ଦାନ କରିବା ବେଳେ ମନୁଷ୍ୟ ଭାବିନିଏ ଭଗବାନ ସର୍ବତ୍ର ବିଦ୍ୟମାନ କିନ୍ତୁ ,ଚୋରି କରିବା ସମୟରେ ସେ ଭୁଲିଯାଏ।
ପ୍ରେମ କରିବା ବେଳେ ମନୁଷ୍ୟ ଭାବିନିଏ ସମଗ୍ର ଦୁନିଆ ଭଗବାନଙ୍କ ଦ୍ବାରା ନିର୍ମିତ,କିନ୍ତୁ ଘୃଣା କରିବା ସମୟରେ ସେ ଭୁଲିଯାଏ।
ଭୁଲ କଥାକୁ ସମର୍ଥନ କରି ସମସ୍ତଙ୍କର ପ୍ରିୟ ହେବା ଅପେକ୍ଷା,ଠିକ କଥା କହି ସମସ୍ତଙ୍କର ବିରୋଧୀ ହୋଇ ଏକୁଟିଆ ରହିବା ବହୁତ ଭଲ।
ଜଣେ ଭଲ ସ୍ୱଚ୍ଛମନା ବ୍ୟକ୍ତି ଅନ୍ୟମାନଙ୍କର ସଦ୍ଗୁଣ ଦେଖେ I ଜଣେ କୁବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଅନ୍ୟମାନଙ୍କର ଖରାପ ଗୁଣ ଦେଖେ।
ଚାଲୁଣି ପରିକା କଥା କୁହେ ଛୁଞ୍ଚି
ତୋର ଅଛି ଗୋଟେ କଣା,
ନିଜ କଣା ସବୁ ଭୁଲିଛି ଚାଲୁଣି
ଜାଣି ଶୁଣି ସେ ଅଜଣା ।
ଯେଉଁ ବ୍ୟକ୍ତି ପରିଶ୍ରମ ଦ୍ବାରା ଧନ ସମ୍ପତ୍ତି ଅର୍ଜନ କରେ ସେହି ବ୍ୟକ୍ତି ହିଁ ଜାଣେ କଷ୍ଟ କ’ଣ କିନ୍ତୁ ଯେଉଁ ବ୍ୟକ୍ତି ବିନା ପରିଶ୍ରମରେ ସବୁକିଛି ପାଇ ଯାଏ, ସେହି ବ୍ୟକ୍ତି ଜାଣେନା ଜୀବନର ବାସ୍ତବତା କ’ଣ….।
ଯିଏ ଦୁଃଖରେ ଅଛି ସେ ଆଗକୁ ଖୁସିରେ ରହି ପାରିବ ହେଲେ, ଯିଏ ଦୁଃଖ ଦେଇଛି ସେ କେବେବି ଖୁସିରେ ରହିପାରିବ ନାହିଁ….|
ଅଭିମାନ ସେହି କରେ ଯିଏ ତୁମକୁ ପ୍ରକୃତରେ ଭଲ ପାଏ, କଥା କଥାରେ ଝଗଡ଼ା ସେହି କରେ ଯିଏ ତୁମକୁ Feel କରେ,ତୁମର ଦୋଷ ସେହି ଖୋଜିବ ଯିଏ ତୁମକୁ ସବୁ ସମୟରେ Miss କରେ ….।
Leave a Reply