ନିଆଳି //ସରକାର କା ମାଲ୍ ଦରିଆ ମେଁ ଡାଲ୍,ନିର୍ମାଣ କାମ ସରିନଥିବା ବେଳେ ଭୁଶୁଡ଼ିଲା ଗାର୍ଡୱାଲ୍, ନିମ୍ନମାନର କାମ ହେଇଥିବା ଅଭିଯୋଗ।ସଂପୃକ୍ତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି

Spread the love

(ସରକାର କା ମାଲ୍ ଦରିଆ ମେଁ ଡାଲ୍)ନିର୍ମାଣ କାମ ସରିନଥିବା ବେଳେ ଭୁଶୁଡ଼ିଲା ଗାର୍ଡୱାଲ୍, ନିମ୍ନମାନର କାମ ହେଇଥିବା ଅଭିଯୋଗ।*
ନିଆଳି,କଣ୍ଟାପଡ଼ା; ୯/୦୮(ଦର୍ଶନ ସମୀକ୍ଷା)କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ,କଣ୍ଟାପଡ଼ା ବ୍ଲକ୍ ପୋସ୍ତଳ ପଞ୍ଚାୟତରେ ନିର୍ମାଣଧିନ ଏକ ନବନିର୍ମିତ ସେତୁର ଗାର୍ଡୱାଲ୍ ଭୁଶୁଡି ପଡିଛି। କାର୍ଯ୍ୟର ମାନକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ହେଲେ ଘଟଣା ସମ୍ପର୍କରେ ସଂପୃକ୍ତ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି ସେମାନେ। କହିଛନ୍ତି ଯେତେ ଭାଙ୍ଗିବ ସେତେ ହେବ। ଫଳରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ବାରି ହେଇପଡୁଛି । ସୂଚନା ମୁତାବକ, କଣ୍ଟାପଡ଼ା ବ୍ଲକ୍ ପୋସ୍ତଳ ପଞ୍ଚାୟତ ଶଙ୍ଖମୂହଁ ଠାରେ ଏକ ନିର୍ମାଣଧିନ ପୋଲର ଗାର୍ଡୱାଲ୍ ଡ୍ରେନେଜ୍ ବିଭାଗ ଦ୍ବାରା କରାଯାଉଛି। ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ପାଇଁ ତାହା ଅଧିକାଂଶ ଭୁଶୁଡି ପଡିଛି। ଗାଇଡଲାଇନକୁ ଅବମାନନା କରି ବର୍ଷା ସମୟରେ ନିମ୍ନମାନର ବ୍ୟବହୃତ ମେଟରିଆଲ୍ କାର୍ଯ୍ୟ ହେଉଥିବାରୁ ଗାର୍ଡୱାଲ୍ ଭୁଶୁଡି ପଡିଥିବା ଲୋକେ ଅଭିଯୋଗ କରିଛନ୍ତି। ଡ୍ରେନେଜ୍ ବିଭାଗ ଅଧିନରେ ନିର୍ମାଣ ହେଉଥିବା ଏହି କାର୍ଯ୍ୟକୁ ଯନ୍ତ୍ରୀ ସଠିକ୍ ଢଙ୍ଗରେ ତଦାରଖ କରୁନଥିବା ଏବଂ ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଇଛି। ତେବେ ଏ ସମ୍ପର୍କରେ ନିର୍ମାଣକାରୀ ସଂସ୍ଥାର ଠିକାଦାରଙ୍କୁ ସାମ୍ୱାଦିକ ପଚାରିବାରୁ ସେ ସିମେଣ୍ଟ ନୁହେଁ ପାଉଁଶରେ କାମ ହେଉଥିବା କହିଛନ୍ତି। ତେଣୁ ଭାଙ୍ଗିଗଲେ ଅସୁବିଧା ନାହିଁ ବୋଲି ବେପରୁଆ ମନ୍ତ୍ୟବ ଦେଇଛନ୍ତି। କଥାରେ ଅଛି ସରକାର କା ମାଲ୍ ଦରିଆ ମେଁ ଡାଲ୍। ସେହିପରି ବିଭାଗର ଯନ୍ତ୍ରୀ ଗୀତାଞ୍ଜଳି ବେହେରା କହିଛନ୍ତି କାର୍ଯ୍ୟ ଶେଷ ହେଇନାହିଁ। ତେଣୁ ଯେତେ ଭାଙ୍ଗିଲେ ମଧ୍ଯ ଠିକାଦାର ପୁନଃ ନିର୍ମାଣ କରିବ। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଏପରି ନିମ୍ନମାନର କାର୍ଯ୍ୟ କରାଯାଉଛି କାହିଁକି ? ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଇଛି।

Leave a Reply

Your email address will not be published. Required fields are marked *