ବାପାଙ୍କ ମୁର୍ତ୍ୟୁ ଖବର ପାଇ କୂଅକୁ ଡେଇଲା ଝିଅ
ବାରଙ୍ଗ -(ଦର୍ଶନ ସମୀକ୍ଷା)
ବାରଙ୍ଗ ଥାନା ଅନ୍ତର୍ଗତ ଦାଢାପଟଣା ଗ୍ରାମରେ ବାପାଙ୍କ ମୁର୍ତ୍ୟୁ ଖବର ପାଇ କୂଅକୁ ଜଣେ 19ବର୍ଷର ଝିଅ ଡେଇଁ ପଡ଼ିଥିଲେ ।ଖବର ଅନୁଯାୟୀ ଉକ୍ତ ଗ୍ରାମର ସୁକେଇ ସାହୁ ଅସୁସ୍ଥ ହୋଉ ଭୁନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିଶ୍ଚିତ ହେଉଥିଲେ। ହେଲେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ଆଜି ସକଳୁ ମୁର୍ତ୍ୟୁ ଘଟିଥିଲା।ବାପାଙ୍କ ମୁର୍ତ୍ୟୁ ଖବର ପାଇ ଝିଅ ମାନସିକ ଭାରସାମ୍ୟ ହରାଇ ଘର ନିକଟରେ ଥିବା କୂଅକୁ ଡେଇଁ ପଡ଼ିଥିଲେ। ପରିବାର ଓ ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ ବାରଙ୍ଗ ଅଗ୍ନିଶ୍ରମ ବିଭାଗ କୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀ ପହଞ୍ଚି ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ ମେଡ଼ିକାଲ ପଠାଇଥିଲେ।ସୁକାନ୍ତ ଥିଲେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି।ମୃତ୍ୟୁକୁ ନେଇ ଦୁଃଖରେ ପରିବାର ଭାଙ୍ଗିପଡ଼ିଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଝିଅ କୂଅକୁ ଡେଇଁ ପଡିଥିଲା।
Leave a Reply