ନିମାପଡ଼ା //ପ୍ରେସକ୍ଲବର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆୟବ୍ୟୟର ହିସାବ ଉପସ୍ଥାପିତ ହୋଇଥିଲା। ଏଥିସହ ପ୍ରେସକ୍ଲବ ଜାଗାରେ ନିଜସ୍ୱ ଗୃହ ନିର୍ମାଣ କରାଯିବା ନିମନ୍ତେ ସଭାପତି ଦେଇଥିବା ପ୍ରସ୍ତାବକୁ ସମସ୍ତ ସଦସ୍ୟ ସହମ୍ମତି ପ୍ରଦାନ କରିଥିଲେ।

Spread the love

ନିମାପଡା :(ଦର୍ଶନ ସମୀକ୍ଷା) ଆଜି ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ମଣ୍ଡପରେ ସଭାପତି ଅକ୍ଷୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ନିମାପଡ଼ା ପ୍ରେସକ୍ଲବର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆୟବ୍ୟୟର ହିସାବ ଉପସ୍ଥାପିତ ହୋଇଥିଲା। ଏଥିସହ ପ୍ରେସକ୍ଲବ ଜାଗାରେ ନିଜସ୍ୱ ଗୃହ ନିର୍ମାଣ କରାଯିବା ନିମନ୍ତେ ସଭାପତି ଦେଇଥିବା ପ୍ରସ୍ତାବକୁ ସମସ୍ତ ସଦସ୍ୟ ସହମ୍ମତି ପ୍ରଦାନ କରିଥିଲେ। ଅନ୍ୟ ପକ୍ଷରେ ପ୍ରେସକ୍ଲବର ସଦସ୍ୟ ଅକ୍ଷୟ କୁମାର ନାୟକ କ୍ଲବରେ ସଭ୍ୟ ହେବାଦିନ ଠାରୁ ସେ ଅନେକ ସମୟରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ସହିତ କ୍ଲବର କର୍ମକର୍ତ୍ତା ମାନଙ୍କୁ ଜାତିଗତ ଆକ୍ଷେପ କରୁଥିବା ସମ୍ପର୍କ ରେ ସଦସ୍ୟମାନେ ଘୋର ଉଦବେଗ ପ୍ରକାଶ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଏହାପୂର୍ବରୁ ଦୁଇଥର ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠା ଯାଇଥିଲା। ମାତ୍ର ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ସର୍ବସାଧାରଣରେ ସେ ପ୍ରେସକ୍ଲବକୁ ନିନ୍ଦିତ କରୁଥିବାରୁ ତାଙ୍କୁ କ୍ଲବରୁ ବହିଷ୍କାର କରାଯାଉ ବୋଲି ସମସ୍ତ ସଭ୍ୟ ଦାବି ଉପସ୍ଥାପନ କରିଥିଲେ। ଶେଷରେ ସଭ୍ୟ ମାନଙ୍କର ଉଦବେଗ ଓ ଦାବିକୁ କେନ୍ଦ୍ର କରି ଅକ୍ଷୟ ନାୟକଙ୍କୁ ପ୍ରେସକ୍ଲବରୁ ବହିଷ୍କାର କରାଗଲା ବୋଲି ସର୍ବସମ୍ମତିକ୍ରମେ ସ୍ଥିରୀକୃତ କରାଯାଇଥିଲା। ପ୍ରେସକ୍ଲବର ଅନ୍ୟତମ ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି ଆଜିର ବୈଠକରେ ଯୋଗ ଦେଇ ଅନେକ ପରାମର୍ଶ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ନିମାପଡ଼ା ପ୍ରେସକ୍ଲବ ନିଶ୍ଚିତ ଭାବରେ ଆଗରେ ରହିବା ସହିତ ସମାଜର ବିକାଶରେ ମୁଖ୍ୟ କର୍ଣ୍ଣଧାର ସାଜିବ ବୋଲି ଶ୍ରୀଯୁକ୍ତ ମହାନ୍ତି ଶୁଭକାମନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *