ଦୀର୍ଘ ବର୍ଷ ପରେବି ଉଦଘାଟନ ହୋଇ ପାରୁନି ବାଲିମେଳା-ଚିତାପାରୀ ସେତୁ
ଆପ୍ରୋଜ ରାସ୍ତାର ଉଭୟ ପାର୍ଶ୍ୱରେ ହେଉନି ପଥର ପିଚିଂ, ଆଲୋକୀ କରଣ
ମାଲକାନଗିରି(ମନୋଜ ଦେବ ପାଙ୍ଗି)ଦର୍ଶନ ସମୀକ୍ଷା
ପୁଣି ଦବିଲା ବାଲିମେଳା ଚିତାପାରି ପୋଲର ଉଭୟ ପାର୍ଶ୍ଵକୁ ସଂଯୋଗ କରୁଥିବା ସିମେଣ୍ଟ କଂକ୍ରିଟ ରାସ୍ତା। ମାଲକାନଗିରି ଜିଲ୍ଲା ବାଲିମେଳା ସହର ଏବଂ ପୋଟ୍ରେଲ ପଞ୍ଚାୟତକୁ ସଂଯୋଗ କରିବାକୁ ସରକାରଙ୍କ ପକ୍ଷରୁ କିଛି ବର୍ଷ ପୂର୍ବେ ଏହି ପୋଲ ନିର୍ମାଣ ହୋଇଛି।ସୂଚନା ଥାଉକି ଦୀର୍ଦ୍ଧ ବର୍ଷ ଧରି ଅଞ୍ଚଳବାସୀ ଦାବୀ କରିବା ପରେ ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ପ୍ରାୟ ୬ କୋଟି ୫୦ଲକ୍ଷ୍ୟ ଟଙ୍କା ବ୍ୟୟରେ ପ୍ରାୟ ୪ /୫ ବର୍ଷ ତଳେ ଉକ୍ତ ପୋଲ ନିର୍ମାଣ କରିଥିଲେ। ବିଡମ୍ବନାର ବିଷୟ ଏହିକି ଯେ, ନିର୍ମାଣ କାର୍ଯ୍ୟ ସରି
ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ
ଏହି ସେତୁର ଉଦଘାଟନ ଆଜି ପର୍ଯ୍ୟନ୍ତ ହୋଇ ପାରିଲାନାହିଁ।
ନିମ୍ନ ମାନର କାର୍ଯ୍ୟ ହୋଇଥିବା ହେତୁ ବାରମ୍ବାର ପୋଲର ଉଭୟ ପାର୍ଶ୍ଵର ରାସ୍ତା ଦବିବାରେ ଲାଗିଛି। ତେବେ ମାଟି ପକାଇ ବ୍ରିଜର ଉଭୟ ପାର୍ଶ୍ୱରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ମାତ୍ର ଉକ୍ତ ସେତୁକୁ ସଂଯୋଗ କରୁଥିବା ଦୁଇ ପାର୍ଶ୍ଵରେ ଥିବା ଆପ୍ରୋଜ ରାସ୍ତାର ଉଭୟ ପାର୍ଶ୍ୱରେ ପଥର ପିଚିଂ କରାଯାଇ ନଥିବାରୁ ବର୍ଷାରେ ମାଟି ଧୋଇ ହୋଇଯାଉଛି।ଫଳରେ ରାସ୍ତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି।
ପୋଲର ଉଭୟ ଭାଗର ସିମେଣ୍ଟ କଂକ୍ରିଟ ବର୍ତ୍ତମାନ ବାହାରି ଉପରକୁ ଉଠିଛି। ପୂର୍ବରୁ ଏନେଇ ଧରିତ୍ରୀରେ ଖବର ପ୍ରକାଶ ହେବା ପରେ ଆରଡି ବିଭାଗ ପକ୍ଷରୁ ଜଣେ ଠିକାଦାରଙ୍କୁ କହି ଦବି ଥିବା ସ୍ଥାନ ଉପରେ କଂକ୍ରିଟ କରାଇ ହଠାତକୁ କାମ ଚଳିବା ଭଳି ରାସ୍ତାର ମରାମତି କରାଇଥିଲେ। ଲଗାଣ ବର୍ଷା ପରେ ଏବେ ଉକ୍ତ ରାସ୍ତାରେ ସେହିଭଳି ସମାନ ସ୍ଥିତି ଉପୁଜିଲାଣି। ଉଭୟ ପାର୍ଶ୍ୱରେ ଥିବା କଂକ୍ରିଟ ରାସ୍ତାକୁ ପୁନଃ ନିର୍ମାଣ କରିବା ସହ ପୋଲକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ୱରେ ପଥର ପିଚିଂ ଅଥବା ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି। ଏହି ପୋଲ ଉପରେ ଆଲୋକୀକରଣ ବ୍ୟବସ୍ଥା ହୋଇ ନଥିବାରୁ ରାତି ସମୟରେ ଲୋକେ ଯାତାୟତ କରିବା ସମୟରର ଅନେକ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ନେଇ ଅଞ୍ଚଳବାସୀ ବହୁବାର ବିଭାଗୀୟ କତୃପକ୍ଷଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀଙ୍କ ନିକଟରେ ବହୁବାର ଅଭିଯୋଗ ଜଣାଇଥିଲେ କିନ୍ତୁ କେହିବି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ
ଆରଡି ବିଭାଗ -(୨)ଦାୟିତ୍ୱରେ ଥିବା ଏସଡିଓ ଅସିତ ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ,
ଏହି କାମ ପ୍ରଥମେ ଆରଡି-୧ ଅଧୀନରେ ଥିଲା। ଗତ ମାର୍ଚ୍ଚ ମାସ ଠାରୁ ଆରଡି-୨ କୁ ହସ୍ତାନ୍ତର କରାଯାଇଛି। ମୁଁ ଦିନେ ଦୁଇ ଦିନ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ସାଇ ବେହେରାଙ୍କୁ ପଠାଇ ଉକ୍ତ ସେତୁରେ ହୋଇଥିବା ସମସ୍ୟା ଗୁଡିକ ଦେଖି ଆସିବା ପରେ ବିଭାଗ ପକ୍ଷରୁ ତୁରନ୍ତ ସେଠାରେ ଲାଗି ରହିଥିବା ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ କରାଯିବ ବୋଲି ସେ କହିଥିଲେ।
Leave a Reply