ଖବର କାଗଜ ବାଣ୍ଟି ଆତ୍ମତୃପ୍ତି ଲାଭ କରୁଛନ୍ତି ‘ ପ୍ରଶାନ୍ତ ‘ ନିଆଳି:(ଦର୍ଶନ ସମୀକ୍ଷା) ସକାଳୁ ଉଠିବା ପରେ ଚା’ କପ୍ ସହ ଖୋଜା ପଡିଥାଏ ଖବରକାଗଜ। ସେଥିପାଇଁ ଅପେକ୍ଷା ଥାଏ ବିତରକ
ବନ୍ଧୁଙ୍କୁ।କାରଣ ସମ୍ବାଦପତ୍ର ଓ ପାଠକଙ୍କ ମଧ୍ୟରେ ମାଧ୍ୟମ ହେଉଛନ୍ତି ବିତରକ ସୂଚନା ପ୍ରସାରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଲିଭାଇବାକୁ ପଡିଥାଏ।ଖରା,ବର୍ଷା ଓ ଶୀତକାକର କାହାରିକୁ ଖାତିର ନ କରି ୩୬୫ ଦିନ ଘରେ ଘରେ ପାଠକଙ୍କ ନିକଟରେ ଖବର
କାଗଜ ପହଞ୍ଚାଉଛନ୍ତି ନିଆଳି,କଣ୍ଟାପଡ଼ା ଅଞ୍ଚଳର ଖବରକାଗଜ ବିତରକ ପ୍ରଶାନ୍ତ କୁମାର ରାଉତରାୟ।ବଡ଼ି ସକାଳୁ ଉଠି ନିତ୍ୟକର୍ମ ସାରି ଅଡ଼ସପୁର ବସଷ୍ଟାଣ୍ଡକୁ ସକାଳୁ ୫ଟାରୁ ଚାଲିଆସନ୍ତି।ସମସ୍ତ ଖବର କାଗଜକୁ ସେ ଘର ଅନୁସାରେ ସଜେଇ ସାଇକେଲରେ ଲୋଟିଂ କରି
ବାହାରି ପଡନ୍ତି।ସାଇକେଲ ଯୋଗେ ଯିବା ଆସିବା କଲେ ପରିବେଶ ପ୍ରଦୂଷଣ ରୋକିବା ସହ ସ୍ବାସ୍ଥ୍ୟ ସୁସ୍ଥ ରୁହେ ବୋଲି କହନ୍ତି।ଦୀର୍ଘ ୩୦ ବର୍ଷ ହେଲା ଉକ୍ତ କାର୍ଯ୍ୟରେ ନିଯୋଜିତ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି ପ୍ରଶାନ୍ତ।ପ୍ରତିଦିନ ସକାଳୁ ବିଭିନ୍ନ ଖବରକାଗଜ ଧରି ନିଆଳି ବ୍ଲକ୍ ଓ କଣ୍ଟାପଡ଼ା ବ୍ଲକ୍ ର କିଛି ପଞ୍ଚାୟତରେ ବିକ୍ରି କରିଥାନ୍ତି ।ଏହି ସମୟରେ ଲୋକଙ୍କ ସହ ଭାବବିନିମୟ ତାଙ୍କୁ ଆତ୍ମସନ୍ତୋଷ ଦିଏ ବୋଲି ପ୍ରଶାନ୍ତ କହିଛନ୍ତି।ଖବରକାଗଜର ଭବିଷ୍ୟତ ସମ୍ପର୍କରେ ପଚାରିବାରୁ ସେ କହିଥିଲେ,ବର୍ତ୍ତମାନ ଡିଜିଟାଲ ଯୁଗ ଚାଲିଛି।ଇ-ପେପର ଓ ପୋର୍ଟାଲରେ ନ୍ୟୁଜ୍ ଆସୁଥିବାରୁ ଅଧିକାଂଶ ଲୋକେ ମୋବାଇଲ ଫୋନ୍ରେ ପଢ଼ୁଛନ୍ତି।କିନ୍ତୁମୋବାଇଲ ଫୋନ୍ କେବେ ବି ଖବରକାଗଜର ସ୍ଥାନ ନେଇ ପାରିବନି।ଖବରକାଗଜ ବିକ୍ରି ବଞ୍ଚିବାର ରାହା ଯୋଗାଇଛି ବୋଲି ପ୍ରଶାନ୍ତ କହିଛନ୍ତି।
ନିଆଳି //ସମ୍ବାଦପତ୍ର ଓ ପାଠକଙ୍କ ମଧ୍ୟରେ ମାଧ୍ୟମ ହେଉଛନ୍ତି ବିତରକ ସୂଚନା ପ୍ରସାରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଲିଭାଇବାକୁ ପଡିଥାଏ।ଖରା,ବର୍ଷା ଓ ଶୀତକାକର କାହାରିକୁ ଖାତିର ନ କରି ୩୬୫ ଦିନ ଘରେ ଘରେ ପାଠକଙ୍କ ନିକଟରେ ଖବରକାଗଜ ପହଞ୍ଚାଉଛନ୍ତି ନିଆଳି,କଣ୍ଟାପଡ଼ା ଅଞ୍ଚଳର ଖବରକାଗଜ ବିତରକ ପ୍ରଶାନ୍ତ କୁମାର ରାଉତରାୟ

Leave a Reply