Spread the love

ଆଜିର କାହାଣୀ ଟି 3 ନଭେମ୍ବର 1988 ରେ ଘଟିଥିଲା ସୁଦୂର ମାଲଦୀପ ରେ,, ଛୋଟିଆ ଛୋଟିଆ ଦୀପ କୁ ନେଇ ମାଲଦୀପ, 1960/65 ଭିତରେ ଦେଶ ସ୍ୱାଧୀନ ହେଇଥିଲା ଇଂରେଜ ମାନଙ୍କ ଠାରୁ, ରାଷ୍ଟ୍ରପତି ଥିଲେ (ମାମୁନ ଅବଦୁଲ ଗାୟୋମ )22 ବର୍ଷ ତାଙ୍କ ଶାସନ କାଳରେ ଅନେକ ଦୁର୍ନୀତି ହେଇଥିଲା, ଯାହାକୁ ତାଙ୍କ ପାଖ ଲୋକମାନେ କରିଥିଲେ, ଯେତେବେଳେ ଆୟୋମ ସବୁ ଜିନିଷ ର ତଦନ୍ତ କରିବା ଆରମ୍ଭ କଲେ, ଷଡଯନ୍ତ୍ର କାରି ମିଟିଙ୍ଗ ଡାକିଲେ,, ଯୋଉଦିନ ମିଟିଙ୍ଗ ହେଇଥିଲା ଗାୟୋମ ବିଦେଶ ରେ ଥିଲେ, ତାଙ୍କର ଆମେରିକା, ଫ୍ରାନ୍ସ ଅଷ୍ଟ୍ରେଲିଆ ଦେଶ ସହିତ ଭଲ ସମ୍ପର୍କ ଥିଲା, ଷଡଯନ୍ତ୍ର କାରି ଥିଲେ ଶିଳ୍ପପତି ମାନେ, ସେମାନେ ଗୁପ୍ତ ମନ୍ତ୍ରଣା କରିଥିଲେ ଗାୟୋମ ଙ୍କ ପାଖ ନେତା ଙ୍କ ସହିତ, ବିଦ୍ରୋହ ଏପରି ହେଇଥିଲା ଯେ ପାଖ ଦେଶ ଶ୍ରୀଲଙ୍କା ରୁ ଅପରାଧୀ ମାନଂକୁ ଅଣାଯାଇଥିଲା ଗାୟୋମ ଙ୍କୁ ଶେଷ କରିବାକୁ, କିନ୍ତୁ ଗାୟୋମ ଙ୍କ ବଂଚେଇବାକୁ ବାହାରିଥିଲେ କିଛି ପୋଲିସ,, ସେଇମାନେ ସହଯୋଗ ମାଗିଲେ ଭାରତୀୟ ସେନାକୁ,, ସେତେବେଳେ ଭାରତୀୟ ଆମ୍ବାସାଡାର ଥିଲେ A K ବାନାର୍ଜୀ, ଚାଲିଲା କୂଟନୀତି କଥା ବାର୍ତା, ଭାରତର ପ୍ରଧାନମନ୍ତ୍ରୀ ଥିଲେ ରାଜୀବ ଗାନ୍ଧୀ,, ସେନା ବ୍ରିଗେଡ଼ିଅର ଶ୍ରୀ ବୁଲସର ଙ୍କୁ ଦିଆଗଲା ଦାଇତ୍ୱ, ରାତି ଏଗାରଟା ବେଳେ 150 ସନ୍ୟ ଙ୍କୁ ନେଇ ଉଡିଲା ଏଆରଫୋର୍ସ ଜାହାଜ ଅଗ୍ରା ଏଆରପୋର୍ଟ ରୁ,, ରାତିରେ ହେଲା ମିଡିନାଇଟ ଅପରେସନ, ଅପରେସନ ନାଁ ଦିଆଗଲା (କ୍ୟକଟସ) ବିଦ୍ରୋହୀ ଅନେକ ଲୋକଙ୍କୁ ରାତିରେ ମାରିଦେଇଥିଲେ, ସବୁ ସରକାରୀ ଅଫିସ କବ୍ଜା କରିଥିଲେ, କିନ୍ତୁ ରାଷ୍ଟ୍ରପତି ଗାୟୋମ ଙ୍କୁ ନିଜ ବାସଭବନ ରେ ଘେରିରହିଥିଲେ କିଛି ସେନା, ପୋଲିସ ଓ ସମର୍ଥନ କାରି ଦେଶର ଜନତା,,, ଯିଏ ଆସିବ ରାଷ୍ଟ୍ରପତି ଙ୍କୁ ମାରିବାକୁ ତାଙ୍କୁ ଶେଷ କରିଦିଆଯିବ,, ମାଲଦୀପ ର ହୁଳହୁଳ ଏଆରପୋର୍ଟ ରେ ରାତି ଦୁଇଟା ରେ ପଂହଁଚିଲା ଯୁଦ୍ଧ୍ୟ ଜାହାଜ,, କାମାଣ୍ଡୋ ମାନେ ରାତାରାତି କଲେ ଅପରେସନ,, ଯାଇ ପଂହଁଚି ଗଲେ ଗାୟୋମ ଙ୍କ ନିବାସରେ,, ଚାରିଆଡେ ଭାରତୀୟ ସେନା ର ଜୟ ଜୟ କାର କମ୍ପେଇଲେ ମାଲଦୀପ ସାଧାରଣ ଜନତା,, ସାଙ୍ଗରେ ଯାଇଥିଲେ ରାଷ୍ଟ୍ରଦୂତ ବାନାର୍ଜୀ ଶାହବ, ସିଧା ଭାରତ ନେଇ ଆସିବାକୁ ତାଙ୍କୁ କୁହା ଗଲା କିନ୍ତୁ ଗାୟୋମ ମନାକଲେ,, ଧନ୍ୟବାଦ ଦେଲେ ଭାରତୀୟ ସେନାଙ୍କୁ,, ଏକ ମାସ ଲାଗିଥିଲା ମାଲଦୀପ ରେ ଶାନ୍ତି,, ତାପରେ ଆରମ୍ଭ ହେଇଥିଲା ଗାୟୋମ ଙ୍କ ଦ୍ୱାରା ଚଢ଼ାଉ, ଅନେକ ଶିଳ୍ପପତି ଜେଲ ଗଲେ,, ବହୁତ ସରକାରୀ କର୍ମଚାରୀ ଙ୍କୁ ଚାକିରୀ ରୁ ବିତାଡିତ କରାଗଲା,,,

Leave a Reply

Your email address will not be published. Required fields are marked *