Spread the love


” ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି”—

“ଜଣେ ଋଟି ବେଲୁଛନ୍ତି, ଜଣେ ଋଟି ସେକୁଛନ୍ତି, ଆଉ ଜଣେ ଋଟି ସହିତ ଖେଳୁଛନ୍ତି, ସେହି ତୃତୀୟ ଖେଳିବା ଲୋକଟି କିଏ ବୋଲି ଯେତେ ପଚାରିଲେ ବି ମୋ ସଂସଦ ଚୁପ ରହୁଛି।”
(ହିନ୍ଦିଭାଷାରେ ବିଶିଷ୍ଟ କବି ସୁଦାମ ପାଣ୍ଡ୍ୟାଙ୍କ ” ଧୁମିଲ”ଙ୍କ ଲେଖାର ଓଡ଼ିଆ ଭାଷାରେ ଅନୁବାଦିତ ପାଠ)।
——-

ଆମ ଦେଶ ବର୍ତ୍ତମାନର ପୃଥିବୀର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି, ପୃଥିବୀରେ ଯେତିକି କୋଟିପତି ଅଛନ୍ତି, ସେଥିରୁ ତୃତୀୟ ବୃହତ୍ତମ ସଂଖ୍ୟା ଆମ ଦେଶରେ ଅଛନ୍ତି, ଅଥଚ “ଆମ ଦେଶର ଜନସଂଖ୍ୟାର ପାଖାପାଖି
୬୦% (୮୧ କୋଟି + ଲୋକେ) କାହିଁକି ମାସିକ ପାଞ୍ଚକିଲୋ
ମାଗଣାଦାନା ଉପରେ ନିର୍ଭରଶୀଳ” ଭଳି ପ୍ରଶ୍ନ ମୋ ସଂସଦରେ ଉଠୁନି।
କେହି,ବଙ୍କେଇ ଟଙ୍କେଇ ଉଠେଇଲେ ବି ସଂସଦ ଚୁପ୍ ରହୁଛି।

“କହ କହ ବୋଲି କାହାର ଆଜ୍ଞା ?
ନିତେଇ ମା’ ରଜକଣୀ,
ପିତେଇ ମା’ ସଉଋଣୀଙ୍କ
କୋଟି କୋଟି ଆଜ୍ଞା “ଭଳି ଗୁଣିଗାରେଡ଼ି ମନ୍ତ୍ର ବୋଲିଲେ କାଳେ କିଏ ଅଭିଶାପ ପଡ଼ିବା ଭୟରେ ସେହି ତଥ୍ୟ ଦେଇଦେବେ ଆଶାରେ ଏହି ମନ୍ତ୍ରଟି ବି ପଢିଲି, କିନ୍ତୁ ତଥ୍ୟଦେବା ଗୋଷ୍ଠିଟି ଦେବାଦେବୀ, ଗୁଣିଗାରେଡ଼ି
ଇତ୍ୟାଦି ସମସ୍ତଙ୍କୁ ନିଜ ଅକ୍ତିଆରେ ରଖିଥିବାରୁ ” ପାଞ୍ଚକିଲୋ ମାଗଣା ଦାନା କାହିଁକି”ର ଉତ୍ତର ମିଳିଲା ନାହିଁ।

Leave a Reply

Your email address will not be published. Required fields are marked *