ନିମାପଡା //ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଅଧକ୍ଷା ଅମିତା ମହାନାୟକ ଙ୍କ ପୌରହିତ୍ୟରେ ମହାବିଦ୍ୟାଳୟ ର 62ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ କଲେଜ ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟଅତିଥି, ଉପଜିଲ୍ଲାପାଳ ତଥା ପରିଚାଳନା କମିଟି ର ସଭାପତି ଶରତ ଚନ୍ଦ୍ର ବେହେରା ଅତିଥି, ମୁଖ୍ୟଵକ୍ତା ଭାବେ ପୂର୍ବତନ ଅଧକ୍ଷ ଯୋଗଦେଇଥିଲେ

Spread the love

ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର 62ତମ ପ୍ରତିଷ୍ଠା ଦିବସ ପାଳିତ। ସମସ୍ତ ଆବଶ୍ୟକତା ପୂରଣ ହେବ –ଉପମୁଖ୍ୟମନ୍ତ୍ରୀ :ନିମାପଡ଼ା 27/7/25( ଦର୍ଶନ ସମୀକ୍ଷା)

ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଅଧକ୍ଷା ଅମିତା ମହାନାୟକ ଙ୍କ ପୌରହିତ୍ୟରେମହାବିଦ୍ୟାଳୟ ର 62ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ କଲେଜ ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟଅତିଥି, ଉପଜିଲ୍ଲାପାଳ ତଥା ପରିଚାଳନା କମିଟି ର ସଭାପତି ଶରତ ଚନ୍ଦ୍ର ବେହେରା ଅତିଥି, ମୁଖ୍ୟଵକ୍ତା ଭାବେ ପୂର୍ବତନ ଅଧକ୍ଷ ତଥା ଐତିହାସିକ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର, ଆଲୁମିନି କମିଟି ସଭାପତି ବସନ୍ତ କୁମାର ମହାନ୍ତି ଅତିଥି ଭାବେ ଯୋଗଦାନ କରିଥିଲେ।ଅଧକ୍ଷା ସମସ୍ତଙ୍କୁ ସ୍ୱାଗତ ଜଣାଇ ବକ୍ତବ୍ୟ ଆରମ୍ଭ କରିଥିଲେ। କଲେଜଟି ପୁରୀ ଜିଲ୍ଲା ରେ ଦ୍ୱିତୀୟ ବୃହତମ କଲେଜ ଯାହାର ମୋଟ ଛାତ୍ର ଛାତ୍ରୀ ସଂଖ୍ୟା 7ହଜାର ହେବ. ସେମାନଙ୍କ ପାଈଁ 8/10ଟି ଶ୍ରେଣୀଗୃହ, ଛାତ୍ରୀ ମାନଙ୍କ ପାଈଁ ଛାତ୍ରୀ ନିବାସ, ଅଟୋମେସନ ଲାଇବ୍ରେରୀ, ବିଜ୍ଞାନ ଗାର, ସାଇକେଲ ଷ୍ଟାଣ୍ଡ,, ବିଶାଳ ସଭାଗୃହ ଇତ୍ୟାଦି ଅଭାବ ଅସୁବିଧା ପ୍ରକାଶ କରିଥିଲେ। ମୁଖ୍ୟଅତିଥି ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜକୁ ଉକ୍ତ କଲେଜର ଛାତ୍ରୀ ହୋଇ ଓଡିଶା ର ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସୌଭାଗ୍ୟ ର ବିଷୟ ବୋଲି ପ୍ରକାଶ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ପୂର୍ବତନ ରାଷ୍ଟ୍ରପତି ଏପିଜେ. ଆବୁଲ କାଲାମ ଆଜାଦ ଙ୍କ ଜନ୍ମ ଦିନ, ଆଜି ଏ ପୁଣ୍ୟ ତିଥିରେ ଉଠି ଠିଆ ହେବା କୌଶଳ ଶିଖିବା ଓ ବିକଶିତ ହେବାପାଇଁ ସ୍ୱପ୍ନ ଦେଖିବା.
ବୋଲି ଆହ୍ୱାନ ଦେଇଥିଲେ। ମହାବିଦ୍ୟାଳୟ ର ବାଳିକା ହଷ୍ଟେଲ ପାଈଁ 6କୋଟି 77ଲକ୍ଷ ଟଙ୍କା ର ଟେଣ୍ଡର ସରିଛି, 200ରୁ 250ପର୍ଯ୍ୟନ୍ତ ଛାତ୍ରୀ ମାନେ ରହିପାରିବା ର ବ୍ୟବସ୍ଥା ହୋଇଛି ବୋଲି ପ୍ରକାଶ କରିଥିଲେ।ଅଡିଟରୀୟମ, ଓବିସି ହଷ୍ଟେଲ, ଷ୍ଟାପ କ୍ୱାଟର, ୱାଇ ଫାଇ କ୍ୟାମ୍ପସ ଓ ମହାବିଦ୍ୟାଳୟ ର ଆବଶ୍ୟକତା ଅନୁସାରେ ସମସ୍ତ ପୂରଣ ପାଈଁ କଥାରେ ନୁହେଁ, କାମରେ ଦେଖାଇଦିଆଯିବ ବୋଲି ଶ୍ରୀମତୀ ପରିଡା ପ୍ରକାଶ କରିଥିଲେ। ମୁଖ୍ୟଵକ୍ତା ତଥା ଐତିହାସିକ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର ମହାବିଦ୍ୟ�

Leave a Reply

Your email address will not be published. Required fields are marked *