣ୍ଡାରେ ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ସଚେତନତା
ନିଶାଶକ୍ତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଆହ୍ୱାନ
ମାଲକାନଗିରି:ମନୋଜ ଦେଵ ପାଙ୍ଗି,ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ଗ୍ରାମ ପଞ୍ଚାୟତର ସୋର୍ଲକୋଣ୍ଡା ଗ୍ରାମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟେଲଙ୍କ ନିର୍ଦ୍ଧେଶ କ୍ରମେ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ତତ୍ୱାବଧାରେ ବାଲିମେଳା ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ ସେବନ ଓ ଅପ ମିଶ୍ରିତ ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ରବିବାର ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବାଲିମେଳା ଅବକାରୀ ବିଭାଗର
ଓଆଇସି ରମେଶ ଚନ୍ଦ୍ର ସାହୁକାର ଏବଂ ନୂତନ ଭାବେ ବାଲିମେଳା ଅବକାରୀ ବିଭାଗର ଓଆଇସି ଭାବେ ଦାଇତ୍ୱ ଗ୍ରହଣ କରିଥିବା ବ୍ରଜ ବିହାରୀ ନାୟକ ପ୍ରମୁଖ ସଭାପତିତ୍ୱ କରିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନୀଳାକାମ୍ବେରୁ ପଞ୍ଚାୟତର ସରପଞ୍ଚ ସୁରେନ୍ଦ୍ର ଖିଲ, ସମ୍ମାନିତ ଅତିଥିଭାବେ ଉକ୍ତ ପଞ୍ଚାୟତର ନାୟବ ସରପଞ୍ଚ ମାଳତୀ ସଗରିଆ, ୱାର୍ଡ ମେମ୍ବର ଦୁଲେ ମାଡ଼କାମୀ ଏବଂ ଅନ୍ୟ ଜଣେ ୱାର୍ଡ ମେମ୍ବର ରଶ୍ମିତା ପଡିୟାମୀ ପ୍ରମୁଖ ଉପସ୍ଥିତ ଥିଲେ।ବାଲିମେଳା ଅବକାରୀ ବିଭାଗର ଏଏସଆଇ
ରାମ ଚନ୍ଦ୍ର ହନ୍ତାଳଙ୍କ ସମେତ କନେଷ୍ଟବଳ ସରିତା ନାୟକ, ପଣ୍ଡା ନାଗେଶ, ଚନ୍ଦ୍ରକାନ୍ତ ନାୟକ ଓ ଅନ୍ୟ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ
ଗତ ମେ ୩୧ ତାରିଖ ଠାରୁ ଜୁନ
୨୭ ତାରିଖ ପଯ୍ୟନ୍ତ ସାରା ରାଜ୍ୟରେ ନିଶା ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାରୀ ରହିଛି।ଯାହା ଫଳରେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ପାଳନ କରାଯାଉଅଛି।ଅବକାରୀ ଅଧିକାରୀ ଶ୍ରୀ ସାହୁ ଏବଂ ଶ୍ରୀ ନାୟକ ସୂଚନା ଦେଇ କହିଥିଲେ ଯେ, ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କର ସହ ଯୋଗୀତାକୁ
ପ୍ରାଥମିକତା ଦିଆଯିବ।ସେ ଆହୁରି କହିଥିଲେ ଯେ,ଯଦି ଆମର ସମୂହ ଯୁବ ସମ୍ବଳ ନିଶାଦ୍ରବ୍ୟ ସେବନରେ
ଗ୍ରସିତ ରୁହନ୍ତି ତେବେ ମାନବ ମୂଲ୍ୟର ଅବକ୍ଷୟ ହେବା ସହ ଯୁବ ସମ୍ବଳର ବିକାଶ ଓ ଦେଶର ଅର୍ଥନୀତିରେ ଏହାର ପ୍ରତିକୂଳ ପ୍ରଭାବ ପକାଇବ ଏବଂ ଏଥିପାଇଁ ବର୍ତ୍ତମାନ ସମୟ ଆସିଯାଇଛି ଏ ଦିଗରେ ସମସ୍ତଙ୍କୁ ସଚେତନ କରି
ଯୁବ ସମାଜକୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକ ଦ୍ରବ୍ୟ
ସେବନରୁ ଦୁରେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା।ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଉକ୍ତ ଅଞ୍ଚଳରେ ନିଶାଗ୍ରସ୍ତ ବ୍ୟକ୍ତି ମାନଙ୍କୁନିଶା ନିବାରଣ ପାଇଁ ସଚେତନତା କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।
Leave a Reply