ନିମାପଡା //ଯୁବ ବିକାଶ ପରିଷଦ, ନିମାପଡା ର ସମ୍ପାଦକ ତଥା ନିମାପଡ଼ା ର ଯୁବ ସାମାଜିକ କର୍ମୀ ଚନ୍ଦ୍ରକାନ୍ତ ବରାଳ ଙ୍କ ଜନ୍ମଦିନ ରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି।

Spread the love

ନିମାପଡ଼ା,(ଦର୍ଶନ ସମୀକ୍ଷା) ଯୁବ ବିକାଶ ପରିଷଦ, ନିମାପଡା ର ସମ୍ପାଦକ ତଥା ନିମାପଡ଼ା ର ଯୁବ ସାମାଜିକ କର୍ମୀ ଚନ୍ଦ୍ରକାନ୍ତ ବରାଳ ଙ୍କ ଜନ୍ମଦିନ ରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଅଛି। ପ୍ରକାଶ ଥାଉ କି ଆଜି କାଲିର ଯୁବକ ମାନେ ନିଜ ଜନ୍ମଦିନ କୁ ମହା ଆଡ଼ମ୍ବରରେ ପାଳନ କରୁଥିବା ବେଳେ ନିମାପଡ଼ା ଅଞ୍ଚଳର ଜଣାଶୁଣା ଯୁବ ସାମାଜିକ କର୍ମୀ ଚନ୍ଦ୍ରକାନ୍ତ ବରାଳ ତାଙ୍କ ଜନ୍ମଦିନରେ ରକ୍ତଦାନ ଶିବିର ଓ ବୃକ୍ଷ୍ୟରୋପଣ ଭଳି ମହତ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ନିମାପଡା ନିକଟସ୍ଥ ଧଳେଶ୍ୱର ଗ୍ରାମରେ ଜନ୍ମିତ ଚନ୍ଦ୍ରକାନ୍ତ ଜଣେ ସାମାଜିକ କର୍ମୀ ଭାବେ ଖୁବ ସୁନାମ ରହିଛି। ନିମାପଡା ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ସାମାଜିକ ସଂଗଠନ ସହିତ ଜଡ଼ିତ ହୋଇ ସମାଜସେବାରେ ନିଜକୁ ନିୟୋଜିତ କରନ୍ତି। ସମାଜରେ ଅବହେଳିତ ଓ ନିଷ୍ପେସିତ ଲୋକଙ୍କ ପାଇଁ ସ୍ଵର ଉଠାଇବା କଥା ହେଉ ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରପୀଡ଼ିତ ଙ୍କ ନିକଟରେ ପହଞ୍ଚିବା ହେଉ ସବୁଠି ପହଞ୍ଚନ୍ତି ସେ। ଆଜି ତାଙ୍କର ୪୦ ତମ ଜନ୍ମଦିନରେ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ନିଜ ଗାଁ ମୁଣ୍ଡରେ ଥିବା ଖେଳ ପଡ଼ିଆରେ ଦୁଇଟି ବରଗଛ ଓ ଦୁଇଟି ଓସ୍ତ୍ତ ଗଛ ଲଗାଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ରକ୍ତଭଣ୍ଡାର ତରଫରୁ ରକ୍ତ ସଂଗୃହିତ ହୋଇଥିଲା। ଉକ୍ତ ଶିବିର କୁ ଚନ୍ଦ୍ରକାନ୍ତ ଙ୍କ ପିତା ଦାମୋଦର ବରାଳ ମାତା ସୌଦାମିନୀ ବରାଳ ଓ ବଡ଼ଭାଇ ସୁଧିରଞ୍ଜନ ବରାଳ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ଯୁବ ବିକାଶ ପରିଷଦ ର ସଭାପତି ନିରଞ୍ଜନ ସାହୁ, ଉପସଭାପତି ବିକାଶ ବାରିକ ସଭ୍ୟ ସାଗର ଭୋଇ, ବର୍ଷାରାଣୀ ବରାଳ ଓ ପ୍ରଗତିକ୍ରିଷ୍ଣା ବରାଳ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *