Spread the love

ସ୍ୱାସ୍ଥ୍ୟ ବିଭାଗର କଡା ନିୟମ।

ସୂଚନା ଅନୁସାରେ, ରାଜ୍ୟର ସରକାରୀ ମେଡିକାଲ କଲେଜ ବା ସର୍ବଭାରତୀୟ ସ୍ତରୀୟ କୋଟାରେ MBBS ଓ BDS ପଢ଼ିବାକୁ ହେଲେ ନୂଆ ବଣ୍ଡ ଦାଖଲ କରିବାକୁ ପଡ଼ିବ।

ସରକାରୀ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି କରାଯାଇଛି ବଣ୍ଡ ନିୟମ। ପାଠ ପଢ଼ା ସରିବା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ବାଧ୍ୟ। ନ ହେଲେ ପାଠପଢ଼ା ସମୟରେ ପାଇଥିବା ଷ୍ଟାଇପାଣ୍ଡେ ବା ଦରମାର ଦୁଇ ଗୁଣ ଟଙ୍କା ଦେବାକୁ ପଡ଼ିବ। ଏପରି କଡ଼ାକଡ଼ି ନିର୍ଦ୍ଦେଶାବଳୀ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟର ସରକାରୀ ମେଡିକାଲ କଲେଜ ବା ସର୍ବଭାରତୀୟ ସ୍ତରୀୟ କୋଟାରେ MBBS ଓ BDS ପଢ଼ିବାକୁ ହେଲେ ନୂଆ ବଣ୍ଡ ଦାଖଲ କରିବାକୁ ପଡ଼ିବ। ଏହି ବଣ୍ଡ ଅନୁସାରେ ପାଠ ପଢ଼ି ସାରିବା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ପଡ଼ିବ। ବଣ୍ଡ ଦାଖଲ ନ କଲେ ନାଁ ଲେଖା ଯାଇପାରିବ ନାହିଁ। DMET ଏହା ସୁନିଶ୍ଚିତ କରିବେ।

ଯଦି ଦୁଇ ବର୍ଷ କାମ ନ କରିବେ, ତେବେ ପାଠ ପଢ଼ା ବେଳେ ପାଇଥିବା ଦରମା ଓ ଷ୍ଟାଇପେଣ୍ଡର ଦୁଇ ଗୁଣା ଟଙ୍କା ଦେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *