Spread the love

ନୂଆଦିଲ୍ଲୀ :ଆର୍ଥିକ ସଙ୍କଟ ଭିତରେ ଜୁଝି ହେଉଛି କର୍ଣ୍ଣାଟକ ସରକାର । ଆଉ ଏହାରି ଭିତରେ ନିଜ ସରକାର ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

ସିଧା ସିଧା ସରକାରକୁ ଶୁଣେଇବା ସହ, ଖଡଗେ କହିଛନ୍ତି, ଯେତିକି ଦେଇପାରିବେ, ସେତିକିର ଗ୍ୟାରେଣ୍ଟି ଦିଅନ୍ତୁ । ନଚେତ୍ ସରକାର ଦେବାଳିଆ ହେଇଯିବ ।

ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ଘୋଷଣାପତ୍ରକୁ ନେଇ ଆଲୋଚନା କରୁଥିଲେ । ଯେଉଁଥିରେ ସେ କର୍ଣ୍ଣାଟକରେ ୫ ଗ୍ୟାରେଣ୍ଟି କଥା ଉଠାଇଥିଲେ । ସେ ଦଳର ନେତାଙ୍କୁ କହିଥିଲେ ଯେ, ଆପଣ ନିର୍ବାଚନ ସମୟରେ ୫ ଗ୍ୟାରେଣ୍ଟିର କଥା କହିଥିଲେ, ହେଲେ ଏବେ କିନ୍ତୁ ଗୋଟିଏ ଗ୍ୟାରେଣ୍ଟିକୁ ରଦ୍ଦ କରିବାକୁ କହୁଛନ୍ତି । ତେଣୁ ୫,୬ କିମ୍ବା ୭ ଗ୍ୟାରେଣ୍ଟି ଦେବା ବଦଳରେ, ବଜେଟ୍ ଅନୁସାରେ ଗ୍ୟାରେଣ୍ଟି ଦେବାକୁ ନିଜ ଦଳର ନେତାଙ୍କୁ କହିଛନ୍ତି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ।

ନିଜ ଦଳର ନେତାଙ୍କୁ ଚେତାଇ ଖଡଗେ କହିଛନ୍ତି, ଯଦି ଆପଣ ବଜେଟ ଉପରେ ବିଚାର ନକରି ପ୍ରତିଶ୍ରୁତି ଦେବେ, ତେବେ ସରକାର ଦେବାଳିଆ ହେଇଯିବ । ସଡକ ଉପରେ ବାଲି ପକାଇବାକୁ ବି ପଇସା ପାଇବନି । ତେଣୁ ଏ ସରକାର ଯଦି ଅସଫଳ ହେବ, ତେବେ ଏହାର ପ୍ରଭାବ ଆଗାମୀ ପୀଢି ଉପରେ ପଡିବ । ଏଥିସହ ସରକାର ଉପରେ ମଧ୍ୟ ଏହାର ପ୍ରଭାବ ପଡିବ, ତେଣୁ ବଜେଟକୁ ଆଖି ଆଗରେ ରଖି ପ୍ରତିଶ୍ରୁତି ଦେବାକୁ କହିଥିଲେ ଖଡଗେ ।

ସୂଚନାଯୋଗ୍ୟ ଯେ, ଏଥର କର୍ଣ୍ଣାଟକ ନିର୍ବାଚନ ବେଳେ କଂଗ୍ରେସ ୫ଟି ବଡ ଗ୍ୟାରେଣ୍ଟି ଦେଇଥିଲା । ଯେଉଁଥିରେ ଗୃହ ଲକ୍ଷ୍ମୀ ଯୋଜନା ସହ ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା, ବେରୋଜଗାର ଗ୍ରାଜୁଏଟଙ୍କୁ ଟଙ୍କା ଦେବାକୁ ଘୋଷଣା କରିଥିଲା କଂଗ୍ରେସ । ହେଲେ ଏବେ କିନ୍ତୁ ସେହି ପ୍ରତିଶ୍ରୁତି ଭିତରୁ ଗୋଟିଏ ପ୍ରତିଶ୍ରୁତିକୁ ରଦ୍ଦ କରିବାକୁ ଦଳ ଚିନ୍ତା କରୁଛି । ଯାହାକୁ ନେଇ ନିଜ ଦଳ ଉପରେ ଖପ୍ପା ହେଇଛନ୍ତି ଖଡଗେ । 

Related Post

Leave a Reply

Your email address will not be published. Required fields are marked *