“ରୋଜଗାର କରି ଖାଇବା ଉଚିତ.” ମୁମ୍ବାଇରେ ଘର, BMW କାର ଓ ୧୨ କୋଟି ଗୁଜୁରାଣ ଭତ୍ତା ଦାବି ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ…
ସୁପ୍ରିମ କୋର୍ଟରେ ଏକ ବୈବାହିକ ବିବାଦ ମାମଲାର ଶୁଣାଣି ସମୟରେ ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବେଇ (B.R. Gavai) ଜଣେ ମହିଳାଙ୍କୁ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏହି ମହିଳା ମାତ୍ର ୧୮ ମାସର ବିବାହ ପରେ ତାଙ୍କ ସ୍ୱାମୀଙ୍କଠାରୁ ମୁମ୍ବାଇରେ ଏକ ଘର, ଏକ BMW କାର ଏବଂ ୧୨ କୋଟି ଟଙ୍କାର ଗୁଜୁରାଣ ଭତ୍ତା ଦାବି କରିଥିଲେ।
CJI ଗବେଇ ମହିଳାଙ୍କୁ କହିଛନ୍ତି, “ଆପଣ ଏତେ ଉଚ୍ଚଶିକ୍ଷିତ। ଆପଣଙ୍କୁ ନିଜେ ମାଗିବା ଉଚିତ ନୁହେଁ, ବରଂ ନିଜେ ରୋଜଗାର କରି ଖାଇବା ଉଚିତ।
ଶୁଣାଣି ସମୟରେ CJI ଗବେଇ ମହିଳାଙ୍କୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ କାମ ନକରିବାର ଅନିଚ୍ଛା ଉପରେ ପ୍ରଶ୍ନ ଉଠାଇଥିଲେ। ମହିଳା ଜଣେ MBA ଡିଗ୍ରୀଧାରୀ ଏବଂ IT ପ୍ରୋଫେସନାଲ ହୋଇଥିବାରୁ କୋର୍ଟ ତାଙ୍କୁ କହିଥିଲେ, “ଆପଣ ଏତେ ପଢ଼ିଛନ୍ତି, IT କ୍ଷେତ୍ରରେ ଅଛନ୍ତି, ଆପଣଙ୍କୁ ବେଙ୍ଗାଲୁରୁ, ହାଇଦ୍ରାବାଦ କିମ୍ବା ପୁଣେରେ ଚାକିରି ମିଳିପାରେ। ଆପଣ କାହିଁକି କାମ କରୁନାହାନ୍ତି?” ସେ ଆହୁରି କହିଥିଲେ, “ଆପଣଙ୍କ ବିବାହ ମାତ୍ର ୧୮ ମାସ ଚାଲିଛି ଓ ଆପଣ ମାସକୁ ୧୨ କୋଟି ଟଙ୍କା ଦାବି କରୁଛନ୍ତି। ଏହା କେମିତି ସମ୍ଭବ?”
CJI ଗବେଇଙ୍କ ନେତୃତ୍ୱାଧୀନ ବେଞ୍ଚ ମହିଳାଙ୍କ ଦାବିକୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବିବାହର ଅଳ୍ପ ଅବଧି ଆଧାରରେ ବିଶ୍ଲେଷଣ କରିଥିଲେ। କୋର୍ଟ ସ୍ପଷ୍ଟ କରିଥିଲେ ଯେ ଜଣେ ଉଚ୍ଚଶିକ୍ଷିତ ମହିଳା କେବଳ ବସି ରହି ଗୁଜୁରାଣ ଭତ୍ତା ଦାବି କରିପାରିବେ ନାହିଁ। CJI କହିଥିଲେ, “ଆପଣ ଏତେ ପଢ଼ାଲେଖା କରିଛନ୍ତି, ଆପଣଙ୍କର ଆର୍ଥିକ ସ୍ୱାଧୀନତା ପାଇଁ ଚେଷ୍ଟା କରିବା ଉଚିତ।” ସେ ଆହୁରି ସ୍ପଷ୍ଟ କରିଥିଲେ ଯେ ମହିଳାଙ୍କର ସ୍ୱାମୀଙ୍କ ପିତାଙ୍କ ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ। ଏହା ସହିତ, କୋର୍ଟ ଗୁଜୁରାଣ ଭତ୍ତା ନିର୍ଦ୍ଧାରଣ କରିବା ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଆର୍ଥିକ ସ୍ଥିତି, ସାମାଜିକ ପୃଷ୍ଠଭୂମି ଏବଂ ଜୀବନଶୈଳୀକୁ ବିଚାରକୁ ନେବା ଉଚିତ ବୋଲି ମତ ଦେଇଥିଲେ।
Leave a Reply