ଦେହରୁ ପ୍ରାଣ ଚାଲିଗଲା ପରେ ସେହି ଶରୀର ଫୁଲିଯାଏ କାହିଁକି……. ?ପ୍ରାଣୀମାନଙ୍କ ଉଦରରେ ଜଠରାଗ୍ନି ହୋଇ ସେମାନେ ଭକ୍ଷଣ କରୁଥିବା ଖାଦ୍ୟକୁ ଜୀର୍ଣ୍ଣ କରିବା ପ୍ରଭୃତି କାର୍ଯ୍ୟ ଭଗବାନଙ୍କ ଶକ୍ତି ବଳରେ ହିଁ ହୁଏ । ମାତ୍ର ମନୁଷ୍ୟ ସେହି କାର୍ଯ୍ୟଗୁଡ଼ିକୁ ନିଜେ କରୁଛି ବୋଲି ଭାବି ଅକାରଣେ ଅଭିମାନ କରେ

Spread the love

ଦେହରୁ ପ୍ରାଣ ଚାଲିଗଲା ପରେ ସେହି ଶରୀର ଫୁଲିଯାଏ କାହିଁକି……. ?

ପ୍ରାଣୀଙ୍କ ଶରୀରରେ ବାୟୁ ଦଶ ପ୍ରକାରର କାମ କରିଥାଏ।
ଦେହରେ ପ୍ରାଣ, ଅପାନ, ସମାନ, ଉଦାନ ଓ ବ୍ୟାନ ନାମକ ପାଞ୍ଚଟି ପ୍ରଧାନ ବାୟୁ ରହିଥାଏ ଏବଂ ନାଗ, କୂର୍ମ, କୃକର, ଦେବଦତ୍ତ ଓ ଧନଞ୍ଜୟ ନାମକ ପାଞ୍ଚଟି ଉପପ୍ରଧାନ ବାୟୁ ରହିଥାଏ ।
ଦୁଇଟି ପ୍ରଧାନ ବାୟୁ ହେଲା, ଯଥା—ପ୍ରାଣ ଓ ଅପାନ । କାରଣ ଏ ଦୁଇଟି ବାୟୁ ଜଠରାଗ୍ନିକୁ ପ୍ରଦୀପ୍ତ (ଗରମ) କରନ୍ତି । ଜଠରାଗ୍ନି ଦ୍ବାରା ହଜମ ହୋଇଥିବା ଖାଦ୍ୟର ସୂକ୍ଷ୍ମ ଅଂଶ ବା ରସକୁ ଦେହର ପ୍ରତ୍ୟେକ ଅଙ୍ଗରେ ସଞ୍ଚାର କରିବାର ସୂକ୍ଷ୍ମ କାର୍ଯ୍ୟ ମଧ୍ୟ ପ୍ରଧାନତଃ ପ୍ରାଣ ଓ ଅପାନ ବାୟୁ କରିଥାଏ ।
ଏହି ଦଶଟି ପ୍ରାଣବାୟୁର ବିଭିନ୍ନ କାର୍ଯ୍ୟ ନିମ୍ନରେ ଦିଆଗଲା—
(୧) #ପ୍ରାଣ :- ଏହାର ନିବାସ ସ୍ଥାନ ହୃଦୟ । ଏହାର କାର୍ଯ୍ୟ ହେଉଛି ଶ୍ବାସ ବାହାରକୁ ବାହାର କରିବା, ଭକ୍ଷଣ କରାଯାଇଥିବା ଖାଦ୍ୟ ଜୀର୍ଣ୍ଣ କରିବା, ଇତ୍ୟାଦି I
(୨) #ଅପାନ :- ଏହାର ନିବାସ ସ୍ଥାନ ଗୁହ୍ୟଦ୍ଵାର । ଏହାର କାର୍ଯ୍ୟ ହେଉଛି ଶ୍ବାସ ଭିତରକୁ ନେବା, ମଳ-ମୂତ୍ର ବାହାର କରିବା, ଗର୍ଭସ୍ଥ ଶିଶୁ ବାହାରକୁ ବାହାର କରିବା, ଇତ୍ୟାଦି ।
(୩) #ସମାନ— ଏହାର ନିବାସ ସ୍ଥାନ ନାଭି । ଏହାର କାର୍ଯ୍ୟ ହେଉଛି ଜୀର୍ଣ୍ଣ ହୋଇଥିବା ଖାଦ୍ୟର ରସକୁ ଅଙ୍ଗପ୍ରତ୍ୟଙ୍ଗରେ ପହଞ୍ଚାଇ ଦେବା।
(୪) #ଉଦାନ :- ଏହାର ନିବାସ ସ୍ଥାନ କଣ୍ଠଦେଶ । ଭୋଜନ କଲାବେଳେ ଏହି ବାୟୁ କଠିନ ଓ ତରଳ ଭାଗକୁ ପୃଥକ୍ କରେ । ସୂକ୍ଷ୍ମଶରୀରକୁ ସ୍ଥୂଳଶରୀରରୁ ବାହାର କରିବା ତଥା ତାକୁ ଅନ୍ୟ ଶରୀର ବା ଅନ୍ୟ ଲୋକକୁ ନେଇଯିବା ମଧ୍ୟ ଏହାର କାର୍ଯ୍ୟ ।
(୫) #ବ୍ୟାନ:- ଏହା ସାରା ଦେହରେ ବ୍ୟାପ୍ତ । ଶରୀର ତଥା ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ସଂକୋଚନ ଓ ପ୍ରସାରଣ କରିବା ଏହାର କାର୍ଯ୍ୟ।
( ୬) #ନାଗ :- ଏହାର କାର୍ଯ୍ୟ ହେଉଛି ଢକାର (ଢେକାର ବା ଓଡ଼ି) ମାରିବା ।
( ୭) #କୂର୍ମ— ଏହାର କାର୍ଯ୍ୟ ହେଉଛି ଆଖି ଖୋଲିବା ଓ ବନ୍ଦ କରିବା।
୮) #କୃକର:- ଏହାର କାର୍ଯ୍ୟ ହେଲା ଛିଙ୍କିବା ।
(୯) #ଦେବଦତ୍ତ—ଏହାର କାର୍ଯ୍ୟ ହେଉଛି ହାଇ ମାରିବା ।
(୧୦) #ଧନଞ୍ଜୟ —ଏହା ମୃତ୍ୟୁପରେ ମଧ୍ୟ ଦେହରେ ରହେ, ଯାହା ଫଳରେ ମୃତଦେହ ଫୁଲିଯାଏ। ପ୍ରକୃତରେ ଏକମାତ୍ର ପ୍ରାଣବାୟୁର ବିଭିନ୍ନ କାର୍ଯ୍ୟ ଅନୁସାରେ ହିଁ ଉପର୍ଯୁକ୍ତ ପ୍ରଭେବ କରାଯାଇଛି। ବେଲୁନ ଭିତରେ ଯେଉଁ ପର୍ଯ୍ୟନ୍ତ ପବନ ଥାଏ ସେହି ପର୍ଯ୍ୟନ୍ତ ବେଲୁନ ଫୁଲିଥାଏ, ପବନ ଗଲେ ବେଲୁନ ନିଜ ପୂର୍ବ ସ୍ଥିତିକୁ ଫେରିଆସେ ।
ପୃଥ‌ିବୀରେ ପ୍ରବିଷ୍ଟ ହୋଇ ସମସ୍ତ ପ୍ରାଣୀଙ୍କୁ ଧାରଣ କରିବା, ଚନ୍ଦ୍ରରୂପରେ ବନସ୍ପତିଗୁଡ଼ିକୁ ପରିପୁଷ୍ଟ କରିବା ଏବଂ ପ୍ରାଣୀମାନଙ୍କ ଉଦରରେ ଜଠରାଗ୍ନି ହୋଇ ସେମାନେ ଭକ୍ଷଣ କରୁଥିବା ଖାଦ୍ୟକୁ ଜୀର୍ଣ୍ଣ କରିବା ପ୍ରଭୃତି କାର୍ଯ୍ୟ ଭଗବାନଙ୍କ ଶକ୍ତି ବଳରେ ହିଁ ହୁଏ । ମାତ୍ର ମନୁଷ୍ୟ ସେହି କାର୍ଯ୍ୟଗୁଡ଼ିକୁ ନିଜେ କରୁଛି ବୋଲି ଭାବି ଅକାରଣେ ଅଭିମାନ କରେ- ଅହଂ କରୋମୀତି ବୃଥାଭିମାନଃ’; ଯେପରି ବଳଦଗାଡ଼ି ଛାଇରେ ଚାଲୁଥିବା କୁକୁର ଭାବେ, ମୁଁ ବଳଦଗାଡ଼ିକୁ ଚଲାଉଛି !

Leave a Reply

Your email address will not be published. Required fields are marked *