ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି
ଚାଣକ୍ୟ ପଣ୍ଡିତଙ୍କ ଲିଖିତ ସଂସ୍କୃତଶ୍ଳୋକ,
“ଅଜଯୁଦ୍ଧେ,ଋଷିଶ୍ରାଦ୍ଧେ
ପ୍ରଭାତେ ମେଘଡମ୍ବୁରେ
ଦାମ୍ପତେ କଳହେଶ୍ଚୈବ
ବହ୍ୱାଡମ୍ବରେ ଲଘୁକ୍ରିୟା – -“
(ଆଜି ବିନା ପ୍ରଶ୍ନବାଚକ ଚିହ୍ନରେ ‘ମୋରି ମୁଣି’ କେବଳ ଏତିକି ଲେଖାଥିବା କାଗଜଖଣ୍ଡିଏ ମୋତେ ଧରେଇ ଦେଇଛି।)
…… 🐐…..
‘ ମୋରି ମୁଣିରେ’;
ଏହା, ଓଡ଼ିଆଭାଷାରେ ହେଉଛି;
“ଛେଳିଙ୍କ ଯୁଦ୍ଧ, ଋଷିଙ୍କ ପାଇଁ ଶ୍ରାଦ୍ଧ,
ସକାଳେ ଘଡଘଡି ଓ ଦାମ୍ପତ୍ୟ କଳହ କ୍ଷେତ୍ରରେ
ଆରମ୍ଭ ତ ବହୁ ଆଡମ୍ବର ସହକାରେ ହୋଇଥାଏ କିନ୍ତୁ ତାହା ଫୁସକିଯାଏ” ।
ଏହା ଅଗ୍ରେଜୀଭାଷାରେ ହେଉଛି;
“A fight between two goats, the annual SRADHH ceremony of a deceased saint, a thunder clap in the morning, a quarrel between husband and wife-all these begin in a grand style but the outcome is insignificant.”
ଆଜି ,”ତୁ ଯଦି କିଛି ମନ୍ଦ ଉଦ୍ଦେଶ୍ୟ ରଖି ମୋତେ ବଦନାମ କରିବାକୁ
ଏଭଳି ଲେଖାଥିବା କାଗଜଖଣ୍ଡିକ ମୋତେ ଧରେଇଦେଇଛୁ ମୋ କର୍ତ୍ତୃକ ଆଉ କିଛି ଉତ୍ତର ଦିଆଯିବା ଆଶାରେ,ତେବେ ମୋ ଭଳି ନିରୀହ ଦ୍ୱିଜଟିଏ, ତୋର ସେ ଚାଲରେ ଫସିବାର ନାହଁ ‘ ରେ ମୋରି ମୁଣି ‘।
ମୁଁ ଏହାକୁ, ମୋର ଏହି ଫେସବୁକ କାନ୍ଥରେ ସଭ୍ୟଥିବା ” କୁଟୁଳିଆ ଗୈାରିଶଙ୍କର ବଡସାଆନ୍ତେ ଓ ତାଙ୍କର ଧୂର୍ତ୍ତ ସାନଭାଇ ସରୋଜ ସାନସାଆନ୍ତେ “ଙ୍କ ପାଖକୁ ଫରୱାର୍ଡ କରିଦେଉଛି ‘ରେ ମୋରି ମୁଣି ‘, ସେମାନଙ୍କ କର୍ତ୍ତୃକ ତୋ କୁଟୁଳିଆପଣର ଯଥାଯଥ
ସମାଧାନ ପାଇଁ।
” ମେରି ବିଲ୍ଲି 🐈 ମୁଝସେ ମିଆଁଉ ?”
( ବେଳେ ବେଳେ ଦୁଇସାଆନ୍ତେଙ୍କ ଭିତରେ ହେଉଥିବା ଲଢେଇର ସାଙ୍କେତିକ ପରିପ୍ରକାଶ ବି 🐐 ଛେଳିଙ୍କ ଯୁଦ୍ଧ ଆଧାରରେ ହୋଇଥାଏ (ଫଟୋ ଉପରେ ଅଛି)’ରେ ମୋରି ମୁଣି’।)
Leave a Reply