ବେଆଇନ ବାଲି ଚୋରା ଚାଲଣ, ଗ୍ରାମବାସୀଙ୍କ ବିରୋଧ।
ନିଆଳି,କଣ୍ଟାପଡ଼ା;୨୩/୦୭(ଦର୍ଶନ ସମୀକ୍ଷା) ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି। ରାଜ୍ୟ ସରକାର ଓ ଖଣି ବିଭାଗର ନିୟମକୁ ଖୋଲା ଖୋଲି ଉଲ୍ଲଙ୍ଗନ। କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ କଣ୍ଟାପଡ଼ା ତହସିଲ ଅଧିନରେ ଥିବା ଲିଜ୍ ବାଲି ଘାଟ ତୀର୍ଥପଡା ବାଲି ଘାଟ ନାମରେ ଦେଖିବାକୁ ମିଳିଛି ସାଙ୍ଘାତିକ ଅଭିଯୋଗ। ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ଝାରପଡ଼ା ଠାରେ ୫ରୁ ଉର୍ଦ୍ଧ ହାଇୱା ଚୋରା ବାଲି ଚାଲାଣ ପାଇଁ ଯାଉଥିବା ବେଳେ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଷରେ ଆସି କେବୁଲ୍ ତାରଟି ସମ୍ପୂର୍ଣ୍ଣ ଛିଡି ଯାଇଥିଲା। ଝାରପଡ ସରପଞ୍ଚ ଦିଲ୍ଲିପ କୁମାର ବେହେରା ଏବଂ ଗ୍ରାମବାସୀମାନେ ହାଇୱାକୁ ଅଟକାଇଥିଲେ। ପରେ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘଟଣା ସମ୍ନାକୁ ଆସିଥିଲା। ସବୁ ହାଇୱା ଗୁଡିକ ଚୋରା ବାଲି ନିମନ୍ତେ ତୀର୍ଥପଡା ବାଲି ଘାଟକୁ ଯାଉଥିଲେ। କିପରି ଖଣି ବିଭାଗର ନିୟମକୁ ଅବମାନନା କରି ଉକ୍ତ ଲିଜ୍ ଧାରି ଜଣକ ବିଭିନ୍ନ ଅଞ୍ଚଳରୁ କିଛି ଅସାମାଜିକ ଯୁବକଙ୍କୁ ହାତ କରି ଚୋରାରେ ବାଲି ଚାଲାଣ କରୁଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ଦିଲ୍ଲିପ ବେହେରା। ଜୁଲାଇ ୨ ତାରିଖରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ଲିଜ୍ ଧାରୀ ମାନଙ୍କୁ ଚିଠି ହସ୍ତଗତ ହେବାପରେ ମଧ୍ୟ ତୀର୍ଥପଡା ବାଲି ଘାଟ ସମ୍ପୂର୍ଣ୍ଣ ରୂପେ ବେଆଇନି ନିୟମରେ ଚାଳିଛି ଫଳରେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହରାଉଥିବା ବେଳେ ବାଲି ଘାଟ ମାଲିକ ମାଲେ ମାଲ୍ ହେଉଛନ୍ତି। ଅନ୍ୟପଟେ ଉକ୍ତ ବିଦ୍ୟୁତ୍ ତାରକୁ ଦୀର୍ଘ ସମୟ ଧରି ଟାଟା ପାୱାର କର୍ମଚାରୀଙ୍କ ପ୍ରଚେଷ୍ଟାରେ ରାତିରେ ଗାଁକୁ ବିଦ୍ୟୁତ୍ ଆସିଥିଲା। ଆଗାମୀ ଦିନରେ ଯଦି ଏପରି ବାଲି ଚୋରା ଚାଲାଣର କାର୍ଯ୍ୟକଳାପ ଜାରି ରୁହେ ତେବେ ସରପଞ୍ଚ ଦିଲ୍ଲିପ ବେହେରା ଓ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।












Leave a Reply