ଦଶରଥପୁର //ବୌଳାଙ୍ଗ ମଧୁପୁର ଓ ଲାଲବାଗ ପ୍ରାଇମେରୀ ସବଷ୍ଟେସନରେ ବିଶ୍ୱକର୍ମା ପୂଜା ପାଳିତ,ବାଜା ବାଣ ରୋଷଣୀ ମାଧ୍ୟମରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବାପରେ ରୀତିନୀତି ଅନୁଯାଇ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା

Spread the love

ବୌଳାଙ୍ଗ ମଧୁପୁର ଓ ଲାଲବାଗ ପ୍ରାଇମେରୀ ସବଷ୍ଟେସନରେ ବିଶ୍ୱକର୍ମା ପୂଜା ପାଳିତ
ଦଶରଥପୁର ୧୭/୯ (ଦର୍ଶନ ସମୀକ୍ଷା ):
ଆଜି ଗାଁ ଠୁ ସହର ସବୁଠି ପାଳିତ ହେଉଛି ବିଶ୍ୱକର୍ମା ପୂଜା | ଏହି ଅବସରରେ ବୌଳାଙ୍ଗ ମଧୁପୁର ପ୍ରାଇମେରୀ ସବଷ୍ଟେସନରେ ମହା ଆଡମ୍ବରରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି | ବାଜା ବାଣ ରୋଷଣୀ ମାଧ୍ୟମରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବାପରେ ରୀତିନୀତି ଅନୁଯାଇ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା | ପୂଜା ମଣ୍ଡପଟିକୁ ବିଭିନ୍ନ ଆଲୋକ ମାଳାରେ ସୁସଜ୍ଜିତ ଭାବେ ସଜା ଯାଇଥିବା ବେଳେ ମୃଣୟ ମୂର୍ତ୍ତିଟି ବେଶ ଆକର୍ଷଣୀୟ ହୋଇଥିବା ଦେଖିବା ପାଇଁ ମିଳିଛି | ପୂଜାରେ କୁଳମଣି ସାହୁ ସଂକଳ୍ପ କରିଥିବା ବେଳେ ପୂଜକ ସରୋଜ କୁମାର ପଣ୍ଡା ପୂଜାର୍ଚନା କରିଥିଲେ | ସେହିପରି ଲାଲବାଗ ପ୍ରାଇମେରୀ ସବଷ୍ଟେସନରେ ମଧ୍ୟ ବେଶ ଆଡମ୍ବର ସହକାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି | ପୂଜାରେ ଦଶରଥପୁର ଏସଡ଼ିଓ ମନୋଜ କୁମାର ସ୍ୱାଇଁ, ମଙ୍ଗଳପୁର ସେକ୍ସନର କନିଷ୍ଠଯନ୍ତ୍ରୀ ସୋଭାଗ୍ୟ ରଞ୍ଜନ ବେହେରା, ଏସସିଈଓ ଚନ୍ଦନ କୈବର୍ତ୍ୟ, ଲାଇନମ୍ୟାନ ଅମିରୁଦିନ ଖାନ, ରାକେଶ ମହାନ୍ତି, ରାଜେନ୍ଦ୍ର କୁମାର ପଣ୍ଡା, ପ୍ରଦ୍ୟୁମ୍ନ ପଲେଇ, ତ୍ରିଲୋଚନ ନାୟକ, ବିଜୟ ଦାସ, ରତ୍ନାକର ରାଉଳ, ଆଲୋକ କୁମାର ନାୟକ, ସବିନୟ ସାମଲ, ବିଜୟ ଦାସ, ପ୍ରମୁଖଙ୍କ ସମେତ ବିଦ୍ୟୁତ ବିତରକ ଟାଟା ପାୱାର କମ୍ପାନୀର ସମସ୍ତ ଲାଇନମ୍ୟାନ ଓ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ |
ଫଟୋ
ଦଶରଥପୁର

Leave a Reply

Your email address will not be published. Required fields are marked *