ତିନି ପଞ୍ଚାୟତର ଲୋକ ନିର୍ଭର କରୁଥିବା ବିଟ୍ ହାଉସରେ ନାହାଁନ୍ତି ଭାରପ୍ରାପ୍ତ ଅଧିକାରୀ।
ନିଆଳି,କଣ୍ଟାପଡ଼ା;୨୪/୦୭(ଦର୍ଶନ ସମୀକ୍ଷା) ନିଆଳି ନିର୍ବାଚନ ମଣ୍ଡଳୀ ଗୋବିନ୍ଦପୁର ଥାନା ଅଧୀନରେ ଥିବା ଡିମିରି ବିଟ୍ ହାଉସରେ ନାହାଁନ୍ତି ଭାରପ୍ରାପ୍ତ ଅଧିକାରୀ। ଉକ୍ତ ବିଟ୍ ହାଉସର ଅଧୀନରେ ୩ ପଞ୍ଚାୟତ ଡିମିରି, ଉତ୍ତାରଣ, ଉରାଡ ଭଳି ପ୍ରାୟ ୧୫ହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ କୌଣସି ଘରୋଇ ହିଂସା, ଜାଗାବାଡି ଭଳି ବିଭିନ୍ନ ସମସ୍ୟାର ଅଭିଯୋଗ ନିମନ୍ତେ ୨୦କିମି ଦୂରତାରେ ଥିବା ଗୋବିନ୍ଦପୁର ଥାନା ଉପରେ ନିର୍ଭର କରିବାକୁ ପଡୁଛି। ଡିମିରି ବିଟ୍ ହାଉସରେ ଭାରପ୍ରାପ୍ତ ଅଧିକାରୀ ଦୁର୍ଯ୍ୟୋଧନ ସେଠୀ ବଦଳି ହେବାର ଦୁଇ ମାସ ବିତି ଥିଲେ ମଧ୍ୟ କୌଣସି ନୂତନ ଅଧିକାରୀ ଆସୁନଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଉକ୍ତ ତିନି ଗୋଟି ପଞ୍ଚାୟତରେ ଦିନକୁ ଦିନ ଡ଼କାୟତି, ଚୋରି, ଲୁଟପାତ ଭଳି ଭୟଭୀତ କାର୍ଯ୍ୟକଳାପ କରିବାକୁ ପଛାଉନାହାଁନ୍ତି ଦୃର୍ବୁତ୍ତ ମାନେ ଫଳରେ ଲୋକେ ସଂଧ୍ୟା ସମୟରେ ପଦାକୁ ବାହାରିବାକୁ ନିଜକୁ ସୁରକ୍ଷିତ ଭାବୁନଥିବା କହିଛନ୍ତି। ବିଟ୍ ହାଉସରେ ଜଣେ କନେଷ୍ଟବଳ ସହ ଦୁଇ ଜଣ ହୋମଗାର୍ଡ କାର୍ଯ୍ୟରତ ଅଛନ୍ତି। ଯଥା ଶୀଘ୍ର ନୂତନ ଅଧିକାରୀ ଙ୍କୁ ଯୋଗଦାନ କରିବାକୁ ତିନି ପଞ୍ଚାୟତର ଲୋକେ ନିବେଦନ କରିଛନ୍ତି।
Leave a Reply