ନିମାପଡା //ପଞ୍ଚାୟତ ସମିତି ବୈଠକରେ ସାମ୍ବାଦିକଙ୍କୁ ଅସମ୍ମାନ କରାଯିବା ପ୍ରତିବାରେ ନିମାପଡ଼ା ପ୍ରେସକ୍ଲବ ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଛି,ପ୍ରେସକ୍ଲବର ସମସ୍ତ ସଦସ୍ୟ ତଥା କାର୍ଯ୍ୟରତ ସାମ୍ବାଦିକମାନେ ଗଣଧାରଣାରେ ସାମିଲ ହୋଇଥିଲେ।

Spread the love

ନିମାପଡା (ଦର୍ଶନ ସମୀକ୍ଷା)

ପଞ୍ଚାୟତ ସମିତି ବୈଠକରେ ସାମ୍ବାଦିକଙ୍କୁ ଅସମ୍ମାନ କରାଯିବା ପ୍ରତିବାରେ ନିମାପଡ଼ା ପ୍ରେସକ୍ଲବ ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଛି। ସୂଚନା ମୁତାବକ ଗତ ୧୬ତାରିଖ ନିମାପଡ଼ା ପଞ୍ଚାୟତ ସମିତିର ୬ଷ୍ଠ ସାଧାରଣ ବୈଠକରେ ଯୋଗଦେବା ପାଇଁ ବ୍ଲକ ଅଧ୍ୟକ୍ଷ ପୂର୍ବଦିନ ଠାରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ। ନିର୍ଦ୍ଧାରିତ ସମୟରେ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ରହି ମଞ୍ଚାସିନ ଅତିଥି ମାନଙ୍କର ଫଟୋ ଉତ୍ତୋଳନ କରୁଥିବାବେଳେ ଅଧ୍ୟକ୍ଷ ଶଙ୍କର ଭୋଇ ଓ ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା ସେମାନଙ୍କୁ ବାହାରକୁ ଚାଲିଯିବାକୁ କହିଥିଲେ। ପ୍ରତିନିଧିମାନେ କାରଣ ପଚାରିବାରେ ସଠିକ ଉତ୍ତର କେହି ଦେଇନଥିଲେ। ଏଥିରେ ପ୍ରତିନିଧିମାନେ ଅପମାନ ବୋଧକରି ବୈଠକକୁ ବର୍ଜନ କରିଥିଲେ। ବୈଠକରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏଭଳି ଅସମ୍ମାନ କରାଯିବା ଘଟଣାକୁ ବିଭିନ୍ନ ମହଲରୁ ଘୋର ନିନ୍ଦା କରାଯାଇଥିବା ବେଳେ ଏହାର ପ୍ରତିବାଦ କରି ନିମାପଡ଼ା ପ୍ରେସକ୍ଲବ ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩ଘଣ୍ଟା ଧରି ଧାରଣା ଦିଆଯିବା ପରେ ବ୍ଲକ ଅଧ୍ୟକ୍ଷ ଏବଂ ସାଂସଦ ପ୍ରତିନିଧି ଧାରଣା ସ୍ଥଳରେ ଉପସ୍ଥିତ ହୋଇ ଏତାଦୃଶ କାର୍ଯ୍ୟପାଇଁ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ। ପରେପରେ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ ଉପସ୍ଥିତ ହୋଇ ପୁନର୍ବାର ଏଭଳି କେବେ ହେବନାହିଁ, ସମିତିର ସମସ୍ତ ବୈଠକରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଧିବଦ୍ଧ ଭାବେ ସୂଚନା ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପ୍ରେସକ୍ଲବ ସଭାପତି ଅକ୍ଷୟ ବେହେରା, ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ରମାକାନ୍ତ ବେହେରା,ସହ ସମ୍ପାଦକ ଅଶୋକ ବେହେରା, ସଂଗଠନ ସମ୍ପାଦକ ସୁଦର୍ଶନ ବେହେରା, କୋଷଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା, ଉପଦେଷ୍ଟା ବିଚିତ୍ରାନନ୍ଦ ସାହୁ, ଶକ୍ତିପ୍ରସାଦ ରଥ, ଶରତ ସେନାପତି, ଚିତ୍ତରଞ୍ଜନ ମହାନ୍ତିଙ୍କ ସମେତ ପ୍ରେସକ୍ଲବର ସମସ୍ତ ସଦସ୍ୟ ତଥା କାର୍ଯ୍ୟରତ ସାମ୍ବାଦିକମାନେ ଗଣଧାରଣାରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *