Spread the love

କନ୍ଧମାଳ : ବ୍ରାହ୍ମଣୀଗାଁ ଥାନାର ମୃତ ହୋମଗାର୍ଡ ନକୁଳ କିଶୋର ମନ୍ତ୍ରୀଙ୍କ ପରିବାର ସଦସ୍ୟ ଙ୍କୁ ସହାୟତା କଲେ ସଂଘ କର୍ମକର୍ତ୍ତା..

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ବ୍ରାହ୍ମଣୀଗାଁ ଥାନାରେ କାର୍ଯ୍ୟରତ ହୋମଗାର୍ଡ ନକୁଳ ମନ୍ତ୍ରୀଙ୍କ ଅକାଳ ବିୟୋଗ ହୋଇଥିବା ହେତୁ ତାଙ୍କ ପରିବାର ସଦସ୍ୟଙ୍କୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଏବଂ ମାନବାଧିକାର ମିଶନ ର ମିଡ଼ିଆ ସମ୍ପାଦକ ତଥା ନିଖିଳ ଉକ୍ତଳ ହୋମଗାର୍ଡ ମହାସଂଘ ର ଷ୍ଟେଟ୍ ଆର୍ଡ ଭାଇଜର୍ ସାମ୍ବାଦିକ
କୁନା ଦିଗାଲ ହୋମଗାର୍ଡ ସଂଘ ର ଜିଲ୍ଲା ସଭାପତି ସାହାଣି ବାବୁ ଙ୍କ ନିଷ୍ପତ୍ତି ପ୍ରକାରେ ଗୋଟିଏ ଦିନର ଦରମା ଟଙ୍କା ଆର୍ଥିକ ସହାୟତା ଏବଂ କିଛି ରାସନ ସାମଗ୍ରୀ ମୃତ ନକୁଳ ମନ୍ତ୍ରୀଙ୍କ ପରିବାରଙ୍କୁ ଯୋଗାଈ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମ ଟିକୁ ବ୍ରାହ୍ମଣୀଗାଁ ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀଙ୍କ ସହଯୋଗରେ ଅନଳ ରଣସିଂଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ସମୟରେ ରମେଶ ମଲ୍ଲିକ । କୃଷ୍ଣ କୁମାର ନାୟକ, ଜିତେନ୍ଦ୍ର କୁମାର ରାଜଗୁରୁ, ସୁରେନ୍ଦ୍ର ସାହାଣୀ ଏବଂ ବ୍ରାହ୍ମଣୀ ଗାଁ ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ଉପସ୍ଥିତ ରହି ମୃତ ନକୁଳ ମନ୍ତ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଆଗାମୀ ଦିନରେ ସଂଘ ମାଧ୍ୟମରେ ସମସ୍ତ ଥାନାର ଶୃଙ୍ଖଳିତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ଅବସର କାଳିନ ଏବଂ ଅକାଳ ବିୟୋଗ ସମୟରେ ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ପରିବାର ସଦସ୍ୟଙ୍କୁ ଏପରି ସହାୟତା ଯୋଗାଇ ଦେବା ପାଇଁ ନିଖିଳ ଉକ୍ରଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖା ମୂଖ୍ୟ କର୍ମକର୍ତ୍ତା ତଥା ନିଖିଳ ଉକ୍ତଳ ହୋମଗାର୍ଡ ମହାସଂଘ ଏବଂ ମାନବାଧିକାର ମିଶନ ର ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ନିଷ୍ପତ୍ତି ନେଇଥିବା ପ୍ରକାସ କରିଛନ୍ତି ।

Leave a Reply

Your email address will not be published. Required fields are marked *