ଧନ୍ଯରେ ସମାଜ !
“ପାଉଁଜି ହଜାରେ ଟଙ୍କାରେ ଆସେ
ହେଲେ ,ପାଦରେ ବନ୍ଧା ଯାଏ”
ଏବଂ
“ଟିକିଲି ଟଙ୍କାରେ ମିଳେ
ହେଲେ , ମଥାରେ ଲଗାଯାଏ ” ।
ସେଥିପାଇଁ ମୂଲ୍ୟର ମହତ୍ତ୍ବ ନଥାଏ
କୃତ୍ୟର ମହତ୍ତ୍ବ ଅଧିକ ।।
ଲବଣ ସଦୃଶ କ୍ଷାର ସ୍ବାଦ ଯୁକ୍ତ ଭୁଲ୍ ଠିକର ଜ୍ଞ୍ୟାନ ଦେଉଥିବା ବନ୍ଧୁ ପ୍ରକୃତ ମିତ୍ର ଅଟେ,
ମିଠା କଥା କହୁଥିବା ଲୋକମାନେ ସ୍ବାର୍ଥ ପାଇଁ ପାଦ ବି ଧରି ନିଅନ୍ତି ।
ଇତିହାସ ସାଖି ଅଛି ଆଜି ପର୍ଯ୍ୟନ୍ତ ଲୁଣରେ କେବେ ପୋକ ଲାଗି ନାହାନ୍ତି,
ଏବଂ ମିଷ୍ଟାନ୍ନରେ ପ୍ରାୟ ସମୟେ ପୋକ ପଡିଯାଏ ।
ଭଲ ମାର୍ଗରେ କେହି ଯାତ୍ରା କରନ୍ତି ନାହିଁ
ଏବଂ
ଖରାପ (ଦୁର୍ଗୁଣ) ମାର୍ଗକୁ ସମସ୍ତେ ସହଜରେ ଆପଣେଈ ନିଅନ୍ତି ।
ସେଥିପାଇଁ ବିଷ (ମଦିରା) ବିକ୍ରି କରୁଥିବା ବ୍ୟକ୍ତି ଗୋଟିଏ ସ୍ଥାନରେ ବସି ରହେ
ଏବଂ
କ୍ଷୀର ବିକ୍ରୟ କରୁଥିବା ବ୍ୟକ୍ତିକୁ ଗଳି ଗଳି ଘର ଘର ବୁଲିବାକୁ ହୁଏ ।
କ୍ଷୀର ବାଲାକୁ ତାଗିଦ୍ କରାଯାଏ କେତେ ପାଣି ମିସାଇଛୁ ?
ଏବଂ
ମଦିରାରେ ନିଜେ ନିଜ ହାତରେ ପାଣି ମିଶାନ୍ତି ।
ଦୁନିଆର ଇଏ ଅଜବ ରିତିନୀତି
ଯାହା ଭାଗ୍ୟରେ ଅଛି ନିଶ୍ଚୟ ମିଳିବ
ଯାହା ନାହିଁ, ତାହା ଆସି ମଧ୍ୟ ଫେରିଯିବ ।
ଜୀବନକୁ ଏତେ ଦୁଃଖ କଷ୍ଟ ଓ ଦୁଶ୍ଚିନ୍ତାରେ ଢାଙ୍କି ଦିଅନାହିଁ, ନାଁ ତୁମେ କିଛି ନେଇକି ଯିବ, ନାଁ ମୁଁ କିଛି ନେଇକି ଯିବି, ଯାହା ଥିଲା,ଯାହା ଉପାର୍ଜନ କରିଛ ସବୁ ଏଇଠି ରହିବ,
ନିଜେ ଖୁସିରେ ବଞ୍ଚ ଓ ଅନ୍ୟକୁ ଖୁସିରେ ବଞ୍ଚିବାକୁ ଦିଅ, ଦିନେ ନା ଦିନେ ସମସ୍ତଙ୍କୁ ନିଶ୍ଚିତ ମରିବାକୁ ହେବ ।
ଏକ ଚିରନ୍ତନ ସତ୍ୟ-:
ଜୀବନ ଯଦି ଏତେ ସୁକ୍ଷ୍ମ ସରଳ ହୋଇଥାନ୍ତା,
ଆମେ ଦୁନିଆରେ କାନ୍ଦି କାନ୍ଦି ପାଦ ରଖିନଥାନ୍ତେ । କିନ୍ତୁ ଏକ ମିଠା ଏହା ବି ଅଟେ-:
ଜୀବନ ଯଦି ଏତେ ଖରାପ ହୋଇଥାନ୍ତା
ଦୁନିଆରୁ ବିଦାୟ ନେବା ସମୟରେ କନ୍ଦେଇ କନ୍ଦେଇ ଯାଇନଥାନ୍ତେ ।
ଶବକୁ ଛୁଇଁଲେ ସ୍ନାନ କରି ଶୌଚ ହେଉଛନ୍ତି
ହେଲେ ମୃତ ପଶୁ ପକ୍ଷୀକୁ ମାରି ତାର ମାଂସ ସସମ୍ମାନେ ଖାଉଛନ୍ତି ।
ମନ୍ଦିର ମସଜିଦ ରେ ବି ଅଜବ ପରିସ୍ଥିତି
ଗରିବ ଭିକାରୀ ମନ୍ଦିର ବାହାରେ ସର୍ବ ସମ୍ମୁଖରେ ଭିକ ମାଗେ
ଓ
ଧନୀ ମନ୍ଦିର ଭିତରେ ।
ଦୁନିଆର ବିଚିତ୍ର ଓ କଠୋର ସତ୍ୟ
ବିବାହ ଉତ୍ସବରେ ବରଯାତ୍ରୀ ଆଗେ
ଓ
ବର ସମସ୍ତ ପଛରେ ଯାଏ,
କିନ୍ତୁ
ଶବ ଶୋଭିଯାତ୍ରାରେ ଶବ ଆଗେ
ଓ
ସାରା ଦୁନିଆ ପଛରେ ।
ଏହାର ଅର୍ଥ ଦୁନିଆ ସୁଖର ସାଥି
ଦୁଃଖର ନୁହଁ ।।
ଅଜବ ଏ ଦୁନିଆ
ଅଜବ ତାର ଖେଳ ।
ମୃତ ବ୍ୟକ୍ତିଙ୍କୁ ମହମବତୀ ଜଳାଇ ମନେ ପକାନ୍ତି
ଓ
ଜନ୍ମଦିନରେ ମହମବତୀ ଲିଭାଇ ଖୁସି ପାଳନ୍ତି ।
ନୂଆ ଶତାବ୍ଦୀର ନୂଆ ସ୍ଲୋଗାନ,
ପୁଅ ବାପକୁ କହେ କଣ କରିଛ ତୁମ ଜୀବନେ ।
ଆଖିରେ ପାଣି ମଲା, ମଲା ସରମ ଲାଜ,
ବୋହୁ କହେ ଶାଶୁକୁ, ଘରେ ଚାଲିବ ମୋ ରାଜ୍ ।
ଭାଇ ବି କରୁନାହିଁ ଭାଇ ଉପରେ ବିଶ୍ବାସ
ଭଉଣୀ ପର ହୋଇଗଲା ଶାଳୀ ଅଟେ ବହୁତ ଖାସ୍ ।
ମନ୍ଦିରରେ ପୂଜା କରନ୍ତି, ଘରେ ସୃଷ୍ଟି ହେଲେ କ୍ଲେଶ,
ପିତାମାତା ବୋଝ ଲାଗନ୍ତି, ପଥରକୁ ପୂଜନ୍ତି ମାନି ଗଣେଶ ।
ମାନବ ଠାରେ ନାହିଁ ଆଉ ଦୟା ବିଶ୍ବାସ ଧରମ,
ସଭିଏଁ ଏଠି ମିଛ ମାୟାରେ ବନ୍ଧା, ଭୁଲିଯାନ୍ତି ନିଜ କରମ ।
ପଥରର ଭଗବାନ ପାଖେ ଲାଗେ ଛପନ ଭୋଗ,
ରାସ୍ତା କଡେ ଭୋକ ଉପାସେ ମରନ୍ତି କେତେ ଲୋକ ।
ଭଦ୍ର ମୁଖା ପିନ୍ଧି କରନ୍ତି ଦିନ ତମାମ ପାପ,
ଦାନ ଦିଅନ୍ତି ଦକ୍ଷିଣା କରନ୍ତି, ଘରେ ଓପାସେ ରହେ ବାପ ।।
ଆପଣଙ୍କ ସେବାରେ ଦର୍ଶନ ସମୀକ୍ଷା