Spread the love

ଦୁଇ ତିନି ଦିନ ଜ୍ୱର ହେଲା, ଔଷଧ ଖାଇ ନ ଥିଲେ ମଧ୍ୟ ଚଳି ଥାଆନ୍ତା, କିଛିଦିନ ମଧ୍ୟରେ ସୁସ୍ଥ ହୋଇପାରିଥାଅନ୍ତେ, କିନ୍ତୁ ଆପଣ ଡାକ୍ତରଙ୍କ ପାଖକୁ ଗଲେ।
ଡାକ୍ତରବାବୁ ଟିକିଏ ପଚରା ଉଚୁରା କରି ଆଗ ତିନୋଟି ପରୀକ୍ଷା ବା test କରିବାପାଇଁ କହିଲେ।

ରିପୋର୍ଟରେ ଜ୍ଵରର କାରଣ ବୁଝା ନ ଗଲେ ମଧ୍ୟ cholesterol ଏବଂ blood sugar level ଟିକିଏ ଅଧିକ ଦେଖାଗଲା, ଯାହା ସାମାନ୍ୟ ଏପଟ ସେପଟ ବି ହୋଇପାରେ, କିଛିଦିନ ଜ୍ଵର ହେବା ପରେ।

ବର୍ତ୍ତମାନ କିନ୍ତୁ ଆପଣ ଆଉ ଜ୍ଵରର ରୋଗୀ ନୁହନ୍ତି। ଡାକ୍ତରବାବୁ ବୁଝାଇଲେ ଯେ cloleserol ଟିକିଏ ଅଧିକ ଅଛି ଏବଂ ଆପଣଙ୍କର diabetes ଆରମ୍ଭ ହୋଇଯାଇଛି। ଆପଣଙ୍କୁ ଏବେଠାରୁ cholesterol ନିୟନ୍ତ୍ରଣ କରିବା ପାଇଁ ଔଷଧ ଖାଇବାକୁ ହେବ, ଏବଂ ଅନେକ କିଛି ଖାଦ୍ୟ ଖାଇବାରେ ସଂଯମ ରକ୍ଷା କରିବାକୁ ହେବ। ଖାଇବାର ନିଷେଧାଜ୍ଞା ନ ମାନିଲେ ମଧ୍ୟ ରୀତିମତ ଔଷଧ ଖାଇବାରେ ଯେପରି ବ୍ୟତିକ୍ରମ ନ ହୁଏ ।

ଏହିପରି ତିନିମାସ ବିତିଯିବା ପରେ ପୁଣିଥରେ test ।

ଏବେ ଦେଖାଗଲା ଯେ cholesterol ମାତ୍ରା କିଛିଟା କମିଛି, କିନ୍ତୁ ରକ୍ତଚାପ (blood pressure) କିଛିଟା ବଢି ଯାଇଛି। ଯାହାକୁ ନିୟନ୍ତ୍ରଣ କରିବାପାଇଁ ଆଉ ଗୋଟିଏ ଔଷଧ ଖାଇବାକୁ କହିଲେ।

ଏବେ ଆପଣଙ୍କ ଔଷଧର ସଂଖ୍ୟା ହେଲା ୨ଟି।

କେତେବେଳେ କ’ଣ ହେଇଯିବ। ଏବେସୁଧା କିଛି ଠିକ୍ ଠାକ୍ କରା ଯାଇପାରିନାହିଁ——— ସମସ୍ତ ଦାୟିତ୍ୱ ଶେଷ ହୋଇନାହିଁ। ଏହି ଦୁଃଶ୍ଚିନ୍ତାରେ ରାତିରେ ଠିକ୍ ନିଦ ମଧ୍ୟ ହେଉନାହିଁ। ଫଳରେ ଡାକ୍ତରବାବୁଙ୍କ ପରାମର୍ଶ କ୍ରମେ ଏବେ ନିଦପାଇଁ ଔଷଧ ଖାଇବାକୁ ଆରମ୍ଭ ହେଲା।

ଏବେ ଆପଣଙ୍କ ଔଷଧର ସଂଖ୍ୟା ହେଲା ୩ଟି।

ଏତେଗୁଡିଏ ଔଷଧ ଖାଇବାରେ ଆପଣଙ୍କର ପେଟ ଓ ଛାତିରେ ଜଳାପୋଡା ଆରମ୍ଭ ହେଲା। ଡାକ୍ତରବାବୁ କହିଲେ, ଚିନ୍ତା କରିବାର କିଛି ନାହିଁ, ଖାଇବା ପୂର୍ବରୁ ଖାଲିପେଟରେ ଦୁଇବେଳା ଦୁଇଟି ଲେଖାଏଁ ଗ୍ୟାସର ଔଷଧ ଖାଇବାକୁ ହେବ।

ଏବେ ଆପଣଙ୍କ ଔଷଧର ସଂଖ୍ୟା ହେଲା ୪ଟି।

ଏହିପରି ପ୍ରାୟ ବର୍ଷଟିଏ ଯିବା ପରେ ଆପଣ ଛାତିରେ ଯନ୍ତ୍ରଣା ଅନୁଭବ କରିବାରେ ପରିବାର ଲୋକମାନେ ଆପଣଙ୍କୁ ଡାକ୍ତରଖାନାରେ ଜରୁରୀକାଳୀନ ଭିତ୍ତିରେ ଭର୍ତ୍ତି (emergency admission) କରାଇଲେ। ଡାକ୍ତରବାବୁ ସବୁକିଛି ପରୀକ୍ଷା ନିରୀକ୍ଷା କରିବାପରେ କହିଲେ, “ଠିକ୍ ସମୟରେ ଆସିଯାଇଥିବାରୁ ବିରାଟ ବଡ ବିପଦକୁ ଏଡାଇ ଦେଇହେଲା, ନଚେତ ଟିକିଏ ଡେରି ହୋଇଥିଲେ ସର୍ବନାଶ ଯାଇଥାଆନ୍ତା।”
ଏହାପରେ କିଛି ବିଶେଷ ପରୀକ୍ଷା କରିବାକୁ ପରାମର୍ଶ ଦେଲେ।
ଅନେକ ଗୁଡିଏ ଦାମୀ ଦାମୀ ପରୀକ୍ଷା କରିବାପରେ ଡାକ୍ତରବାବୁ କହିଲେ ଯେ, “ଯେଉଁ ଯେଉଁ ଔଷଧ ଆଗରୁ ଖାଉଛନ୍ତି ସେ ଗୁଡିକ ସହିତ heart ପାଇଁ ଆଉ ଦୁଇଟି ଔଷଧ ଖାଇବାକୁ ହେବ ଏବଂ ଅବିଳମ୍ବେ ଜଣେ endocrinologist ବା hormone specialist ଙ୍କ ସହିତ ପରାମର୍ଶ କରିବାକୁ ହେବ।

ଏବେ ଆପଣଙ୍କ ଔଷଧର ସଂଖ୍ୟା ବଢିକରି ହେଲା ୬ଟି ।
ଆପଣ ଜଣେ hormone specialist ଙ୍କ ସହିତ ଦେଖାକରିବାପରେ ସେ ପୂର୍ବ ସମସ୍ତ ଔଷଧ ସହିତ diabetes ପାଇଁ ଗୋଟିଏ ଔଷଧ ଏବଂ thyroid ପାଇଁ ଗୋଟିଏ ଔଷଧ ଖାଇବାକୁ କହିଲେ।

ବର୍ତ୍ତମାନ ଆପଣଙ୍କ ଔଷଧର ସଂଖ୍ୟା ବଢିକରି ହେଲା ୮ଟି ।
ଏବେ ଆପଣ ମନେ ମନେ ଜାଣିଲେ ଏବଂ ଭାବିଲେ ଯେ ଆପଣ ଜଣେ ରୋଗାକ୍ରାନ୍ତ ବ୍ୟକ୍ତି। ଆପଣ ହୃଦ୍ ରୋଗ, ମଧୁମେହ, ଅନିଦ୍ରା, gastric, thyroid, କିଡ଼ନୀ ଇତ୍ୟାଦି ରୋଗରେ ରୋଗଗ୍ରସ୍ଥ।

ଆପଣଙ୍କୁ ସମସ୍ତ ଔଷଧ ସହିତ ମନୋବଳ ବଢାଇ ଓ ଜୀଇଁ ରହିବାର ଶକ୍ତି ଧରି ବଞ୍ଚିବା ପାଇଁ ପରାମର୍ଶ ଦିଆଗଲା ଏବଂ ଶିଖାଇ ଦିଆଗଲା ଯେ ଆପଣ ଜଣେ ରୋଗାକ୍ରାନ୍ତ, ଅସୁସ୍ଥ, ଅକର୍ମଣ୍ୟ ବ୍ୟକ୍ତି ଯାହାର ଜୀବନର କୌଣସି ଭରଷା ନାହିଁ।

ଏହିପରି ପାଞ୍ଚ ଛଅ ମାସ ଯିବା ପରେ ଏତେଗୁଡିଏ ଔଷଧର କୁପ୍ରଭାବରେ ପରିସ୍ରା ଜନିତ ସମସ୍ୟା ଦେଖାଦେଲା। ଡାକ୍ତରବାବୁ ସମସ୍ତ routine ପରୀକ୍ଷା କରିବା ପାଇଁ କହିଲେ ଯେ ଆପଣଙ୍କର କିଡ଼ନୀରେ ସାମାନ୍ୟ ସମସ୍ୟା ଅଛି। ଏଣୁ ବିଭିନ୍ନ ରକମର କିଡ଼ନୀ function test କରିବାକୁ ହେବ। ରିପୋର୍ଟ ଦେଖିବାପରେ କହିଲେ ଯେ creatinine ଟିକିଏ ଅଧିକ ଅଛି, ତେବେ ନିୟମିତ ଔଷଧ ଖାଇଲେ ବିଶେଷ କିଛି ଚିନ୍ତା କରିବାର ନାହିଁ। କିଡ଼ନୀ ପାଇଁ ସେ ଆଉ ୨ଟି ଔଷଧ ଯୋଗ କରିଲେ।

ଫଳତଃ ଆପଣଙ୍କ ଔଷଧର ସଂଖ୍ୟା ହୋଇଗଲା ୧୦ଟି।

ଏବେ ଆପଣ ପାଇଁ ଖାଦ୍ୟ ଅପେକ୍ଷା ଔଷଧ ହୋଇଗଲା ଅଧିକ ଏବଂ ବିଭିନ୍ନ ଔଷଧର ପାର୍ଶ୍ୱପ୍ରତିକ୍ରିୟା କାରଣରୁ ଖୁବ ଦ୍ରୁତ ଗତିରେ ଆପଣ ମୃତ୍ୟୁମୁଖକୁ ଆଗେଇ ଚାଲିଲେ।

ଅଥଚ, ଯେଉଁ ଜ୍ୱରପାଇଁ ଆପଣ ଡାକ୍ତରଙ୍କ ପାଖକୁ ଯାଇଥିଲେ, ସେତେବେଳେ ସେ ଯଦି କହିଥାଆନ୍ତେ, “ଏହି ସାମାନ୍ୟ ଜ୍ୱର ପାଇଁ କିଛି କରିବାକୁ ହେବନି, କେବଳ କିଛି ଦିନ ବିଶ୍ରାମ କରନ୍ତୁ, ଅଧିକ ରୁ ଅଧିକ ପାଣି ପିଅନ୍ତୁ, ଖାଦ୍ୟରେ ଅଧିକାଧିକ ତଟକା ପନିପରିବା ଓ ଫଳ ଯୋଗ କରନ୍ତୁ। ଶରୀର ସୁସ୍ଥ ରଖିବା ପାଇଁ ସକାଳୁ ଉଠି କିଛି ସମୟ ବାହାରେ ଚଲାବୁଲା କରନ୍ତୁ। ବାସ୍, ତା’ହେଲେ ଆପଣଙ୍କ ଶରୀର ସୁସ୍ଥ ଏବଂ ନିରୋଗ ରହିବ”।

କିନ୍ତୁ ସେକଥା କହିଲେ ଡାକ୍ତରବାବୁଙ୍କ ଦୋକାନ ଏବଂ ଔଷଧ ପ୍ରସ୍ତୁତକାରୀ ସଂସ୍ଥାମାନେ କିପରି ଚଳିବେ ?

ଏ ସବୁ ବ୍ୟତୀତ ସବୁଠାରୁ ବଡ ପ୍ରଶ୍ନ ହେଲା:-
କେଉଁ ଆଧାରରେ ଡାକ୍ତରମାନେ ରୋଗୀମାନଙ୍କୁ cholesterol, blood pressure, diabetes, କିଡନୀ ବା ହୃଦ୍ ରୋଗୀ ସାବ୍ୟସ୍ତ କରୁଛନ୍ତି। ଏ ସବୁର ମାନଦଣ୍ଡ କ’ଣ ଓ କିଏ ନିର୍ଦ୍ଧାରଣ କରିଛି ?
ଏ ବିଷୟରେ ଟିକିଏ ବିସ୍ତୃତ ଆଲୋଚନା କରାଯାଉ।

  • ୧୯୭୯ ମସିହାରେ ଶର୍କରାର ମାତ୍ରା 200ml/dl ବା ତଦୁର୍ଦ୍ଧ ହେଲେ diabetic ରୋଗୀ ବୋଲି ଧରାଯାଉଥିଲା। ସେଇ ହିସାବରେ ସେତେବେଳେ ସାରା ବିଶ୍ୱର ମାତ୍ର ୩.୫ ପ୍ରତିଶତ ଲୋକ Type-2 diabetic ହିସାବରେ ଗଣ୍ୟ କରାହେଉଥିଲେ।
  • ୧୯୯୧ ମସିହାରେ ଇନସୁଲିନ (insulin) ପ୍ରସ୍ତୁତକାରୀ ସଂସ୍ଥାମାନଙ୍କ ଚାପରେ ଏହି ମାତ୍ରା 200ml/dl ରୁ ଏକାଥରକେ କମାଇ 126ml/dl କରାଯାଏ। ଫଳରେ diabetic ରୋଗୀଙ୍କ ସଂଖ୍ୟା ୩.୫ ପ୍ରତିଶତରୁ ବଢି ୭ ପ୍ରତିଶତ ହୋଇଗଲା। ଅର୍ଥାତ୍ ରୋଗୀମାନଙ୍କ ସଂଖ୍ୟାରେ ପରିବର୍ତ୍ତନ ନ ହୋଇ ମଧ୍ୟ କେବଳ ବ୍ୟବସାୟିକ ଦୃଷ୍ଟିରୁ ବିଶ୍ୱରେ ୪.୫ ପ୍ରତିଶତ ଲୋକଙ୍କୁ diabetic କରିଦିଆଗଲା। ୧୯୯୯ ମସିହାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହି ମାନଦଣ୍ଡ (126ml/dl ) କୁ ଅନୁମୋଦନ କରିଦେଲା।
    ଏପଟେ insulin ପ୍ରସ୍ତୁତକାରୀ ସଂସ୍ଥାମାନେ ଅନୁକୂଳ ପରିସ୍ଥିତିରେ ପ୍ରଚୁର ଲାଭ କରିବା ପାଇଁ ଅଧିକାଧିକ ବିନିଯୋଗ କରି ସାରା ବିଶ୍ୱରେ ନୂଆ ନୂଆ କାରଖାନା ସ୍ଥାପନ କରିବାରେ ଲାଗିପଡିଲେ। ସେମାନଙ୍କର ଚାପ ଆଗରେ ମୁଣ୍ଡ ନୂଆଇଁ American Diabetes Association (ADA) ୨୦୦୩ ମସିହାରେ ଶରୀରରେ ରକ୍ତ ଶର୍କରାର ମାତ୍ରା 100ml/dl କୁ diabetes ରୋଗର ମାନଦଣ୍ଡ ହିସାବରେ ଗ୍ରହଣ କରିବା ପାଇଁ ଘୋଷଣା କରିଦେଲା। ଫଳସ୍ୱରୂପ କୌଣସି କାରଣ ନ ଥାଇ ବିଶ୍ୱରେ ୨୭ ପ୍ରତିଶତ ଲୋକ diabetes ରୋଗୀ ହୋଇଗଲେ।
  • ବର୍ତ୍ତମାନ American Diabetes Association (ADA) ଦ୍ୱାରା ଘୋଷିତ ମାନଦଣ୍ଡ ହିସାବରେ:-
    140mm କୁ ରକ୍ତ ଶର୍କରାର ମାତ୍ରା (PP) ଧରି ବିଶ୍ୱର ୫୦ ପ୍ରତିଶତ ଲୋକଙ୍କୁ diabetic କରି ଦିଆଯାଇଅଛି। ଏହି ମାନଙ୍କ ମଧ୍ୟରୁ ଅଧିକାଂଶ diabetes ରୋଗୀ ନ ହୋଇ ମଧ୍ୟ ନିୟମିତ ଔଷଧ ଖାଇବା ଫଳରେ ପାର୍ଶ୍ୱପ୍ରତିକ୍ରିୟା ସ୍ୱରୂପ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅର୍ଥନୈତିକ ଅଭାବ ଅନାଟନରେ ମୃତ୍ୟୁ ବରଣ କରୁଅଛନ୍ତି। ବ୍ୟବସ୍ଥା ଏପରି ହୋଇଛି ଯେ, ପରୀକ୍ଷା କରିଲେ ପ୍ରାୟତଃ ଯେ କୌଣସି ଲୋକ pre-diabetic ହିସାବରେ ଗଣ୍ୟ ହେବେ।
    ଏଠାରେ ଉଲେଖ କରାଯାଇପାରେ ଯେ, ୧୯୫୪ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଏକ ସମ୍ମିଳନୀରେ ଏହି ସିଦ୍ଧାନ୍ତ ହୁଏ ଯେ ପ୍ରଚଳିତ ଔଷଧରେ ୪୮ଟି ରୋଗରୁ ସମ୍ପୂର୍ଣ ମୁକ୍ତି ସମ୍ଭବ ଓ ସେହି ରୋଗ ତାଲିକାରେ diabetes ମଧ୍ୟ ରହିଛି।
    ଏପଟେ ଆମ ଦେଶର ଔଷଧ ପ୍ରସ୍ତୁତକାରୀ ସଂସ୍ଥାମାନେ ଶରୀରରେ ରକ୍ତ ଶର୍କରାର ମାତ୍ରା ୧୦୦ ରୁ ୮୦ କୁ କମାଇ ଆଣିବା ପାଇଁ ସେମାନଙ୍କର ପ୍ରତିନିଧି (agent)ମାନଙ୍କ ଦ୍ୱାରା ଡାକ୍ତରମାନଙ୍କର ରୀତିମତ mind wash କରିଚାଲିଛନ୍ତି ଏବଂ ଅନେକାଂଶରେ ସଫଳ ମଧ୍ୟ ହୋଇଛନ୍ତି।
    ପରିଣାମ ସ୍ୱରୂପ କିଛି ହଉ ବା ନ ହଉ, ଦେଶରେ diabetes ଔଷଧ ବିକ୍ରୟରେ ମାତ୍ରାରିକ୍ତ ଲାଭ ବୃଦ୍ଧି ସୁନିଶ୍ଚିତ ହୋଇ ପାରିଛି। ଯଦିଓ ଏବେମଧ୍ୟ ଅନେକ ଚିକିତ୍ସକ ମନେ କରନ୍ତି ଯେ, ଶରୀରରେ ରକ୍ତ ଶର୍କରାର ମାତ୍ରା 130 (FBS) ପର୍ଯ୍ୟନ୍ତ ରହିଲେ diabetic ହିସାବରେ ଗଣ୍ୟ କରାଯିବା ଉଚିତ ନୁହେଁ।
    ଏଠାରେ ଆଉ ଗୋଟିଏ କଥା ଉଲ୍ଲେଖ କରାଯାଇପାରେ। ୨୦୧୨ ମସିହାରେ ଆମେରିକାର ସୁପ୍ରିମ କୋର୍ଟ ଏକ ବିଶ୍ୱ ବିଖ୍ୟାତ ଔଷଧ ସଂସ୍ଥାକୁ ୩ ବିଲିଅନ ଡ଼ଲାର ଜୋରିମାନା କରିଥିଲା। ସେହି ସଂସ୍ଥା ବିରୁଦ୍ଧରେ ଅଭିଯୋଗ ଥିଲା ଯେ, ସେ diabetic ରୋଗୀମାନଙ୍କ ପାଇଁ ଯେଉଁ ଔଷଧ ବଜାରରେ ବିକ୍ରି କରୁଛି, ତାହାକୁ ସେବନ କରି ୨୦୦୭ ଠାରୁ ୨୦୧୨ ମସିହା ମଧ୍ୟରେ ସେହି ଔଷଧ ଖାଉଥିବା ଲୋକମାନଙ୍କ ମଧ୍ୟରୁ ହୃଦ୍ ଘାତରେ ମୃତ ହାର ୪୩% ବଢିଥିବା ଦେଖାଯାଇଛି। ସେହି ସଂସ୍ଥା ଆଗରୁ ଏହି କଥା ଜାଣିଥିଲା, କାରଣ କ୍ଲିନିକାଲ ଟ୍ରାୟଲ (clinical trial) ର ରିପୋର୍ଟ ରେ ଏ ବିଷୟରେ ଉଲ୍ଲେଖ ଥିଲା। କିନ୍ତୁ ସେହି ସଂସ୍ଥା ଏ ବିଷୟକୁ ଦୃଷ୍ଟିପାତ ନ କରି ଅଧିକ ଲାଭ ଉପାର୍ଜନକୁ ପ୍ରାଧାନ୍ୟ ଦେଇଥିଲା। ସେମାନେ ମନୁଷ୍ୟର ଜୀବନ ଅପେକ୍ଷା ଲାଭ ଉପାର୍ଜନକୁ ଅଧିକ ଗୁରୁତ୍ୱ ଦେଇଥିଲେ ଏବଂ ଏହି ସମୟ ମଧ୍ୟରେ ପ୍ରାୟ ୩୦୦ ବିଲିଅନ ଡ଼ଲାର ଲାଭ ଉପାର୍ଜନ କରିଥିଲେ।

ଆଶା କରେ ଯେଉଁ ଡାକ୍ତର ଆପଣଙ୍କର ଚିକିତ୍ସା କରୁଛନ୍ତି, ସେ ଏପରି କରୁ ନ ଥିବେ।

Leave a Reply

Your email address will not be published. Required fields are marked *