Gaurishankar Mohanty
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି —
” ନଦୀରେ ହଜେଇ
ପୋଖରୀରେ ଖୋଜା”
( ନିଜର” ପି.ଏ’ଙ୍କ ଇସ୍ତଫା ଗ୍ରହଣ ପୂର୍ବରୁ ସେ ଦଳୀୟ ସଭାକାର୍ଯ୍ୟ ଯୋଗାଡରେ ସହଯୋଗ କରିଥିବା ଅଭିଯୋଗରେ ପ୍ରଧାନମନ୍ତ୍ରୀ ଦୋଷୀହୋଇ ସଭ୍ୟପଦ ହରାଇ ଛଅବର୍ଷ ପାଇଁ ନିର୍ବାଚନ ଲଢିବାରୁ ବଞ୍ଚିତ ହୋଇଥିଲେ” ଅଥଚ
” ଇଲେକଟୋରାଲ ବଣ୍ଡ ପ୍ରଚଳନ ଅସାମ୍ବିଧାନିକ ଓ ନିୟମ ବହିର୍ଭୂତ ” ବୋଲି ସୁପ୍ରିମକୋର୍ଟଙ୍କ ଦ୍ବାରା ଘୋଷିତ ହେବାପରେ ବି ଏପରି କାନୁନ ପ୍ରଣୟନପାଇଁ କେହି ଦାୟୀ ନୁହନ୍ତି । )
--×--×--
1971 ମସିହା ସଂସଦୀୟ ନିର୍ବାଚନବେଳେ
ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାରୀ ବ୍ୟକ୍ତିଗତ ସହାୟକ ଥିବା ୟଶପାଳ କାପୁର ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ଗ୍ରହଣହେବା ପୂର୍ବରୁ ସେ ଇନ୍ଦିରା ଗାନ୍ଧୀଙ୍କ ପାଇଁ ଅନୁଷ୍ଠିତ ଏକ ଦଳୀୟସଭାର ଆୟୋଜନରେ ଭାଗ ନେଇଥିବା ଅଭିଯୋଗରେ, ଜିତିଥିବା ଇନ୍ଦିରା ଗାନ୍ଧୀଙ୍କ ସଭ୍ୟପଦ ଆଲାହାବାଦ ହାଇକୋର୍ଟ ଦ୍ୱାରା ତା12.06.1975ରିଖରେ ଅସିଦ୍ଧ ଘୋଷଣା କରାଯାଇ ତାଙ୍କୁ ଛଅବର୍ଷପାଇଁ ନିର୍ବାଚନରେ ଭାଗନେବାରୁ ବଞ୍ଚିତ କରାଯାଇଥିଲା।
ତା ପରର ଇତିହାସ “ଜରୁରୀକାଳୀନ ପରିସ୍ଥିତି, ଆନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଦେଇ ଆଜିଯାଏ” ପରିବ୍ୟାପ୍ତ ।
” ପି.ଏ’ଙ୍କ ଇସ୍ତଫା ଗ୍ରହଣ ପୂର୍ବରୁ ସେ ଦଳୀୟ ସଭାକାର୍ଯ୍ୟ ଯୋଗାଡରେ ସହଯୋଗ କରିଥିବା ଅଭିଯୋଗରେ ପ୍ରଧାନମନ୍ତ୍ରୀ ଦୋଷୀହୋଇ ସଭ୍ୟପଦ ହରାଇ ଛଅବର୍ଷ ପାଇଁ ନିର୍ବାଚନ
ଲଢିବାରୁ ବଞ୍ଚିତ ହୋଇଥିଲେ” ଅଥଚ ” ଇଲେକଟୋରାଲ ବଣ୍ଡ ପ୍ରଚଳନ ଅସାମ୍ବିଧାନିକ ଓ ନିୟମ ବହିର୍ଭୂତ ” ବୋଲି ସୁପ୍ରିମକୋର୍ଟଙ୍କ ଦ୍ବାରା ଘୋଷିତ ହେବାପରେ ବି
ଏପରି କାନୁନ ପ୍ରଣୟନପାଇଁ କେହି ଦାୟୀ ନୁହନ୍ତି ।
ଇନ୍ଦିରା ଗାନ୍ଧୀଙ୍କ ବିଋଦ୍ଧରେ ଲଢି ହାରିଥିବା ରାଜ ନାରାୟଣଙ୍କ
ଓକିଲଥିଲେ ଏବେ ଗଣତାନ୍ତ୍ରିକ ମୂଲ୍ୟବୋଧପାଇଁ ଲଢୁଥିବା ଓକିଲ ପ୍ରଶାନ୍ତ ଭୂଷଣଙ୍କ ବାପା ଶାନ୍ତିଭୂଷଣ ଯିଏ ଜରୁରୀକାଳୀନ ପରିସ୍ଥିତି ପରେ ଗଠିତ ଜନତା ପାର୍ଟି ସରକାରରେ ଦେଶର କାନୁନମନ୍ତ୍ରୀ ଥିଲେ ,
” ଆମ ଆଦମୀ ପାର୍ଟି”ର ଗଠନ ପାଇଁ ସେ ଏକ କୋଟି ଟଙ୍କା ଦାନ କରିଥିଲେ କିନ୍ତୁ ସେହି ଦଳରୁ ପ୍ରଶାନ୍ତ ଭୂଷଣ ବିଦା ହୋଇଥିଲେ ଅତ୍ୟନ୍ତ ଅପମାନଜନକ ଭାବରେ।
ନେଡିଗୁଡ କହୁଣିକୁ ବୋହିଗଲାପରେ ତାକୁ ଆଉ ଜିଭରେ ଚାଟି ଖାଇ ହୁଏନାହିଁ । ଗୁଡ କହୁଣୀକୁ ବୋହିବାକୁ ଆରମ୍ଭ ହୋଇଥିଲା ଆଲାହାବାଦ ହାଇକୋର୍ଟଙ୍କ ସେହି ଇନ୍ଦିରା ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦ ହୋଇଥିବା
ତା12.06.1975ରିଖରୁ । ସେଥିରେ ସାମିଲଥିବା
କିଛିବ୍ୟକ୍ତି, ପରେ ତଦଜନିତ ପରିସ୍ଥିତିରୁ ରକ୍ଷାପାଇଁ ଅଣ୍ଟା ଭିଡିଥିଲେ କିନ୍ତୁ ” ମୁଦିଟିକୁ ନଇରେ ହଜେଇ ପୋଖରୀରେ ଖୋଜିଲେ ତାହା ମିଳେନାହିଁ “।
ଇଲେକଟୋରାଲ ବଣ୍ଡ ଦୁର୍ନୀତି ବାବଦରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଶ୍ରୀ ଶ୍ରୀ ଏକଶତ ଆଠ ସାଧୁବାବା ଆନା ହଜାରେଜୀ, ଦାଢୀଥିବା ମହିଳା ପୋଷାକପିନ୍ଧା ତଥା ୟୋଗେନ୍ଦ୍ଥ ୟାଦବ, ପ୍ରଶାନ୍ତ ଭୂଷଣ, ଅରବିନ୍ଦ କେଜରିୱାଲ
ଇତ୍ୟାଦିଙ୍କ ସହାୟତାରେ ଦିଲ୍ଲୀର ରାମଲୀଳା ମଇଦାନରେ
ବସି ପଡିଲେଣି କି?
ଉପରେଥିବା ପ୍ରଥମଫଟୋରେ
“I am ANNA” ଲେଖାଥିବାଟୋପି ପିନ୍ଧି କୁନିଝିଅଟିଏ ଆନା ହଜାରେଙ୍କୁ ଫଳରସ ଦେଉଛନ୍ତି ଯାହାକୁ
ପିଇ ଆନା, ବହୁବାର କରିଥିବା ଅନଶନରୁ ଥରେ ଅନଶନ ଭଙ୍ଗକରିଥିଲେ । ସେହି କୂନିଝିଅଟି ଏବେ ସାବାଳିକା ହେବେଣି।
" ଅରବିନ୍ଦ କେଜରିୱାଲ ଏଣ୍ଡ କୋ", ସେହି ଝିଅଟିକୁ ଆନାଙ୍କ ପାଖକୁ ପଠେଇ ଇଲେକଟୋରାଲ ବଣ୍ଡ ଦୁର୍ନୀତି ଉପରେ ଆଉ ଗୋଟିଏ ଆନ୍ଦୋଳନର ସୂତ୍ରପାତ କରେଇପାରିବେ ନା ମୂଳ ଉଦ୍ଦେଶ୍ୟ ସଫଳ ହୋଇଥିଲବାରୁ ଆନା ଆଶ୍ୱସ୍ତିରସହ ଗଭୀର ନିଦ୍ରାରେ?
(ଦ୍ୱିତୀୟ ଫଟୁ)