ଦଶରଥପୁର //ନନ୍ଦିପୁର ଠାରେ ରାଜ୍ୟ ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧନା ଓ ମହାମିଶ୍ରଣ ପର୍ବ,ଓଡ଼ିଶାର ଜନସାଧାରଣ ମାନଙ୍କର ବିଶ୍ୱାସର ଅଭାବ ଥିଲା- ରାଜ୍ୟ ସଭାପତି

Spread the love

ନନ୍ଦିପୁର ଠାରେ ରାଜ୍ୟ ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧନା ଓ ମହାମିଶ୍ରଣ ପର୍ବ
ଓଡ଼ିଶାର ଜନସାଧାରଣ ମାନଙ୍କର ବିଶ୍ୱାସର ଅଭାବ ଥିଲା- ରାଜ୍ୟ ସଭାପତି
ଦଶରଥପୁର, ୧୧/୯ (ଦର୍ଶନ ସମୀକ୍ଷା):

ରାଜ୍ୟରେ ବିଜେପି ସରvକାରକୁ ଆସିବା ପରେ ଦିନକୁ ଦିନ ତଳ ସ୍ତର ଠାରୁ ଆରମ୍ଭ କରି ଉପର ଯାଏଁ ସବୁଠି ବଢୁଛି ବିଜେପି ଛିଡ଼ୁଛି ବିଜେଡି | ଏହି କ୍ରମରେ ଦଶରଥପୁର ବ୍ଲକରେ ଆଜି ବିଜେପିର ଏକମହା ମିଶ୍ରଣ ପର୍ବ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗ୍ରାମ ନନ୍ଦିପୁର ପଞ୍ଚାୟତସ୍ଥ ମା ବୁଢ଼ୀ ଜାଗୁଳାଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବ୍ଲକର ସୁନ୍ଦୁରାଇ ମୁହଁ ଠାରୁ ଶହ ଶହ ମଟର ସାଇକେଲ ରାଲିରେ ଡିଜେ ବାଜା ବାଣବଜାଇ ସଭା ମଞ୍ଚ ନିକଟକୁ ପାଛୋଟି ଆଣିଥିଲେ| ଏହି ପରିପ୍ରେକ୍ଷୀରେ ନନ୍ଦିପୁର ପଞ୍ଚାୟତସ୍ତ ଜାଗୁଳାଇ ପଡିଆ ଠାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ଓ ମହାମିଶ୍ରଣ ପର୍ବରେ ବିଂଝାରପୁରର ବିଜେପି ନେତ୍ରୀ ବବିତା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ସାଂସଦ ଡଃ ରବି ନାରାୟଣ ବେହେରା,ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବିଧାୟକ ଅମର ନାୟକ, ବିଧାୟକ ଆକାଶ ଦାସ ନାୟକ, ବିଧାୟକ ହିମାଂଶୁ ଶେଖର ସାହୁ, ରାଜ୍ୟ ବିଜେପି ସମ୍ପାଦକ ସରୋଜ କର , ବିଜେପି ରାଜ୍ୟ ମୁଖପାତ୍ର ମନୋଜ ଭାଇ , ବରୀ ବିଜେପି ନେତା ଉମେଶ ଚନ୍ଦ୍ର ଜେନା ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଯାଜପୁର ଜିଲ୍ଲାର ପ୍ରାକ୍ତନ ବିଜେପି ସଭାପତି ଗୌତମ ରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯାଜପୁର ଜିଲ୍ଲା ବିଜେପି ସଭାନେତ୍ରୀ ଦେବଯାନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ଗୌତମ ରାୟ ଓ ବବିତା ମଲ୍ଲିକଙ୍କ ନେତୃତ୍ୱ ଉପରେ ଆସ୍ତା ପ୍ରକଟ କରି ନନ୍ଦିପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ତଥା ଦଶରଥପୁର ବ୍ଲକର ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ମହାପାତ୍ର ଓ ତାଙ୍କର ଶହ ଶହ ସମର୍ଥକ ମାନେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ତଳିହା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ପ୍ରତାପ ଜେନା, ଚମ୍ପେଇପାଳ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ ରମେଶ ଦାସ, ତରପଦା ପଞ୍ଚାୟତ ପ୍ରାକ୍ତନ ସମିତି ସଭ୍ୟ ତାପସ ଜେନା ପ୍ରମୁଖ ନେତାମାନେ ନିଜ ନିଜ ସାଥୀ ସମର୍ଥକ ମାନଙ୍କ ସହିତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ ।ରାଜ୍ୟ ସଭାପତି ଓ ଅନ୍ୟ ଅତିଥି ମାନେ ନୂତନ କରି ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।ଆଜିର ମିଶ୍ରଣ ଦଳକୁ ସୁଦୃଢ କରିବ ବୋଲି ବିଜେପି ରାଜ୍ୟ ସଭାପତି ତାଙ୍କ ବକ୍ତ୍ୟବ୍ୟରେ କହିବା ଶହ ଓଡ଼ିଶାରେ ସବୁଥିଲା ହେଲେ ବିଶ୍ୱାସର ଅଭାବ ଥିଲା ଯାହାକି ଯେଉଁ ବିଶ୍ୱାସ ଆଜି ଓଡ଼ିଶାର ଜନସାଧାରଣ ମାନଙ୍କୁ ମୋହନ ମାଝୀ ସରକାର ତଥା ଭାରତୀୟ ଜନତା ପାର୍ଟି ଦେଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ମିଶ୍ରଣ ଦଶରଥପୁର ବ୍ଲକରେ ବିଜେଡିର ଦୁର୍ଗ ଭାଙ୍ଗିଲା ବୋଲି ଧର୍ମଶାଳା ବିଧାୟକ ଲିକୁ ସାହୁ କହିଥିଲେ ।ଆଜିର କାର୍ଯ୍ୟକ୍ରମ ପରିଚାଳନା କରିବାରେ ଦଶରଥପୁର ବ୍ଲକର ବରିଷ୍ଠ ବିଜେପି ନେତା ସୁବାସ ମହାନ୍ତି, ପାଲଟପୁର ସମିତିସଭ୍ୟ ଶୈଳେନ୍ଦ୍ର ସାମଲ, ଦଶରଥପୁର ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ରମେଶ ଚନ୍ଦ୍ର ସାମଲ, ଯୁବ ନେତା ଜୟନ୍ତ ଷଡ଼ଙ୍ଗୀ , ଇନ୍ଦ୍ରଜିତ ଦାସ, ପ୍ରିୟବ୍ରତ ମହାନ୍ତି, ୭ ନମ୍ବର ଜୋନର ପୂର୍ବତନ ମଣ୍ଡଳ ସଭାପତି ଶଷଧର ବେହୁରିଆ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।
ଫଟୋ
ଦଶରଥପୁର

Leave a Reply

Your email address will not be published. Required fields are marked *