ନିମାପଡା :ଦର୍ଶନ ସମୀକ୍ଷା,ନିମାପଡ଼ାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଷ୍ଟ୍ରେଞ୍ଜର୍ସ ଡ୍ୟାନ୍ସ ଏକାଡେମୀର ୭ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଷ୍ଟ୍ରେଞ୍ଜର୍ସ ଡ୍ୟାନ୍ସ ନାଇଟ ୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନିମାପଡ଼ା ପ୍ରେସକ୍ଲବ ସଭାପତି ଅକ୍ଷୟ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଅନୁଷ୍ଠାନର ପିଲାମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ କାର୍ଯ୍ୟକ୍ରମ ପରିବେଷଣ କରି ନିମାପଡ଼ାକୁ ଗୌରବାନ୍ୱିତ କରିଥିବା ଷ୍ଟ୍ରେଞ୍ଜର୍ସ ଗ୍ରୁପର କୁନିକୁନି ପିଲାମାନଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ମଡ଼ର୍ଣ୍ଣ ଡ୍ୟାନ୍ସ ବେଶ ଆଦୃତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ହେଲ୍ପଲାଇନ ଅନୁଷ୍ଠାନର ସଭାପତି ଅକ୍ଷୟ ସାହୁ, ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ନିର୍ମଳା ଓଝା,ବିଶିଷ୍ଟ ଓଡ଼ିଆ ସଙ୍ଗୀତ ଭିଡିଓ ପ୍ରଯୋଜକ ବିଶ୍ୱଜିତ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ନିରଞ୍ଜନ ପଳତା ମଞ୍ଚ ପରିଚାଳନା କରିଥିଲେ। ନିରପେକ୍ଷ ତଥା ନିଃସ୍ଵାର୍ଥପର ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରେସକ୍ଲବ ସଭାପତି ଅକ୍ଷୟ ବେହେରା ଏବଂ ସମ୍ପାଦକ ରମାକାନ୍ତ ବେହେରାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିଶୁ କଳାକାର ସାଇ ସଂପୂର୍ଣ୍ଣାଙ୍କ ରାଙ୍ଗା ତେଲେଙ୍ଗା ସଂଳାପ ବେଶ୍ ମନମୁଗ୍ଧକର ହୋଇଥିଲା।
Leave a Reply