ନିର୍ବାଚନକୁ ହାତରେ ମାତ୍ର ଆଉ ଦିନ କେଇଟା ବାକି ରହିଥିବା ବେଳେ ଜୋରସୋରରେ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ତେବେ ପ୍ରଚାର ସମୟରେ କିନିଷିରୁ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମ ନନେଇ ସେ ବିଜେପି ପ୍ରାର୍ଥୀଙ୍କୁ ଟାର୍ଗେଟ କରିଛନ୍ତି । ଭଲ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅପିଲ କରିବା ସହିତ ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜନସଭାକୁ ସମ୍ବୋଧିତ କରିବା ପରେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗି ସେ କହିଛନ୍ତି, “ଭୋଟରମାନେ ମୋତେ ଆଶୀର୍ବାଦ କରନ୍ତୁ । ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ । ଯୋଡି ଶଙ୍ଖକୁ ଭୋଟ ଦିଅନ୍ତୁ । ନବୀନ ପଟ୍ଟନାୟକ ଭଲ କି, ଶଙ୍ଖ ଚିହ୍ନ ଭଲ କି? ବିଏସକେଓ୍ବାଇ ଭଲ କି? ମମତା ଯୋଜନା ଭଲ ହେଉଛି କି? କାଳିଆ ଯୋଜନା ଭଲ କି? ମିଶନ ଶକ୍ତି ଭଲ କି? ଲକ୍ଷ୍ମୀ ବସ୍ ଭଲ କି? 5ଟି ସ୍କୁଲ ଭଲ କି ? ପିଲାଙ୍କ ସ୍କଲାରସିପ ଭଲ କି? ମଧୁବାବୁ ପେନସନ୍ ଯୋଜନା ଭଲ କି, ଚାଉଳ ପାଇଁ କାର୍ଡ ଭଲ କି?”