ନିମାପଡା //ପୌରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଆସୁଥିବା ସରକାରୀ ଅନୁଦାନକୁ ପରିଷଦ ଅଧ୍ୟକ୍ଷା, ଉପନଗରପାଳ କିମ୍ବା କାଉନସିଲରଙ୍କ ଅଗୋଚରରେ, ବିନା ରେଜୁଲେସନ, ବିନା ଟେଣ୍ଡରରେ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ବାହାର ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଉଥିବାର ଅଭିଯୋଗ କରିଛି ଠିକାଦାର ମହାସଂଘ।

Spread the love

ନିମାପଡା :(ଦର୍ଶନ ସମୀକ୍ଷା) ପୌରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଆସୁଥିବା ସରକାରୀ ଅନୁଦାନକୁ ପରିଷଦ ଅଧ୍ୟକ୍ଷା, ଉପନଗରପାଳ କିମ୍ବା କାଉନସିଲରଙ୍କ ଅଗୋଚରରେ, ବିନା ରେଜୁଲେସନ, ବିନା ଟେଣ୍ଡରରେ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ବାହାର ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଉଥିବାର ଅଭିଯୋଗ କରିଛି ଠିକାଦାର ମହାସଂଘ। ଲେବର ଲାଇସେନ୍ସ ନଥିବା, ଲାଇସେନ୍ସର ଅବଧି ପୁରି ଯାଇଥିବା ଠିକାଦାର ମାନଙ୍କ ଠାରୁ ମୋଟା ଅଙ୍କର ପିସି ନେଇ ନିୟମିତ ଭାବେ ଏଭଳି ଟେଣ୍ଡର ଫିକ୍ସିଂ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରଥମରୁ ଆମ ସଂଘକୁ ସେ ବିରୋଧ କରି ଆସୁଛନ୍ତି। ଜରୁରୀ ପରିସ୍ଥିତିର ବାହାନା ଦେଖାଇ ସର୍ଟ ଟେଣ୍ଡରରେ କାର୍ଯ୍ୟ ହୋଇଛି ବୋଲି କହୁଥିବା ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ଆମେ ବିରୋଧ କରୁଛୁ ବୋଲି ନିମାପଡ଼ା ଠିକାଦାର ସଂଘର ସଭାପତି ବିଶ୍ୱଜିତ କାନୁନଗୋ କହିଛନ୍ତି। ନିମାପଡ଼ା ଏନଏସି ଦୁର୍ନୀତିର ଗନ୍ତାଘର ପାଲଟିଛି। ଠିକାଦାର ସଂଘ ଯେଉଁ ଅଭିଯୋଗ କରିଛି ଏହାର ଯଥେଷ୍ଟ ପ୍ରମାଣ ରହିଛି। ନିର୍ବାହୀ ଅଧିକାରୀ ସରକାରଙ୍କ ଅର୍ଥକୁ ବରବାଦ କରୁଛନ୍ତି। ଏ ସମ୍ବନ୍ଧରେ ଆମେ ଉପ ଜିଲ୍ଲାପାଳ ଏବଂ ଅର୍ବାନ ଡାଇରେକ୍ଟରଙ୍କୁ ଅବଗତ କରାଇଛୁ। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ ବୋଲି ବିଜେଡ଼ି ନେତା ଦିଲ୍ଲୀପ ପାତ୍ର ଦାବି କରିଛନ୍ତି। ଅନ୍ୟପଟରେ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଠିକାଦାର ସଂଘ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ଏହାର କୌଣସି ସତ୍ୟତା ନାହିଁ।

Leave a Reply

Your email address will not be published. Required fields are marked *