ନିମାପଡା //ଦୁଇ ଦିନିଆ ଉତ୍କର୍ଷ ନିମାପଡ଼ା କନକ୍ଳେଭ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।

Spread the love

ନିମାପଡା :ଦର୍ଶନ ସମୀକ୍ଷା

ଦୁଇ ଦିନିଆ ଉତ୍କର୍ଷ ନିମାପଡ଼ା କନକ୍ଳେଭ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନିମାପଡ଼ା ବିଧାୟିକା ଶ୍ରୀମତୀ ପରିଡ଼ାଙ୍କ ରିପୋର୍ଟ କାର୍ଡ ଅନୁସାରେ
ଶିକ୍ଷା କ୍ଷେତ୍ରରେ ୨୨.୪୪ କୋଟି, ସ୍ୱାସ୍ଥ୍ୟ କ୍ଷେତ୍ରରେ ୫.୩୭ କୋଟି, ଗମନାଗମନ ପାଇଁ ୧୪୬.୮୦ କୋଟି, ପାନୀୟ ଜଳଯୋଗାଣ ପାଇଁ ୨୧୩ କୋଟି, ନିମାପଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ୨୧.୪୨ କୋଟି, କୃଷି ଓ ଆନୁସଙ୍ଗିକ ପାଇଁ ୫୬.୭୩କୋଟି, ମହିଳା ସଶକ୍ତିକରଣ ପାଇଁ ୩୩୦.୭୧ କୋଟି, ଜଳସମ୍ପଦ ବିକାଶ ଓ ବନ୍ୟା ମୁକାବିଲା ପାଇଁ ୨୦୦ କୋଟି, ପର୍ଯ୍ୟଟନ ପାଇଁ ୧୦.୮୦ କୋଟି, କ୍ରୀଡ଼ା କ୍ଷେତ୍ରରେ ୩୦ କୋଟି, ଆଇନ ଶୃଙ୍ଖଳା ପାଇଁ ୪.୫ କୋଟି ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ୧୨କୋଟି ଏମିତି ୧୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିର୍ବାଚନ ମଣ୍ଡଳୀ ବିକାଶ ପାଇଁ ଖର୍ଚ୍ଚ କରାଯାଇଛି। ଏଥିସହ ଚଳିତବର୍ଷ ପାଇଁ ୨ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀମତୀ ପରିଡ଼ା କହିଥିଲେ।

Leave a Reply

Your email address will not be published. Required fields are marked *