Spread the love

ଯାହାଙ୍କଠୁଁ ସୁଖ ପାଇବ, ତାଙ୍କଠାରୁ ପ୍ରତିଦାନ ଚାହିଁବ ନାହିଁ । ସୁଖ ପାଇବାକୁ ସ୍ଵଭାବରେ ପରିଣତ କର । ପାପୀ -ତାପୀ, ଦୁଃଖୀ -ଦରିଦ୍ରଙ୍କୁ ସୁଖ ପାଅ । ନିଜକୁ ଭୁଲି ଅପରର ସେବା କର । ତାହାହେଲେ ଭଗବାନ୍ ତୁମକୁ କୋଳକୁ ଟାଣିନେବେ ; ମନ୍ତ୍ର -ଯନ୍ତ୍ର, ଯୋଗ -ଯାଗାଦିନିଗମ
ନିୟମିତ ଭାବେ ଧ୍ୟାନ କରିବା ଦ୍ୱାରା ଉଚ୍ଚସ୍ତରୀୟ ଚେତନା ପ୍ରତିବିମ୍ବିତ ହୁଏ l ଧ୍ୟାନ ଗଭୀର ହେଲେ ଚିତ୍ତ ମଧ୍ୟ ନିର୍ମଳ ହେବାରେ ଲାଗେ l ସେଥିପାଇଁ ନିତ୍ୟ -ନିୟମିତ ଧ୍ୟାନ କରିବା ଦରକାର l

ଜୀବନ ଦର୍ଶନ

ସାଧକ ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିର ଦୁରୁପଯୋଗ ନ କରି ସଦୁପଯୋଗ କରିବା ଉଚିତ୍, ଅନୁକୂଳ ପରିସ୍ଥିତି ଆସିଲେ ଅନୁକୂଳ ବସ୍ତୁ ଗୁଡ଼ିକୁ ଅନ୍ୟ ମାନଙ୍କ ହିତ ଉଦ୍ଦେଶ୍ୟରେ ସେବା ଭାବ ରଖି ବ୍ୟୟ କରିବା ହିଁ ଅନୁକୂଳ ପରିସ୍ଥିତିର ସଦୁପଯୋଗ ଏବଂ ବସ୍ତୁ ଗୁଡ଼ିକୁ ଭୋଗ ବୁଦ୍ଧିରେ ଉପଭୋଗ କରିବା ହିଁ ସେଗୁଡ଼ିକର ଦୁରୁପଯୋଗ, ସେହିପରି ପ୍ରତିକୂଳ ପରିସ୍ଥିତି ଆସିଲେ ସୁଖେଚ୍ଛା ତ୍ୟାଗ କରିବା ଏବଂ ‘ମୋର ପୂର୍ବକୃତ ପାପ ନାଶ କରିବା ପାଇଁ ‘ , ଭବିଷ୍ୟତରେ ପାପ ନ କରିବାକୁ ସାବଧାନ ରହିବା ପାଇଁ ତଥା ମୋର ଉନ୍ନତି ପାଇଁ ପ୍ରଭୁଙ୍କ କୃପାରୁ ଏପରି ପରିସ୍ଥିତି ଆସିଛି, ବୋଲି ବୁଝି ପ୍ରସନ୍ନ ରହିବା ପ୍ରତିକୂଳ ପରିସ୍ଥିତିର ସଦୁପଯୋଗ ଏବଂ ସେଥିରେ ଦୁଃଖି ହେବା ତାହାର ଦୁରୁପଯୋଗ।

        


ଅପେକ୍ଷା କରିବା ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ଭ୍ରୁଣ ସଞ୍ଚାର ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷାମୟ ଜୀବନ। ବସ୍ତୁ ମାନଙ୍କର ଗୁଣ ତଥା କର୍ମର ପ୍ରକାରର ଆଧାରରେ ଅପେକ୍ଷା କରିବା ସମୟ ଭିନ୍ନ ଭିନ୍ନ। ଜନ୍ମ ପାଇଁ ଅପେକ୍ଷା, ଦାନ୍ତ ବାହାରିବା ପାଇଁ ଅପେକ୍ଷା, ପାଠପଢ଼ା ପାଇଁ ଅପେକ୍ଷା, ରୋଷେଇ ପାଇଁ ଚାଉଳ ପକେଇଲେ ଭାତ ପାଇଁ ଅପେକ୍ଷା, ଔଷଧ ଖାଇଲେ ରୋଗ ଭଲ ହେବା ପାଇଁ ଅପେକ୍ଷା ଓ ଆମେ ଜାଣୁ ଏପରିକି ମୃତ୍ୟୁ ପାଇଁ ମଧ୍ୟ ଅପେକ୍ଷା କରିବାକୁ ପଡିଥାଏ।ଯେ କୌଣସି କର୍ମର ଫଳ ପ୍ରାପ୍ତି ଦୈବ,କାଳ ଓ ପ୍ରଯତ୍ନ (ଚେଷ୍ଟା) ଉପରେ ନିର୍ଭର କରେ। ଆପଣ ଚେଷ୍ଟା କରିପାରିବେ, ଅପେକ୍ଷା (କାଳ) କରିପାରିବେ କିନ୍ତୁ ଦୈବ ଇଚ୍ଛା ଥିଲେ ହିଁ ସଫଳତା ଲାଭ କରିବେ ଅନ୍ୟଥା ନୁହେଁ। ତେଣୁ ଏ ସବୁକୁ ବୁଝି ମନୁଷ୍ୟ ଧୈର୍ଯ୍ୟର ସହିତ ବଞ୍ଚି ଶିଖିବା କଥା।

            


“ଅନ୍ୟ କାହାକୁ ଗଭୀର ପ୍ରେମରେ ବାନ୍ଧିଲେ, ସମ୍ପର୍କ ପ୍ରଗାଢ଼ ହେବା ସହ ବିଶ୍ୱାସର ମୂଳଦୁଆ ମଧ୍ୟ ପଡିଥାଏ। ଏଣୁ ନିବିଡ଼ତା ନିମନ୍ତେ ସବୁଠୁ ପ୍ରମୁଖ ଆବଶ୍ୟକତା ହେଲା ନିରନ୍ତର ପ୍ରେମ !

“ନାରୀ ପୁରା ଜୀବନରେ ଦୁଇଟି ଜିନିଷ ଲୁଚାଇଥାଏ। ଗୋଟିଏ ନିଜ ଇଚ୍ଛା ଓ ଅନ୍ୟଟି ନିଜର କଷ୍ଟ…..!!”

“ଏ ଶରୀର ନା ତୁମର ନା ତୁମେ ଶରୀରର, ଏହା ଅଗ୍ନି, ବାୟୁ, ଜଳ, ପୃଥିବୀ, ଆକାଶରେ ତିଆରି ଓ ସେଥିରେ ଦିନେ ମିଶିଯିବ ପରନ୍ତୁ ଆତ୍ମା ସ୍ଥିର ଅଟେ। ପୁଣି ତୁମର ଏ ମିଥ୍ୟା ଗର୍ବ କଣ ପାଇଁ !!”

“ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ !!”

“ଭୂଲ ରେ ବି ନିଜ ହୃଦୟର କଥା ଅନ୍ୟ କାହାକୁ କହିବ ନାହିଁ… କାହିଁକି ନା ଏଠି କାଗଜ ବି କିଛି ସମୟ ମଧ୍ୟରେ ଖବର କାଗଜ ହୋଇ ଯାଏ !!”

“ଯଦି ସେବକ ସୁଖ ଚାହେଁ- ଭିକାରୀ ମାନ ଚାହେଁ- ବ୍ୟସନୀ ଧନ ଚାହେଁ ବ୍ୟଭିଚାରୀ ମୁକ୍ତି ଚାହେଁ- ଲୋଭୀ ଯଶ ଚାହେଁ ତେବେ ଧରିନେବକୁ ହେବ ଯେଏ ସମସ୍ତେ ଆକାଶରୁ ଦୁଗ୍ଧ ଦୋହନ କରିବାକୁ ଚାହୁଁଛନ୍ତି !!”

Leave a Reply

Your email address will not be published. Required fields are marked *