ନିମାପଡା //ମେଡିକାଲରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ଏଟିଏମଲୋକାର୍ପିତ ହୋଇଯାଇଛି।ଡାକ୍ତରଙ୍କ ପରାମର୍ଶ ବିନା ୧୦୦ରୁ ଉର୍ଦ୍ଧ୍ୱ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହିତ ରୋଗୀ କ୍ଷଣିକ ମଧ୍ୟରେ ଫଳାଫଳ ମଧ୍ୟ ଜାଣିପାରିବେ।

Spread the love

ନିମାପଡ଼ା :(ଦର୍ଶନ ସମୀକ୍ଷା) ମେଡିକାଲରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ଏଟିଏମଲୋକାର୍ପିତ ହୋଇଯାଇଛି।

ଡାକ୍ତରଙ୍କ ପରାମର୍ଶ ବିନା ୧୦୦ରୁ ଉର୍ଦ୍ଧ୍ୱ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହିତ ରୋଗୀ କ୍ଷଣିକ ମଧ୍ୟରେ ଫଳାଫଳ ମଧ୍ୟ ଜାଣିପାରିବେ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅନୁମୋଦିତ ସ୍ୱୟଂ ହେଲଥ ଏଟିଏମ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂସ୍ଥାପନ କରାଯାଇଛି। ବୁଧବାର ଅପରାହ୍ନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ମେସିନ ଦ୍ୱାରା ଅଯଥା ଡାକ୍ତରଙ୍କ ପାଖରେ ଗହଳି ନକରି, ପରାମର୍ଶ ପାଇଁ ଅପେକ୍ଷା ନକରି ଜଣେରୋଗୀ ୧୦୦ରୁ ଉର୍ଦ୍ଧ୍ୱ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ। ରକ୍ତ ଶର୍କରା, ଡେଙ୍ଗୁ, ଏଚଆଇଭି, ହେମୋଗ୍ଲୋବିନ, ଟାଇଫଏଡ, ଇସିଜି, ମ୍ୟାଲେରିଆ, ଚିକେନଗୁନିଆ, ମୂତ୍ରଜନିତ, ଚର୍ମ, ଇଏନଟି ଆଦି ପ୍ରମୁଖ ରୋଗ ମାନଙ୍କର ପରୀକ୍ଷା ସହିତ ବ୍ଲଡ଼ ପ୍ରେସର, ପଲ୍ସ ଆଦିର ରିପୋର୍ଟ କ୍ଷଣିକ ମଧ୍ୟରେ ପାଇ ପାରିବେ। ରିପୋର୍ଟକୁ ପ୍ରିଣ୍ଟ କରି ମଧ୍ୟ ରୋଗୀ ନେଇପାରିବେ। ଆମ ଅଞ୍ଚଳର ଲୋକ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ପରୀକ୍ଷଣ କରିବାରେ ଆମେ ବାହାର ମେଡିକାଲକୁ ଦୌଡୁଥିଲେ ତାହା ଆଉ ହେବନି। ଏହି ମେସିନ ସ୍ଥାପନ ଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବ ଏବଂ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଶ୍ରୀମତୀ ପରିଡ଼ା। ଏହି କାର୍ଯ୍ୟକ୍ରମରେ ପୁରୀ ସିଡ଼ିଏମଓ ରୂପଭାନୁ ମିଶ୍ର, ମେଡିକାଲ ଅଫିସର ସୁବ୍ରତ ମହାପାତ୍ର, ଡ଼ଃ ଆଶୁତୋଷ ଜେନା, ସୋନାଲି ତ୍ରିପାଠୀ, ସୁପ୍ରିୟା ସ୍ୱାଇଁ,ଫାର୍ମାସିଷ୍ଟ ଆଇ ତ୍ରିନାଥ ପାତ୍ରଙ୍କ ସମେତ ମେଡିକାଲର ସମସ୍ତ କର୍ମଚାରୀ, ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା, ମୀନଲତା ମହାନ୍ତି,ଏନଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ତହସିଲଦାର ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *