ନିମାପଡ଼ା ବ୍ଲକ ଗୋପାଳ ପୁରସ୍ଥିତ ଓଡ଼ିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲ ପରିସରରେ ବୁଧବାର ପୂର୍ବାହ୍ନରେ ପରିବେଶ ସୁରକ୍ଷା ତଥା ସଚେତନତା ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ନିମାପଡ଼ା ପ୍ରେସକ୍ଲବର ସଭାପତି ଅକ୍ଷୟ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସନ୍ତୁଳନ ନିମନ୍ତେ ଆମ୍ଭ ମାନଙ୍କର ଦାୟିତ୍ୱ ସମ୍ପର୍କରେ ଶିଶୁ ସୈନିକମାନଙ୍କୁ ଉପଦେଶ ଦେଇଥିଲେ

Spread the love

ଭୁବନେଶ୍ୱର:ଦର୍ଶନ ସମୀକ୍ଷା

ପରିବେଶକୁ କିପରି ସୁସ୍ଥ ରଖିବା, ଏଥିପାଇଁ କିଭଳି ସଚେତନତାର ଆବଶ୍ୟକ ସେ ସମ୍ବନ୍ଧରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନିମାପଡ଼ା ବ୍ଲକ ଗୋପାଳ ପୁରସ୍ଥିତ ଓଡ଼ିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲ ପରିସରରେ ବୁଧବାର ପୂର୍ବାହ୍ନରେ ପରିବେଶ ସୁରକ୍ଷା ତଥା ସଚେତନତା ସମ୍ବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ନିମାପଡ଼ା ପ୍ରେସକ୍ଲବର ସଭାପତି ଅକ୍ଷୟ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସନ୍ତୁଳନ ନିମନ୍ତେ ଆମ୍ଭ ମାନଙ୍କର ଦାୟିତ୍ୱ ସମ୍ପର୍କରେ ଶିଶୁ ସୈନିକମାନଙ୍କୁ ଉପଦେଶ ଦେଇଥିଲେ। ଏହି ଆଲୋଚନ ଚକ୍ରରେ ଛାତ୍ର ଛାତ୍ରୀମାନେ ଭାଗନେଇ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ବକ୍ତୃତା, ଲିଖନ ପ୍ରତିଯୋଗିତା ହୋଇଥିଲା। ବିଚାରପତି ରୁପେ ବରିଷ୍ଠ ସାମ୍ବାଦିକ ବିଚିତ୍ରାନନ୍ଦ ସାହୁ, ଶରତ ଚନ୍ଦ୍ର ସେନାପତି, ଶକ୍ତିପ୍ରସାଦ ରଥ ଯୋଗ ଦେଇଥିବା ବେଳେ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପ୍ରେସକ୍ଲବ ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ରମାକାନ୍ତ ବେହେରା, ସହ-ସମ୍ପାଦକ ଅଶୋକ ବେହେରା, ସଂଗଠନ ସମ୍ପାଦକ ସୁଦର୍ଶନ ବେହେରା, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା, ଉପଦେଷ୍ଟା ମାନସ ଦାସ, ବିଶ୍ୱଜିତ ମିଶ୍ର, ପ୍ରଫୁଲ୍ଲ କର ଏବଂ ସମସ୍ତ ସଭ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବ୍ରିଗେଡ଼ ସ୍କୁଲର ସମ୍ପାଦକ ବିରଞ୍ଜନ ମଲ୍ଲିକ, ଅଧ୍ୟକ୍ଷ ନିରଞ୍ଜନ ଖଟୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷା କାଦମ୍ବିନୀ ମଲ୍ଲିକ ପୁଷ୍ପଗୁଚ୍ଛ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *