ନିଆଳି// ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନିଆଳି ତରଫରୁ ଏକ ବୃହତ୍ତର ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା, ଯେଉଁଥିରେ +2 ଓ +3 NSS ସ୍ଵେଚ୍ଛାସେବୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଏହି ଶିବିରର ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ବିନୋଦ ବିହାରୀ ଦାସ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ନିଆଳି ଥାନା ଅଧିକାରୀ ଶ୍ରୀ ବିଜୟ କୁମାର ମଲ୍ଲିକ ମହୋଦୟ ଉପସ୍ଥିତ ଥିଲେ।

Spread the love

ନିଆଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃହତ୍ତର ରକ୍ତଦାନ ଶିବିର ଆୟୋଜିତ
ନିଆଳି:୨୭/୦୭(ଦର୍ଶନ ସମୀକ୍ଷା)
ନିଆଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନିଆଳି ତରଫରୁ ଏକ ବୃହତ୍ତର ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା, ଯେଉଁଥିରେ +2 ଓ +3 NSS ସ୍ଵେଚ୍ଛାସେବୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଏହି ଶିବିରର ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ବିନୋଦ ବିହାରୀ ଦାସ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ନିଆଳି ଥାନା ଅଧିକାରୀ ଶ୍ରୀ ବିଜୟ କୁମାର ମଲ୍ଲିକ ମହୋଦୟ ଉପସ୍ଥିତ ଥିଲେ।
ଏହି ଶିବିରଟି ନିଆଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର NSS କାର୍ଯ୍ୟକ୍ରମ ଅଧିକାରୀ ହିରଣ୍ୟ ବିଦାରକ ମହାପାତ୍ର ଙ୍କ ନେତୃତ୍ୱ ଓ ନିୟନ୍ତ୍ରଣରେ ଉନ୍ମୁକ୍ତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ସାର୍ଥକ କରିବାରେ ବହୁ ସଙ୍ଗଠନ ଓ ଅଧ୍ୟାପକ/ଅଧ୍ୟାପିକାମାନଙ୍କ ଯଥେଷ୍ଟ ସହଯୋଗ ଥିଲା। ତାଙ୍କ ମଧ୍ୟରେ ଉଲ୍ଲେଖନୀୟ ହେଲେ –
ସରୋଜିନୀ ମହାପାତ୍ର, ଅନୁପ କୁମାର ମଲ୍ଲିକ, ଡା. ସତ୍ୟନାରାୟଣ ସାହୁ, ସନ୍ତୋଷକାମି ମଲ୍ଲିକ, ଡା. ନୀରୁପମା ମଲ୍ଲିକ, ପଦ୍ମନାଭ ସ୍ୱାଇଁ, ହରେକୃଷ୍ଣ ଦାସ, ଇପ୍ସିତା ସାରଙ୍ଗୀ, ଡା. ଶ୍ରୀଧର ବାରିକ, ଡା. ବିଜୟଲକ୍ଷ୍ମୀ ମହାନ୍ତି, ସୌଦାମିନୀ ମିଶ୍ର, ଅଶିମା ମିଶ୍ର, ପୂନମ ଧଳ, ଡା. ତପସ୍ବିନୀ ନାୟକ, ଭିନମ ଦାସ, ପ୍ରିୟଦର୍ଶୀନୀ ଲେଙ୍କା, ଯୋଗମାୟା ବିଶ୍ୱାଳ, ଉମେଶ କୁମାର ଲେଙ୍କା ଓ ଚିତ୍ତରଞ୍ଜନ ସାହୁ।
ସମସ୍ତଙ୍କ ଏକତ୍ରିତ ପ୍ରୟାସ ଓ ଉଦ୍ୟମ ଦ୍ୱାରା ମୋଟ ୮୨ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା।ଯାହା ଏହି ଶିବିରକୁ ଗୋଟିଏ ବିଶିଷ୍ଟ ସଫଳତା ରୂପେ ପରିଣତ କରିଛି।
ଅନ୍ତରରୁ ଧନ୍ୟବାଦ ଜଣାଉଛୁ ସମସ୍ତ ରକ୍ତଦାନକାରୀ ଓ ସେବା ମଣ୍ଡଳୀ ସଦସ୍ୟମାନଙ୍କୁ, ଯାହାଙ୍କର ଏହି ମୂଲ୍ୟବାନ ଅବଦାନ ଅନେକ ପ୍ରାଣ ବଞ୍ଚାଇପାରିବ।

Leave a Reply

Your email address will not be published. Required fields are marked *